ଥାନାରେ ଖତ ଖାଉଛି ଜବତ ଗାଡି

ବ୍ରହ୍ମପୁର ଅଫିସ,୨୯ା୯-ଏବେ ସବୁ ଥାନାର ଅବସ୍ଥା ଏକା ପରି ଜବତ ହେଉଥିବା ଗାଡିରେ ଭର୍ତ୍ତି ହେଲାଣି ଥାନା କ୍ୟାମ୍ପସ। ଦୀର୍ଘ ବର୍ଷ ଧରି ପଡି ରହିଥିବା ଗାଡିଗୁଡିକ ମାଟି ଖାଇ ନଷ୍ଟ ହେବାକୁ ବସିଲାଣି। ଆଗରୁ ଥାନାରେ ସିଜ ହୋଇ ରହିଥିବା ଜିନିଷ ଓ ଗାଡିଗୁଡିକ ନିଲାମ ହେଉଯାଉଥିଲା। ଫଳରେ କ୍ୟାମ୍ପସରେ ଆଉ ଏପରି ଅଳିଆ ଆବର୍ଜନା ହୋଇ ଏଗୁଡ଼ାକ ଦୀର୍ଘଦିନ ଧରି ପଡି ରହୁ ନ ଥିଲା। କିନ୍ତୁ ୨୦୦୯ରେ ଆଇନରେ ପରିବର୍ତ୍ତନ କରାଯାଇ ଏହି ଜବତ ଗାଡି ଗୁଡିକ ଥାନାରୁ ବାହାର କରିବା ପାଇଁ ଆବଶ୍ୟକ କାଗଜପତ୍ର ଏବଂ ଏ ସଂକ୍ରାନ୍ତୀୟ କେସର ସମାଧାନ ନ ହେବା ଯାଏ ତାହା ପଡି ରହୁଛି। ସେପଟେ କୋର୍ଟରେ କେସ୍‌ ସମାଧାନ ହେବା ବେଳକୁ ଗାଡି ଖରାବର୍ଷା ଖାଇ ନଷ୍ଟ ହୋଇଯାଉଛି। ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଥାନା ସମେତ ବ୍ରହ୍ମପୁର ସହରର ଟାଉନ ଥାନା, ବୈଦ୍ୟନାଥପୁର, ଗୋଷାଣୀନୂଆଗଁା ଓ ବଡବଜାର ଥାନାଗୁଡିକରେ ଏହି ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଚୋରି ଓ ଲୁଟ ମାମଲାରେ ବ୍ୟବହୃତ ବହୁତ ନମ୍ବର ବିହୀନ ବାଇକ୍‌ ରହିଛି। ଏଣୁ ଲୁଟେରାମାନେ କୋର୍ଟ କଚେରୀ ଧନ୍ଦାରେ ନ ପସି ଅନ୍ୟତ୍ର ଗାଡି ଚୋରି କରି ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ, ଚୋରି ଓ ଲୁଟ ଗାଡି ଯାଞ୍ଚ ବେଳେ ପୋଲିସ ହାତରେ ଧରା ହେଉଥିବା ବେଳେ ସେହି ଗାଡିଗୁଡିକ ନେବାକୁ ଲୁଟେରାମାନେ ପସନ୍ଦ କରୁନାହାନ୍ତି। ଏହି ସବୁ ଜବତ ଗାଡି ଗୁଡିକ ବର୍ଷ ବର୍ଷ ଧରି ପଡିରହୁଛି। ଫଳରେ ଥାନାରେ ଅଳିଆ ଆବର୍ଜନା ଜମା ହୋଇ ରହିବା ସହ ଅପରିଷ୍କାର ହେଉଛି। ଥାନା କ୍ୟାମ୍ପସର ଅର୍ଦ୍ଧାଧିକ ଜାଗା ମାଡି ବସିଥିବା ଏହି ଗାଡି ଗୋଦାମ ପାଇଁ ଅନ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ମଧ୍ୟ ବାଧା ଉପୁଜୁଛି। ଏନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର କୁହନ୍ତି, ଯାଞ୍ଚ ବେଳେ ଯେଉଁ ସବୁ ଗାଡି ପୋଲିସ ଧରୁଛି ସେତେବେଳେ ଆବଶ୍ୟକ କାଗଜପତ୍ର ପୋଲିସ ନିକଟରେ ଦାଖଲ କରି ମାଲିକ ଗାଡି ନେଇଯାଉଛନ୍ତି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ଲୁଟରେ ବ୍ୟବହାର ଗାଡି ଗୁଡିକ ପୋଲିସ ସିଜ କରୁଛି। ସେ ଗୁଡିକ ରିଲିଜ କରିବା ପାଇଁ କୋର୍ଟ ଅନୁମତିର ଆବଶ୍ୟକତା ରହିଛି। ଏବେ କେବଳ ସେହି ଗାଡିଗୁଡିକ ରିଲିଜ ନ ହୋଇ ଥାନାରେ ପଡି ରହିଛି। ପୋଲିସ ଯଥାସମ୍ଭବ ସେ ସବୁ ଜବତ ଗାଡିକୁ ରଖୁଛି। ଥାନା ପରିସର ଯଥାସମ୍ଭବ ପରିଷ୍କାର ରଖିବାକୁ ପୋଲିସ ପ୍ରୟାସ ଜାରି ରଖିଛି ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି।
ଥାନାରେ ଖତ ଖାଉଛି ଜବତ ଗାଡି


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଗୋଦାମ ପୋଡ଼ିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ, ୧୫ା୧୧ -ସ୍ଥାନୀୟ ହାଟପଦା ହାଟରେ ଥିବା ଏକ ପରିବା ଗୋଦାମ ଗୃହକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ...

ବସ୍‌ରୁ ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୨୧।୩: ଅବକାରୀ ଗୁଇନ୍ଦା ପୋଲିସ ମଙ୍ଗଳବାର ଜାତୀୟ ରାଜପଥ ଗୋପାଳପୁର ଜଙ୍କସନରୁ ଏକ ଯାତ୍ରୀବାହୀ ବସ୍‌ରୁ ପୃଥକ ଭାବେ ୭୦କେଜି ଗଞ୍ଜେଇ ଜବତ...

କ୍ରିକେଟ ଖେଳରୁ ଦୁର୍ଘଟଣା:  ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ...

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା...

ସ୍କର୍ପିଓରେ ଆସି ୪ ଛେଳି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୬।୧୨(ଡି.ଏନ୍‌.ଏ.): ବର୍ତ୍ତମାନ ଇଂରାଜୀ ନବବର୍ଷ ପାଳନ ଲାଗି ଗ୍ରାମଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହାକୁ ନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି।...

ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧-ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଓ ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ମା’ଙ୍କୁ ଧମକଚମକ ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି।...

ଶିକ୍ଷକଙ୍କ କାଠଫାଳିଆ ମାଡ଼ରେ ଛାତ୍ର ଗୁରୁତର: ବହି ହଜିଯିବାରୁ ପିଟିଲେ

ଦିଗପହଣ୍ଡି,୨୬ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କ କାଠଫାଳିଆ ମାଡ଼ରେ ଜଣେ ୭ମ ଶ୍ରେଣୀ...

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ଏସ୍‌ସିବିରେ ନାବାଳିକାଙ୍କ ମୃତ୍ୟୁ, ୧୨ରେ ପହଚିଂଲା  ମୃତ୍ୟୁସଂଖ୍ୟା

ଗୋପାଳପୁର,୨୭ା୪- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ...

Advertisement
Archives

Model This Week