ତ୍ରିସ୍ତରୀୟ ସୁରକ୍ଷାରେ ବିଧାନସଭା

ଭୁବନେଶ୍ୱର,୧୪।୨(ବ୍ୟୁରେ): ଶୁକ୍ରବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର କମିଶନରେଟ ପୋଲିସ ଓ ଗୋଇନ୍ଦା ବିଭାଗ ପକ୍ଷରୁ ୨ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଡିଜିପିି ଅଭୟ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଧାନସଭା ପରିସରରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୁରକ୍ଷା ସଂକ୍ରାନ୍ତ ରିହର୍ସାଲ କରାଯାଇଥିଲା। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ପୂର୍ବାହ୍ନ ୧୦ଟା ୩୦ରେ ଗାର୍ଡ ଅଫ୍‌ ଅନର ଦିଆଯିବ। ତେଣୁ ଏହା ଉପରେ ପୂର୍ବାଭ୍ୟାସ ମଧ୍ୟ କରାଯାଇଥିଲା। ରିହର୍ସାଲ ସମୟରେ ପୋଲିସ କମିଶନର ଷଡ଼ଙ୍ଗୀ ଗାର୍ଡ ଅଫ୍‌ ଅନର ଅଭ୍ୟାସ କରୁଥିବା ପୋଲିସ କର୍ମଚାରୀଙ୍କ ତ୍ରୁଟି ଧରିବା ସହ ଠିକ୍‌ କରି ଦେଖାଇଥିଲେ। ସେହିଭଳି ବିଧାନସଭା ଭିତରେ ଓ ବାହାରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଏବଂ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଇଥିଲା।
ଡିଜିପି ଅଭୟ କହିଛନ୍ତି, କମିଶନରେଟ ପୋଲିସ ଏବଂ ଗୋଇନ୍ଦା ପୋଲିସ ପକ୍ଷରୁ ବିଧାନସଭା ଓ ଆଖପାଖ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ କଣ୍ଟ୍ରୋଲରୁମ୍‌ ଓ ସମନ୍ବିତ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୯୦ ଅଫିସର ରହିବେ। ଏହାସହ ୨ ସ୍ପେଶାଲ ଟାକ୍ଟିକାଲ ୟୁନିଟ, ଷ୍ଟ୍ରାଇକିଂ ଫୋର୍ସ ଓ କ୍ୟୁଆର୍‌ଟି ମୁତୟନ ରହିବେ। ରୁଫ୍‌ ଟପ୍‌ ସିକ୍ୟୁରିଟି ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ପୂରା ସ୍ଥିତି ଉପରେ ନଜର ରଖିବେ। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ବିକ୍ଷୋଭକାରୀଙ୍କ ପାଇଁ ଗାନ୍ଧୀ ମାର୍ଗରେ ବ୍ୟାପକ ପୋଲିସ ଫୋର୍ସ ରଖାଯାଇଛି। ଏହାସହ ସିସିଟିଭି ମଧ୍ୟ ଲଗାଯାଇଛି। ଏଥର କାଠ ବଦଳରେ ଲୁହାର ବ୍ୟାରିକେଡ କରାଯାଇଛି। ପ୍ରତିବର୍ଷ ଗଛ କଟାଯାଇ ବ୍ୟାରିକେଡ କରାଯାଉଥିଲା। ଫଳରେ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଥିଲା। ଅନ୍ୟପକ୍ଷରେ ବିଧାନସଭା ନିୟମିତ ହେଉଥିବାରୁ ସ୍ଥାୟୀଭାବେ ଲୁହାର ବାରିକେଡ୍‌ କରାଯାଇଛି। ଯାହାକି ସବୁ ଦୁଷ୍ଟିରୁ ଭଲ। ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ଗଛ କଟାଯିବାରୁ ମଧ୍ୟ ମୁକ୍ତି। ଏହା ଏକ ଭଲ ପ୍ରୟାସ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ

ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି।...

ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ଭାଜପାର ଅଭିଯୋଗ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ...

ନିଜ ସ୍କୁଲରେ ହେବ ପରୀକ୍ଷା

କଟକ ଅଫିସ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ।...

ସବାଇଘାସର ରାଖୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଲାଗିବା କଥା। କିନ୍ତୁ କରୋନା...

ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍‌ଡର

ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା...

କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ।...

୨ ଆଦିବାସୀ ପରିବାର ଗାଁରୁ ବାସନ୍ଦ

ଯୋଡ଼ା,୪ ।୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମର ୨ଟି ପରିବାରର ୧୬ଜଣ...

ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ...

Advertisement
Archives

Model This Week