Posted inଖେଳ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୫୨ ଓଭରରେ ୯ ଉଇକେଟ ହରାଇ ୪୯୯ ରନ ସଂଗ୍ରହ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିନ ଖେଳ ଶେଷସୁଦ୍ଧା ୮୨ ଓଭରରେ ୬ ଉଇକେଟ ହରାଇ ୨୦୮ ରନ ସଂଗ୍ରହ କରିଛି। ଫଳରେ ୪ ଉଇକେଟ ହାତରେ ରଖି ଦକ୍ଷିଣ ଆଫ୍ରିକା ଏବେ ୨୯୧ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଉଇକେଟକିପର ବ୍ୟାଟ୍ସମମ୍ୟାନ କ୍ୟୁଣ୍ଟନ ଡିକକ୍‌ ୬୩ ଓ ଭର୍ଣ୍ଣନ ଫିଲାଣ୍ଡର ୨୭ ରନ କରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଓପନର ଡିନ୍‌ ଏଲଗାର ୩୫, ପିଟର ମଲାନ ୧୮, ଜୁବେର ହମ୍‌ଜା ୧୦, ଅନରିଚ ନୋର୍ଜ ୧୮, ଅଧିନାୟକ ଫାଫ୍‌ ଡୁପ୍ଲେସି ୮, ରାସି ଭାନ ଡେର ଡୁସେନ ୨୪ ରଦ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଡୋମ୍‌ ବେସ୍‌ ସର୍ବାଧିକ ୫ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୬୯/୨ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଡିନ୍‌ ଏଲ୍‌ଗାର ୩୨ରୁ ଓ ନୋର୍ଜ ବିନା ସ୍କୋରରୁ ଖେଳ ଆରମ୍ଭ କରି ଆଉଟ ହୋଇଥିଲେ। ବର୍ଷା ଯୋଗୁ ତୃତୀୟ ଦିବସର ଖେଳ ଏକାଧିକ ବାର ବାଧାପ୍ରାପ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୫୨ ଓଭରରେ ୪୯୯/୯ ଇନିଂସ ଘୋଷଣା
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୨ ଓଭରରେ ୨୦୮/୬
(ଡିକକ୍‌- ୬୩ *, ଫିଲାଣ୍ଡର- ୨୭*, ଏଲଗାର- ୩୫, ଡୁସେନ- ୨୪, ବେସ- ୫/୫୧, ଷ୍ଟୋକ୍ସ- ୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ଏହି ୫ ଧୁରନ୍ଧର ଖେଳାଳିଙ୍କ ଏହା ଶେଷ IPL ସିଜିନ, ତାଲିକାରେ ଅଛନ୍ତି ଏମାନେ…

ନୂଆଦିଲ୍ଲୀ, ୧୮।୫: IPL ୨୦୨୬ ଅନେକ ପ୍ରମୁଖ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ। ପାଞ୍ଚଟି ଟ୍ରଫି ଜିତିଥିବା ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ଦିଲ୍ଲୀର ପ୍ଲେଅଫ୍‌ ଆଶା ଉଜ୍ଜୀବିତ

ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri