Posted inଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ସିରିଜ: ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ

ମେଲବୋର୍ନ,୯।୨- ଚଳିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୬ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ଭାରତ ଫାଇନାଲରେ ପ୍ରବେଶ କରିଛି। ଟିମ୍‌ ଇଣ୍ଡିଆ ୪ ମ୍ୟାଚ୍‌ରୁ ୨ ଜିତିଥିବାବେଳେ ସମାନ ସଂଖ୍ୟକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ସିରିଜର ଫାଇନାଲ ମ୍ୟାଚ୍‌ ୧୨ ତାରିଖରେ ଜଙ୍କଶନ ଓଭାଲଠାରେ ଖେଳାଯିବ।
ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୩୨ ରନ୍‌ କରିଥିଲା। ଦଳ ପାଇଁ ବେଥ ମୁନି ୫୦ ଓ ରାଚେଲ ହାଇନେସ ୨୪ ରନ୍‌ କରିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ସୋଫି ଇକଲେଷ୍ଟୋନ ଓ ସାରା ଗ୍ଲେନ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। ଜବାବରେ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ ହରାଇ ୧୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କାଥରିନ ବ୍ରୁଣ୍ଟ ଓ ଲୌରେନ ଓ୍ବିନଫିଲ୍ଡ ୨୩ ଲେଖାଏ ରନ୍‌ ଯୋଗଦାନ ଦେଇଥିଲେ। ବିଜୟୀ ଦଳ ପକ୍ଷରୁ ସୋଫି ମଲିନେକ୍ସ ୩ ଓ ତାଲିଆ ଭ୍ଲାମିଙ୍କ ୨ ଉଇକେଟ ହାତେଇଥିଲେ। ବିଜୟୀ ଦଳ ଲାଗି ସଫଳ ବୋଲର ମଲିନେକ୍ସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର…

ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…

ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ…

ମୋବାଇଲ ୟୁଜର୍ସଙ୍କ ପାଇଁ ନଭେମ୍ୱର ୧ରୁ ନୂଆ ନିୟମ: ଅଜଣା ନମ୍ୱରରୁ କଲ୍‌ ଆସିଲେ…

ନୂଆଦିଲ୍ଲୀ,୩୦।୧୦: ଏବେ କୌଣସି ଅଜଣା ନମ୍ୱରରୁ ଫୋନ କଲ ଆସିଲେ କିଏ କଲ କରୁଛି ତାହା ଜାଣିବା ପାଇଁ ଆପଣଙ୍କୁ ଆଉ ଚିନ୍ତା ହେବାକୁ ପଡ଼ିବ ନାହିଁ।…

ତ୍ରିଲୋଚନ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏଶନ କଲା ପୋଲିସ, ଗୋଟି ଗୋଟି କରି ସତ ବଖାଣିଲେ ଅପରାଧୀ

ପାଟଣା,୩୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ତୁଳସୀ ମହାନ୍ତଙ୍କ ସ୍ବାମୀ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟାକାଣ୍ଡର ଏକ ମାସ ପରେ…

ବଡ଼ ଘୋଷଣା: ଏବେ ଭତ୍ତା ଟଙ୍କା ହେଲା ଡବଲ୍‌, ଏଣିକି ପ୍ରତି ମାସରେ ଖାତାକୁ ଆସିବ…

ନୂଆଦିଲ୍ଲୀ,୩୦।୧୦: ବିଧବା ଏବଂ ଦିବ୍ୟାଙ୍ଗ ପେନସନ ୧,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨,୦୦୦ ଟଙ୍କା କରାଯାଇଛି। ଚଣ୍ଡୀଗଡ଼ ଶ୍ରମ କଲ୍ୟାଣ ବୋର୍ଡ (Labour Welfare Board)ର ୯ମ…

ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌: ମନ୍ତ୍ରୀ

ଭୁବନେଶ୍ୱର,୩୦ା୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟ ରୂପ ନେଇଛି। ବିଶେଷ କରି ରାଜ୍ୟର ମାଲକାନଗିରି ତୁଳନାରେ…

ବିରୋଧୀଙ୍କୁ କଡ଼ା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ଦେଶ ସଙ୍କଟର ସମ୍ମୁଖୀନ ହେଲେ ସେମାନେ ଖୁସି ହୁଅନ୍ତି’

ନୂଆଦିଲ୍ଲୀ,୩୦।୧୦: ବାନାସକାଣ୍ଠାରେ, ପ୍ରଧାନମନ୍ତ୍ରୀ ମୋଦି ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଗୁଡ଼ିକର ଉଦଘାଟନ କରିଛନ୍ତି। ଏହା…

ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ପରଲୋକ: ରାଜନୈତିକ ମହଲରେ ଶୋକର ଛାୟା

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଆର୍କେ ସିହ୍ନାଙ୍କର ଶୁକ୍ରବାର ନୋଏଡାରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?