ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ : ସମାଧାନ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ, ବନ୍ଦ ହେବାକୁ ବସିଛି କଳିଙ୍ଗନଗର କାରଖାନା

ଯାଜପୁର ଅଫିସ/ସୁକିନ୍ଦା(ଡି.ଏନ.ଏ.),୨ା୯: ଦୁର୍ନୀତିର ଚେର ଓପାଡି ସ୍ବଚ୍ଛ ଓ ପାରଦର୍ଶୀ ପ୍ରଶାସନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାରେ ହେଉଥିବା ଅନିୟମିତତା ଓ ଦୁର୍ନୀତିର ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ପାଇଁ ୫-ଟି ଆଇନ କାର୍ଯ୍ୟକାରୀ ହେଉଛି। ହେଲେ କାଳିଆପାଣି ଖଣି ଅଞ୍ଚଳରେ ହାଇକୋର୍ଟଙ୍କ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ପାରିବା ଜିଲା ପ୍ରଶାସନର ପାରିବାପଣିଆ ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଣି ଖାଦାନରେ ଟ୍ରକ୍‌ ଓ ଶ୍ରମିକ ନିୟୋଜନରେ ମାସକୁ ପ୍ରାୟ ୮କୋଟି ଟଙ୍କା ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା କିଛି ବ୍ୟକ୍ତି ଓ ରାଜନେତାଙ୍କ ସ୍ବାର୍ଥ ପାଇଁ ପ୍ରଶାସନିକ ପଦକ୍ଷେପ ପ୍ରଭାବୀ ହୋଇପାରୁ ନାହିଁ। ଫଳରେ ଗତ ୨ସପ୍ତାହ ହେଲା କ୍ରୋମ ଉତ୍ତୋଳନ ବନ୍ଦ ରହିଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋଟିଏ ପରେ ଗୋଟିଏ କାରଖାନା କଞ୍ଚାମାଲ ଅଭାବରୁ ବନ୍ଦ ହେବାକୁ ଯାଉଛି। ଶାସକ ଦଳ ନେତାଙ୍କ ନୀରବତା ଓ ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ ସେମାନଙ୍କ ଅସଲ ମୁଖାକୁ ପଦାରେ ପକାଇଛି। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୁହିକ ସମସ୍ୟାର ସମାଧାନ କରିବାକୁ ରାଜନୈତିକ ନେତାମାନେ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳୁଛି।
ଯାଜପୁର ଜିଲା ସୁକିନ୍ଦା ଖଣି ଉପତ୍ୟକାରେ ଥିବା ସମସ୍ତ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ଆଇନ ଯୋଗୁ ଅଚଳାବସ୍ଥା ଲାଗି ରହିଛି। ଶନିବାର କାଳିଆପାଣି ଗେଷ୍ଟହାଉସରେ ଟ୍ରକ ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ସମାଧାନ ବୈଠକ ମଧ୍ୟ ବିଫଳ ହୋଇଛି। ଏଥିଯୋଗୁ ଖଣି ଉପରେ ନିର୍ଭର କରୁଥିବା ଟ୍ରକ ମାଲିକ, ଶ୍ରମିକ, ବ୍ୟବସାୟୀ, ଶିଳ୍ପପତିଙ୍କ ମଧ୍ୟରେ ଗଭୀର ପ୍ରଭାବ ଦେଥିବାକୁ ମିଳିଛି। ବିଶେଷ କରି ଗରିବ ବ୍ୟବସାୟୀ ଓ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। କୁହିକା ଟ୍ରକ ମାଲିକ ସଂଘ ଏବଂ ମିନେରାଲସ୍‌ ଟ୍ରକ ମାଲିକ ସଂଘ ମଧ୍ୟରେ ଉପୁଜିଥିବା ରାଜନୈତିକ ବିବାଦ ଯୋଗୁ କ୍ରୋମ ପରିବହନ ଠପ୍‌ ହୋଇପଡିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସହଯୋଗ କରିବା ବଦଳରେ କେଉଁ ପରିସ୍ଥିତିରେ ଜନୈକ ବିଧାୟକ ତାକୁ ବିରୋଧ କରୁଛନ୍ତି ତାହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଆସନ୍ତା ୪ ତାରିଖରେ ପୁଣି ଏକ ବୈଠକ କରିବାକୁ ଖଣି ବିଭାଗ ନିଷ୍ପତ୍ତି ନେଇଛି। ଅଞ୍ଚଳର ସାମୂହିକ ବିକାଶ ସମେତ ଶ୍ରମିକ, ବ୍ୟବସାୟୀ ପ୍ରମୁଖଙ୍କ ସ୍ବାର୍ଥକୁ ଆଥି ଆଗରେ ରଥି ଆଇନ ଅନୁସାରେ ପଦକ୍ଷେପ ନେଲେ ଏହି ଜଟିଳ ସମସ୍ୟାର ସମଧାନ ରହିଛି ବୋଲି ମତପ୍ରକାଶ ପାଉଛି। ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ବିବାଦ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପରିବର୍ତ୍ତେ କୋଟି କୋଟି ଟଙ୍କା ଆଦାୟ, ବ୍ୟକ୍ତିଗତ ବିଳାସ ଓ ଆରାମ ପ୍ରତି ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ଧ୍ୟାନ ଦେବା ଶିଳ୍ପାୟନ ପ୍ରତି ପ୍ରତିକୂଳ ମତର ମୁଖ୍ୟ କାରଣ ହୋଇଛି। ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ଦାବି ରାଜନୈତିକ ବିବାଦରୁ ଫସର ଫାଟୁଛି। ଏ ସଂକ୍ରାନ୍ତରେ ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, କଞ୍ଚାମାଲ ଅଭାବରୁ କଳିଙ୍ଗନଗରର ଅଧିକାଂଶ କାରଖାନା ତାଲା ପଡିବା ଅପେକ୍ଷାରେ ରହିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସବୁପ୍ରକାର ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri