ତେଲ ଶହେ ଛୁଇଁବ କି

ତୈଳ ମୂଲ୍ୟ ବଢ଼ାଇବା ପାଇଁ ବିପଣନ କମ୍ପାନୀଗୁଡିକ (ଓଏମ୍‌ସି) ଅତ୍ୟନ୍ତ ବ୍ୟସ୍ତ ଥିବା ପରି ମନେ ହେଉଛି। ସେମାନେ କ୍ରମାଗତ ୧୨ ଦିନ ଧରି ତୈଳ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ୧୨ ଦିନରେ ପେଟ୍ରୋଲ ମୂଲ୍ୟରେ ଟ୬.୫୫ ଏବଂ ଡିଜେଲ ମୂଲ୍ୟରେ ଟ୭.୦୪ ମୋଟ ବୃଦ୍ଧି ଘଟିଛି। ତୈଳର ଖୁଚୁରା ମୂଲ୍ୟ ବର୍ତ୍ତମାନ ବର୍ଷକ ଭିତରେ ସବୁଠୁ ଅଧିକ ରହିଛି। ଓଏମ୍‌ସିଗୁଡିକ ଯେତେ ଶୀଘ୍ର ସମ୍ଭବ ସେମାନଙ୍କର ହରେଇଥିବା ରାଜସ୍ବ ଭରଣା କରିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ଯୋଗୁ ୮୨ ଦିନର ବିରତି ପରେ ଜୁନ୍‌ ୭ ତାରିଖରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ଦୈନିକ ତୈଳ ମୂଲ୍ୟରେ ସଂଶୋଧନ ଆରମ୍ଭ କରିଛନ୍ତି। ମାର୍ଚ୍ଚ ମଧ୍ୟଭାଗରେ ଅତିରିକ୍ତ ରାଜସ୍ବ ଆଦାୟ ପାଇଁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିବା ପରେ ପରେ ଦୈନିକ ଦର ପରିବର୍ତ୍ତନକୁ ବନ୍ଦ କରିଦେଇଥିଲେ। ଯଦିଚ ଓଏମ୍‌ସିଗୁଡିକ ଗ୍ରାହକଙ୍କ ଉପରେ ଏହି ଟିକସ ବୋଝ ତୁରନ୍ତ ଲଦିଦେଇ ନ ଥିଲେ, ସେମାନେ ବର୍ତ୍ତମାନ ପ୍ରତିଶୋଧ ନେଲା ଭଳି ଏହା କରୁଛନ୍ତି। ସବୁଠାରୁ ଖରାପ କଥା ହେଉଛି, ମୂଲ୍ୟ ବୃଦ୍ଧି ଏମିତି ସମୟରେ ଘଟୁଛି ଯେତେବେଳେ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟ ବହୁ ବର୍ଷର ନିମ୍ନକୁ ଚାଲିଆସିଛି। ଗତ ଏପ୍ରିଲ ମାସରେ ଅଶୋଧିତ ତୈଳ ମୂଲ୍ୟ ଅସମ୍ଭବ ଭାବେ କମିଥିଲା ଏବଂ ତା’ ପରେ ବି ମୂଲ୍ୟ ଊଣା-ଅଧିକେ କମ୍‌ ହିଁ ରହିିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୪୦ ଡଲାରରୁ ତଳକୁ ଖସିଛି। ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବର୍ତ୍ତମାନ ଯେତିକି ଅଛି ତାହା ୨୦୧୮ ଶେଷ ଆଡ଼କୁ ସେତିକି ଥିଲା, ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ଉଚ୍ଚରେ ଥିଲା।
ତୈଳ ମୂଲ୍ୟକୁ ନିୟନ୍ତ୍ରଣମୁକ୍ତ କରିବା ପଛରେ ଏକ ଅଦ୍ଭୁତ ଯୁକ୍ତି ଅଛି। ଏହା ଲୋକବିରୋଧୀ ଭାବେ କାର୍ଯ୍ୟ କରେ। ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଏ, ସେତେବେଳେ ଏହି ବୃଦ୍ଧିର ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯାଏ। କିନ୍ତୁ ଯେତେବେଳେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଏ, ସେତେବେଳେ ସରକାର ତଦନୁଯାୟୀ ଟ୍ୟାକ୍ସ ବୃଦ୍ଧି କରି ଗ୍ରାହକଙ୍କୁ ତା’ର ଲାଭ ଦିଅନ୍ତି ନାହିଁ। ଗ୍ରାହକ ଉଭୟ ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶ୍ୱ ଅଶୋଧିତ ତୈଳ ବଜାର ପୁନର୍ବାର ତା’ର ସ୍ଥିତି ସୁଦୃଢ଼ କରିବାକୁ ଯାଉଥିବା ବେଳେ ଏବଂ ଅନଲକ୍‌-୧ କାର୍ଯ୍ୟକାରୀ ହେବାବେଳେ ତୈଳ ରିଟେଲରମାନେ ଗ୍ରାହକଙ୍କ ଉପରେ ଉକ୍ତ ବର୍ଦ୍ଧିତ ଟିକସ ଭାର ଲଦିବାକୁ ଆରମ୍ଭ କରିଦେଇଛନ୍ତି। ତେବେ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଉଛି, ଯେତେବେଳେ କି କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସେମାନେ ଅଭୂତପୂର୍ବ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ବହୁ ଲୋକ ଚାକିରି ହରାଇଛନ୍ତି। ସମସ୍ତଙ୍କର ଆୟ ବହୁତ ହ୍ରାସ ପାଇଛି। ଅଧିକାଂଶ ସହରାଞ୍ଚଳର ଲୋକ ହତାଶ ହୋଇପଡ଼ିଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ସରକାର ବିପଣନ କମ୍ପାନୀଗୁଡ଼ିକୁ ତୈଳଦର ବଢ଼ାଇବା ପାଇଁ ସ୍ବାଧୀନତା ଦେଇଦେବା ନିନ୍ଦନୀୟ। ଓଏମ୍‌ସିଗୁଡିକ ଟିକସ ବୃଦ୍ଧି ସତ୍ତ୍ୱେ ଖୁଚୁରା ତୈଳ ଦର ବୃଦ୍ଧି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ କାରଣ ସେତେବେଳେ ପ୍ରାୟତଃ ସବୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା। ସାରା ଦେଶରେ ଲକ୍‌ଡାଉନ୍‌ ସମୟରେ ତୈଳ ବ୍ୟବହାର ତିନି ଚତୁର୍ଥାଂଶରୁ ଅଧିକ ହ୍ରାସ ପାଇଥିଲା। ତେବେ କିଛି ସପ୍ତାହ ଲକ୍‌ଡାଉନ କୋହଳ କରିଦିଆଯିବା ପରେ ଲୋକମାନେ ବାହାରକୁ ଆସିବାକୁ ଆରମ୍ଭ କଲେ। ସେତେବେଳେ ଓଏମ୍‌ସିଗୁଡ଼ିକ ତୈଳଦର ବୃଦ୍ଧି କରି ଗ୍ରାହକଙ୍କ ଉପରେ ଟିକସ ବୋଝ ଲଦିବାକୁ ଆରମ୍ଭ କଲେ। ଉଲ୍ଲେଖନୀୟ ଯେ, ଅଶୋଧିତ ତୈଳ ମୂଲ୍ୟ କମ୍‌ ଥିବାବେଳେ ଗ୍ରାହକମାନେ ସେଥିରୁ ସାମାନ୍ୟତମ ଉପକୃତ ହେଲେ ନାହିଁ। କ୍ରମାଗତ ବାରଥର ସିଧାସଳଖ ବୃଦ୍ଧି ତୈଳ ମୂଲ୍ୟକୁ ସେପ୍ଟେମ୍ବର ୨୦୧୮ର ରେକର୍ଡ ସ୍ତରକୁ ନେଇଯାଇଛି। ଯଦି ଏହିପରି ଚାଲେ, ତେବେ ତୈଳ ମୂଲ୍ୟ ତିନି ଅଙ୍କ ବିଶିଷ୍ଟ ଜୋନ୍‌ରେ (୧୦୦ ଟଙ୍କାରେ) ପହଞ୍ଚିବା ପାଇଁ ବେଶି ଦିନ ଲାଗିବ ନାହିଁ। ଓଏମ୍‌ସିଗୁଡ଼ିକ ଲକ୍‌ଡାଉନ୍‌ ସମୟରେ ହରାଇଥିବା ରାଜସ୍ବ ଭରଣା କରିବା ପାଇଁ ବଦ୍ଧପରିକର ଥିବା ବେଳେ ନିଅଣ୍ଟିଆ ରାଜସ୍ବକୁ ନେଇ ସରକାର ଗ୍ରାହକମାନଙ୍କୁ ରିଲିଫ୍‌ ଯୋଗାଇବା ସମ୍ଭବପର ନୁହେଁ। ତୈଳ ବିପଣନ କମ୍ପାନୀଗୁଡ଼ିକ ଏମିତି ମୂଲ୍ୟ ବଢ଼ାଇ ଚାଲିବେ। କିଛିବର୍ଷ ତଳେ ତେଲ ଲିଟର ପିଛା ୧୦୦ ଟଙ୍କା ହେବା ବହୁ ଦୂରର କଥା ବୋଲି ମନେହେଉଥିଲା। କିନ୍ତୁ ବର୍ତ୍ତମାନର ଧାରା ଏବଂ ସରକାରଙ୍କ ମନୋଭାବକୁ ଦେଖିଲେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଖୁବ୍‌ଶୀଘ୍ର ୧୦୦ ଛୁଇଁବା ଅସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri