ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ ଏଏପି ଆଗରେ ଥିବା କୁହାଯାଉଛି।
୨୦୧୫ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ୬୭ ଆସନ ଦଖଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଭାଜପାକୁ ମାତ୍ର ୩ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ନ ଥିଲା। ଏହାର ୫ ବର୍ଷ ପରେ ଦିଲ୍ଲୀବାସୀ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିବାକୁ ଯାଉଥିବାବେଳେ ଗୁରୁବାର ତିନି ପ୍ରମୁଖ ଦଳ ନିଜ ନିଜ ଶେଷଅସ୍ତ୍ର ଚଳାଇଛନ୍ତି। ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଉତ୍ତରପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଦିଲ୍ଲୀ ସଭାପତି ମନୋଜ ତିଓ୍ବାରୀ ଘନ ଘନ ପ୍ରଚାର ଚଳାଇଥିବାବେଳେ ଏଏପିର ପ୍ରଚାର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ନିଜ ଦଳର ସ୍ଥିତି ବଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି। କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦୀକ୍ଷିତଙ୍କ ୧୫ ବର୍ଷ ଶାସନକୁ ଆୟୁଧ କରି ‘କଂଗ୍ରେସଓ୍ବାଲୀ ଦିଲ୍ଲୀ’ର ନାରା ଦେଇଛି।
ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମ ଭୋଟ ବ୍ୟାଙ୍କ ଜାତି ଧର୍ମ ଆଧାରରେ ନୁହେଁ, ବରଂ ବିଗତ ୫ ବର୍ଷରେ ଆମ କାମକୁ ନେଇ ମତଦାତା ଭୋଟ ଦେବେ। ଯେଉଁ ଭୋଟର ଭଲ ଶିକ୍ଷା, ସ୍ବାସ୍ଥ୍ୟସେବା, ଆଧୁନିକ ରାସ୍ତାଘାଟ ଓ ୨୪ ଘଣ୍ଟା ବିଦ୍ୟୁତ୍‌ ଚାହାନ୍ତି ସେମାନେ ଆମ ସପକ୍ଷରେ ମତଦାନ କରିବେ। ଏହି ନିର୍ବାଚନ ଦେଶରେ ଏକ ନୂଆ ଧରଣର ରାଜନୀତିକୁ ପ୍ରତିଷ୍ଠା କରିବ, ଯାହାକି କାର୍ଯ୍ୟ ଓ ପ୍ରଦର୍ଶନ ଉପରେ ପର୍ଯ୍ୟବସିତ। ଭାଜପା ଏବେ ସିଏଏ ବିରୋଧୀ ବିକ୍ଷୋଭ ଚାଲିଥିବା ଶାହିନବାଗ କଥା କହୁଛି। କିନ୍ତୁ ଦିଲ୍ଲୀର ଅନଧିକୃତ କଲୋନୀ ବିଷୟ ଭୁଲିଯାଇଛି। କଂଗ୍ରେସ କ୍ଷମତାରେ ଥିବାବେଳେ ବେଆଇନ କଲୋନୀଗୁଡ଼ିକୁ ନେଇ ଭାଜପା ଲୋକଙ୍କୁ ବୋକା ବନାଉଥିଲା। ଏବେ ଆଉ ତାହା ଚଳିବ ନାହିଁ। ପ୍ରକାଶ ଯେ, ଏଏପି ଏଥର ୧୫ ବିଧାୟକଙ୍କୁ ବାଦ୍‌ ଦେଇଛି। ଏହାସହ ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ହେଉଛନ୍ତି ନୂଆମୁହଁ।
ସେପଟେ ଶାହିନବାଗକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଭୟ ଏଏପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଶାହିନବାଗରେ ଚାଲିଥିବା ସିଏଏ ବିରୋଧୀ ବିକ୍ଷୋଭ ଏହି ଦୁଇଦଳର ଜଏଣ୍ଟ ଭେଞ୍ଜର। ନିର୍ବାଚନ ଫଳ ପ୍ରକାଶ ପାଇଲେ ‘ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌’କୁ ଝଟକା ଲାଗିବ ବୋଲି ଶାହା ଏକ ରୋଡ୍‌ ଶୋ’ ବେଳେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁର୍ଜଓ୍ବୋଲା କହିଛନ୍ତି, ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ ଆମ ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଏଥର ଦିଲ୍ଲୀ ନିର୍ବାଚନରେ ମଧ୍ୟ ଆମେ ଭଲ କରିବୁ। କେନ୍ଦ୍ରର ଭାଜପା ଓ ଦିଲ୍ଲୀର ଏଏପି ସରକାର ମିଥ୍ୟାର ସରକାର। ଜାତୀୟ ରାଜଧାନୀରେ ଏଏପି ପୁଣିଥରେ ‘ଦଙ୍ଗଲଓ୍ବାଲୀ ସରକାର’ ଆଣିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଭାଜପା ‘ଦଙ୍ଗା ସରକାର’ ଚାହୁଁଛି। ଆମେ ‘ଦିଲ୍ଲୀଓ୍ବାଲୀ ସରକାର’ ଆଣିବୁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଇତିମଧ୍ୟରେ ନିର୍ବାଚନ କମିଶନ (ଇସି) ୟୁପି ମୁଖ୍ୟମନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। କେଜ୍‌ରିଓ୍ବାଲ ଶାହିନବାଗରେ ଆତଙ୍କବାଦୀଙ୍କୁ ବିରିୟାନି ଖୁଆଉଛନ୍ତି ବୋଲି ଯୋଗୀ ଏକ ସଭାରେ ମନ୍ତବ୍ୟ ଦେଇଥିଲେ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦର୍ଶାଇ ଇସି ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଜବାବ ଦାଖଲ କରିବାକୁ ଯୋଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?