ଫୁଲବାଣୀ ଅଫିସ, ୩ା୨-ଆଇଓସିଏଲ୍ (ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ପକ୍ଷରୁ ଇନ୍ଧନ ସଂରକ୍ଷଣ ସଚେତନତା ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏହାର ଶୁଭାରମ୍ଭ ପୂର୍ବତନ ଏମ୍ପି ଖାରାବେଳ ସ୍ବାଇଁ କରିଥିଲେ। ଏହି ପଦଯାତ୍ରାରେ ସହରର ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରି ଇନ୍ଧନ ଅପବ୍ୟବହାର ରୋକିବା ସହ ଆଗାମୀ ପିଢୀ ପାଇଁ ସଂରକ୍ଷିତ ରଖିବାକୁ ସହରବାସୀଙ୍କୁ ସଚେତନ କରିଥିଲେ। ଏ ସମ୍ପର୍କିତ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ଅଂଶଗ୍ରହଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶୋଭାଯାତ୍ରା ପୂର୍ବରୁ ପ୍ରବଳ ଥଣ୍ଡାରେ ପିଲାମାନଙ୍କୁ ସକାଳ ସାଢ଼େ ୬ଟାରୁ ଠିଆ କରାଯାଇଥିଲା। ଶୀତରେ ପିଲାମାନେ ଥରୁଥିଲେ ବି ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଆଇଓସିଏଲ୍ କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କୁ ସାମିଲ କରିବାକୁ ନେଇ ସହରର ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ। ସହରରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ, କଲେଜ, ଯୁବକ ସଂଘ ଓ ସରକାରୀ କର୍ମଚାରୀ ଅଛନ୍ତି। ହେଲେ ସେମାନଙ୍କୁ ଏଥିରେ ସାମିଲ ନ କରି ଛୋଟ ଛୋଟ ପିଲାଙ୍କୁ ଥଣ୍ଡା କାକରରେ ଦୀର୍ଘ ସମୟ ଠିଆ କରାଇବାକୁ ସବୁ ମହଲରେ ନିନ୍ଦା କରାଯାଇଛି। କେତେକ ମାନବାଧିକାର କର୍ମୀ ମାନବାଧିକାର କମିଶନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଅତିଥି ଭାବେ ଆଇଓସିଏଲ୍ର ଓଡିଶା ଜେନେରାଲ ମ୍ୟାନେଜର ଏମ୍. ଉନିକ୍ରିଷ୍ଣା ଓ ଚିଫ୍ ଟେକ୍ନିକାଲ ଅଫିସର ଅମର ବଳବନ୍ତରାୟ ଯୋଗ ଦେଇଥିଲେ।
Posted inଆମ ଜିଲା ଖବର, କନ୍ଧମାଳ View All

କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ
ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ...

ଟ୍ରକ୍କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍: ଚାଲିଗଲା ୨ ଜୀବନ
ଛେଣ୍ଡିପଦା,୨୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଭାଗୀରଥିପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍: ତୃତୀୟ ଦିବସ ଷ୍ଟାର ଇଲେଭେନ୍ ୨-୦ ବିଜୟୀ
ଭବାନୀପାଟଣା,୧୮।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍ ମଙ୍ଗଳବାର ଏନ୍ଡିସିସି ବନାମ ଷ୍ଟାର ଇଲେଭେନ୍ ମଧ୍ୟରେ...

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ
ଉଦଳା,୨ା୧(ଡି.ଏନ୍.ଏ.)- ନୂଆ ବର୍ଷକୁ ସ୍ବାଗତ କରିବା ନିମନ୍ତେ ସମସ୍ତେ ମସଗୁଲ୍ ଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଆମ୍ବଡିହା ଗ୍ରାମରେ ଏକ ଅଘଟଣ...

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ
ପୁରୁଷୋତ୍ତମପୁର,୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା...

ଝି’ପୁଓର ପାଠ୍ପଢ଼ା ଲାଗି ଭିଖ୍ ମାଗୁଛନ୍ ବାପା
ଅତାବିରା, ୧୮।୭ (ଡି.ଏନ୍.ଏ): କେନ୍ଦ୍ର ଆର ରାଏଜ୍ ସରକାର ଶିକ୍ଷାରେ ସଂସ୍କାର ଆନବାର ଲାଗି ଅନେକ୍ ଯୋଜନା କାଯ୍କାରୀ କରୁଛନ୍। କେନ୍ଥେଇ ସଭେ ସୁବିଧାରେ ଭଲ...

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍ଙ୍କ ପରଲୋକ
କେନ୍ଦ୍ରାପଡ଼ା ଅଫିସ, ୩୧।୮: କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପାରା ଆଥଲେଟ୍ ସୁକାନ୍ତ ଚୌଧୁରୀଙ୍କ ଶନିବାର ସନ୍ଧ୍ୟାରେ ହୃଦଘାତ୍ରେ ପରଲୋକ ଘଟିଛି। ତାଙ୍କୁ ୬୬...

ଜନତା କର୍ଫ୍ୟୁ ପ୍ରଭାବ: ଦେବଗଡ଼ ଜନଶୂନ୍ୟ
ଦେବଗଡ଼,୨୨।୩(ଡି.ଏନ୍.ଏ.): ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନ ପରେ ରବିବାର ଦେବଗଡ଼ ଜିଲାରେ ଏହାର ପ୍ରଭାବ ପ୍ରତିଫଳିତ...