Posted inଖେଳ

ତୃତୀୟ ଟେଷ୍ଟ: ଇଂଲଣ୍ଡ ୨୨୪/୪

ପୋର୍ଟ ଏଲିଜାବେଥ,୧୭।୧- ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୪ ଉଇକେଟ ହରାଇ ୨୨୪ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ୩୮ ଏବଂ ଓଲି ପୋପ୍‌ ୩୯ ରନକରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଦୁଇ ଓପନର ଜ୍ୟାକ କ୍ରଲି ଓ ଡୋମିନିକ ସିବ୍‌ଲି ଯଥାକ୍ରମେ ୪୪ ଓ ୩୬ ରନ କରି ଆଉଟ ହୋଇଥିଲେ। ସେହିପରି ଜୋ ଡେନଲି ୨୫ ଓ ଅଧିନାୟକ ଜୋ ରୁଟ୍‌ ୨୭ ରନକରି ପ୍ୟାଭିଲିୟନ ଫେରିଛନ୍ତି। ବୋଲିଂରେ ଘରୋଇ ଦଳ ତରଫରୁ କାଗିସୋ ରାବାଡ଼ା ୨, ଅନରିଚ ନୋର୍ଜ ଓ କେଶବ ମହାରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୮୯ ରନରେ ବିଜୟୀ ହୋଇଥିଲା। ସେହିପରି ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୯୦ ଓଭରରେ ୪ ଉଇକେଟ ହରାଇ ୨୨୪ ରନ
(କ୍ରଲି- ୪୪, ସିବ୍‌ଲି- ୩୬, ଡେନଲି- ୨୫, ରୁଟ୍‌- ୨୭, ଷ୍ଟୋକ୍ସ- ୩୮*, ପୋପ୍‌- ୩୯*, ରାବାନା- ୨/୪୮, ନୋର୍ଜ- ୧/୫୨, ମହାରାଜ- ୧/୫୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ହାରିବା ପରେ ଲାଇଭ୍‌ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି

ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ...

କଳିଙ୍ଗ ଷ୍ଟାଡିୟମରେ ସ୍ପୋଟର୍‌ସ କ୍ଲାଇମ୍ବିଂ ଟ୍ରେନିଂ

ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସ୍ପୋଟର୍‌ସ କ୍ଲାଇମ୍ବିଂର...

ଆନ୍ଦୋଳନ ବିଶ୍ୱବ୍ୟାପୀ କରିବାକୁ ରେସ୍‌ଲରଙ୍କ ଧମକ

ନୂଆଦିଲ୍ଲୀ,୧୫ା୫: ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚିଛି।...

ସୁନୀଲ ସେଟ୍ଟୀଙ୍କ ଝିଅ ପ୍ରେମରେ ପଡ଼ିଛନ୍ତି ଏହି କ୍ରିକେଟର

କ୍ରିକେଟ ଏବଂ ବଲିଉଡ୍‌ର ଦୁନିଆର ସମ୍ପର୍କ ବହୁତ ପୁରୁଣା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କଠାରୁ ଆରମ୍ଭ କରି ହରବଜନ ସିଂହ ଏବଂ ଗୀତା ବସ୍ରାଙ୍କ...

ବଳାତ୍କାର ଅଭିଯୋଗ: ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ତଦନ୍ତ ଶେଷ

ସାଓ ପାଉଲୋ,୩୦।୭(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗର ତଦନ୍ତ ଶେଷ ହୋଇଛି। ପ୍ରମାଣ ଅଭାବରୁ ବ୍ରାଜିଲ ପୋଲିସ ତଦନ୍ତ ଆଗକୁ...

ଜୁନିୟର କ୍ରିକେଟ ଚାମ୍ପିୟନଶିପ୍:ଯୁବ ଖେଳାଳିଙ୍କୁ ପରାମର୍ଶ ଦେବେ ଆଶୋକ ମାଲହୋତ୍ରା

ନୂଆଦିଲ୍ଲୀ,୫।୫ (ପି.ଟି.): ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ମୁଖ୍ୟ ଆଶୋକ ମାଲହୋତ୍ରା ଏବେ ଏକ ନୂଆ ଦାୟିତ୍ୱ ନେବାକୁ ଯାଉଛନ୍ତି। ଅଶୋକଙ୍କ ସହ ଅନ୍ୟ ୩ଜଣ...

ମୀରାବାଈ ଚାନୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ମହିଳା ୪୯କେଜି କାଟେଗୋରି ପାଇଁ ଭାରତର ଭାରୋତ୍ତୋଳିକା ମୀରାବାଈ ଚାନୁ ଯୋଗ୍ୟତା ଅର୍ଜନ କରିଥିବା ଇଣ୍ଟରନ୍ୟାଶନାଲ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ(ଆଇଡବ୍ଲ୍ୟୁଏଫ୍‌) ଶନିବାର...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ବେଲ୍‌ଗାଭି, ୨୮।୫- ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ...

Advertisement
Archives

Model This Week