Posted inଖେଳ

ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ନେଲସନ, ୫।୧୧- ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୧୪ ରନରେ ଜିତିନେଇଛି। ଏଥିସହ ୫ ମ୍ୟାଚ୍‌ବିଶିଷ୍ଟ ସିରିଜରେ ଘରୋଇ ନ୍ୟୁଜିଲାଣ୍ଡ ୨-୧ରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ୭ ଉଇକେଟ୍‌ରେ ଜିତିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌କୁ ୨୧ ରନରେ ଜିତି ନ୍ୟୁଜିଲାଣ୍ଡ ବରାବର୍‌ସ୍ଥିତିକୁ ଆସିଥିଲା। ସିରିଜର ୪ର୍ଥ ମ୍ୟାଚ୍‌ ଶୁକ୍ରବାର ନାପିଅରରେ ଖେଳାଯିବ।
ସ୍ଥାନୀୟ ସାକ୍ସଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ୩ୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଦୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ କଲିନ୍‌ ମୁନରୋ (୬ ରନ)ଙ୍କ ଉଇକେଟ୍‌ ହରାଇଥିଲା। କିନ୍ତୁ ମଧ୍ୟକ୍ରମରେ କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମିଳିତ ବ୍ୟାଟିଂ ସଫଳତା ବଳରେ ଘରୋଇ ଦଳ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ଗ୍ରାଣ୍ଡହୋମ୍‌ ୩୫ ବଲରୁ ୫ ଚୌକା ଓ ୩ ଛକା ସହାୟତାରେ ୫୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର୍‌ ମାର୍ଟିନ ଗୁପଟିଲ ୩୩, ରସ୍‌ ଟେଲର ୨୭, ଜେମ୍ସ ନିଶାମ ୨୫, ମିଚେଲ ସାଣ୍ଟନର ୧୫ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଟମ୍‌ କୁରାନ ୨ଟି ଏବଂ ସାମ୍‌ କୁରାନ, ଶକିବ ମହମ୍ମଦ, ପ୍ୟାଟ୍ରିକ ବ୍ରାଉନ ଓ ମାଥ୍ୟୁ ପାର୍କିଶନ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ୧୮୧ ରନର ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଏକଦା ୧୫ ଓଭରରେ ୨ ଉଇକେଟ୍‌ ହରାଇ ୧୩୯ ରନ କରି ସୁବିଧାଜନକ ସ୍ଥିତିରେ ରହିଥିଲା। ଶେଷ ୩୦ ବଲରୁ ବିଜୟ ପାଇଁ ଦଳକୁ ୪୨ ରନ ଆବଶ୍ୟକ ହେଉଥିଲା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୨୦ ଓଭରର ୭ ଉଇକେଟ ହରାଇ ୧୬୬ ରନ କରିବାକୁ ସମର୍ଥ ହୋଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ୪ ବ୍ୟାଟ୍ସମ୍ୟାନ ଟମ୍‌ ବାଣ୍ଟନ (୧୮), ଡେଭିଡ ମଲାନ (୫୫), ଜେମ୍ସ ଭିନିକ (୪୯) ଓ ଅଧିନାୟକ ଇଅନ ମୋର୍ଗାନ (୧୮)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନ ଥଲେ। ବିଜୟୀ ଦଳ ପକ୍ଷରୁ ଲୋକି ଫର୍ଗୁଶନ ଓ ବ୍ଲେୟାର ଟିକ୍‌ନର ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଗ୍ରାଣ୍ଡହୋମ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri