Posted inଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ

ଭୁବନେଶ୍ୱର, ୧୭ | ୯(କ୍ରୀଡ଼ା ପ୍ରତିନିଧି)-
ବ୍ୟାଙ୍କକ୍‌ର ହୁଆମାର ଇନ୍‌ଡୋର ଷ୍ଟାଡିୟମରେ ସୋମବାର ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୨୪୫ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସିଙ୍ଗଲ୍ସ ବିଭାଗରେ ଓଡ଼ିଶା ପ୍ରତିଯୋଗୀମାନେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ନିକଟରେ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଡେବାଭିଲାରି ଜାଭିୟର୍ସଙ୍କୁ ୨୧-୧୭, ୨୧-୧୮ ପଏଣ୍ଟରେ ପରାସ୍ତ କରିଛନ୍ତି। ଦିଲେଶ୍ୱର ରାଓ ଥାଇଲାଣ୍ଡର ସୋମତା ତାନାକୋନଙ୍କୁ ୨୧-୬, ୨୧-୧୨ରେ ହରାଇଥିବାବେଳେ ଦୀପରଞ୍ଜନ ବିଶୋଇ ମାଲେସିଆର ମହମ୍ମଦ ସାହେରିଙ୍କୁ ୨୧-୭, ୨୧-୧୦ ପଏଣ୍ଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ସିଙ୍ଗଲ୍ସର ଅନ୍ୟ ମ୍ୟାଚ ଏବଂ ଡବଲ୍ସ ଗ୍ରୁପ ମ୍ୟାଚ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ।...

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି।...

ଦ୍ରୁତତମ ଓପନର ରୋହିତ

ରାଜକୋଟ,୧୭।୧- ଭାରତୀୟ ଓପନର ରୋହିତ ଶର୍ମା ଶୁକ୍ରବାର ଦ୍ରୁତତମ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ହାସିମ ଆମଲା, ସଚିନ ତେନ୍ଦୁଲକରଙ୍କ ଭଳି...

ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ପଜିଟିଭ ହେଲେ ଏହି ଖେଳାଳି

କଲମ୍ବୋ, ୫।୧: ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଦଳ ସହ ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ଟେଷ୍ଟ ହେବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଗାମୀ...

ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ

ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ...

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିଲେ ଏହି ଖେଳାଳି

ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ୍‌, ବୋଲର୍‌, ଫିଲ୍ଡର ଏବଂ ଜଣେ ଉଚ୍ଚକୋଟୀର ଅଧିନାୟକ ଥିଲେ ଲାଲା ଅମରନାଥ। ସ୍ବାଧୀନ ଭାରତର ପ୍ରଥମ ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତ...

ପନ୍ତଙ୍କୁ ଓପନିଂ ପଠାଇବାର କାରଣ କହିଲେ ରୋହିତ

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ ରିଷଭ ପନ୍ତ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତି...

ଏଫ୍‌ଆଇଏଚ୍‌ ମହିଳା ହକି:ଭାରତୀୟ ମହିଳା ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ, ୮ା୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର...

Advertisement
Archives

Model This Week