Posted inଜାତୀୟ

ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ ନ କରି ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୁଳତା ସମସ୍ୟା ଦୂର ହୋଇଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଥଣ୍ଡାପାଣିରେ ଗାଧୋଇବା ଏକ ବାୟୋକେମିକାଲ ପ୍ରକ୍ରିୟା। ଶରୀରରେ ଦୁଇ ପ୍ରକାରର ଚର୍ବି ରହିଥାଏ । ପ୍ରଥମଟି ହ୍ବାଇଟ୍‌ ଫ୍ୟାଟ୍‌ ଓ ଦ୍ୱିତୀୟ ହେଉଛି ବ୍ରାଉନ୍‌ ଫ୍ୟାଟ୍‌୍‌ । ହ୍ବାଇଟ୍‌ ଫ୍ୟାଟ୍‌ର ଶରୀରରେ କୌଣସି ଆବଶ୍ୟକତା ନ ଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଗ୍ରହଣ କଲେ ଶରୀରରେ ହ୍ବାଇଟ୍‌ ଫ୍ୟାଟ୍‌ ଜମା ହୋଇଥାଏ । ଏହା ଶରୀରର ଅଣ୍ଟା, ପିଠି, ପେଟ କିମ୍ବା ଗଳାରେ ଜମିଯାଇଥାଏ। ଅନ୍ୟପକ୍ଷରେ ବ୍ରାଉନ୍‌ ଫ୍ୟାଟ୍‌ ଶରୀର ପାଇଁ ଉପଯୋଗୀ। ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ଫ୍ୟାଟ୍‌ ଯୋଗୁ ଶରୀର ଉଷୁମ ରହିଥାଏ । ଶୀତ ଲାଗିଲେ ବ୍ରାଉନ୍‌ ଫ୍ୟାଟ୍‌ ସକ୍ରିୟ ହୁଏ। ଥଣ୍ଡାପାଣିରେ ଗାଧୋଇଲେ ଶରୀରରେ ଜମା ହୋଇ ରହିଥିବା ହ୍ବାଇଟ୍‌ ଫ୍ୟାଟ୍‌ର ବିଘଟନ ଆରମ୍ଭ ହୁଏ ଫଳରେ ଧୀରେ ଧୀରେ ମେଦବହୁଳତାରୁ ମୁକ୍ତି ମିଳିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର, ଲଦାଖ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ, ୨।୮: ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖ ଗସ୍ତରେ ଯିବ। ଦୁଇ କେନ୍ଦ୍ରଶାସିତ...

ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌

ନୂଆଦିଲ୍ଲୀ,୧୮।୪: ଟାଇମ୍ସ୍‌ ମାଗାଜିନ୍‌ ପକ୍ଷରୁ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାମ ରହିଛି। ଏଥିରେ...

ହିମାଚଳ ପ୍ରଦେଶରେ ସାମିଲ ହେଲା ଭାଗବତ ଗୀତା

ଶିମଲା,୪।୪: ଗୁଜରାଟ ଓ କର୍ନାଟକ ପରେ ଏବେ ହିମାଚଳ ପ୍ରଦେଶରେ ପିଲାଙ୍କ ପାଠପଢ଼ାରେ ସାମିଲ ହୋଇଛି ଭାଗବତ ଗୀତା। ୨୦୨୨-୨୩ ପାଠ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀର...

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି...

ଭାଜପା ପାଇଁ ବୋଲିଂ କରିବାକୁ ସଚିନଙ୍କ ଅଣ୍ଟା ଭିଡ଼ା

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ପାଇଁ ଏବେ ସଚିନ ପାଇଲଟ କଣ୍ଟା ସାଜିଛନ୍ତି। ମଧ୍ୟପ୍ରଦେଶ ଶୈଳୀରେ ଏଠାରେ ଅପରେଶନ୍‌ ଲୋଟସ୍‌ ଅଭିଯାନ ଭାଜପା ପକ୍ଷରୁ...

ଲକ୍ଷେ ମୁହାଁ କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ଟପିଲା

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଏବେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ

ରାୟପୁର,୨୪।୨: ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ ଏବଂ ପିକଅପ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪: ପର୍ଯ୍ୟବେକ୍ଷଣରେ ୩୫ ହଜାର ସନ୍ଦିଗ୍ଧ

ନୂଆଦିଲ୍ଲୀ,୧୩।୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭାରେ ଶୂନ୍ୟ କାଳରେ...

Advertisement
Archives

Model This Week