Advertisement
Posted inଖେଳ

ତୀରନ୍ଦାଜୀ, କବାଡ଼ି ଇଭେଣ୍ଟରେ ପ୍ରାଦେଶିକ ଜନଜାତୀ କ୍ରୀଡ଼ା

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-
ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପ୍ରାଦେଶିକ ଜନଜାତି କ୍ରୀଡ଼ା ଚଳିତମାସ ୭ ଓ ୮ ତାରିଖ ଦୁଇଦିନଧରି ନିଳାଦ୍ରୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହେବ। ଏଥର ତୀରନ୍ଦାଜୀ ଓ କବାଡ଼ି ଇଭେଣ୍ଟ ଆୟୋଜିତ ହେବ ବୋଲି ଗୁରୁବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମର ପ୍ରାଦେଶିକ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି। ପ୍ରତିଯୋଗିତା ସବ୍‌ଜୁନିୟର ଓ ଜୁନିୟର ବର୍ଗରେ ଅନୁଷ୍ଠିତ ହେବ। ଏଥିରେ ୨୨ ଜିଲାରୁ ପାଖାପାଖି ୪୦୦ ବାଳିକା ଓ ବାଳକ ଭାଗ ନେବାର ସମ୍ଭାବନା ରହିଛି। ପ୍ରତିଯୋଗିତାରୁ ମନୋନୀତ ଖେଳାଳି ଚଳିତମାସ ୨୬ରୁ କାନ୍‌ପୁରରେ ହେବାକୁଥିବା ସର୍ବଭାରତୀୟ ଜନଜାତୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଗଦୀଶ କହିଛନ୍ତି। ଶୁଭ୍ରାଂଶୁ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରାଦେଶିକ ସଙ୍ଗଠନ ସମ୍ପାଦକ ବିଶ୍ୱାମିତ୍ର ମହାନ୍ତ, ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ, ସୁରେନ୍ଦ୍ର ଜେନା, ବିଜୟ କୁମାର ମହାନ୍ତି, ସୁରେଶ କୁମାର ମିଶ୍ର, ଦୈଦ୍ୟନାଥ ସାହୁ, ସୌମ୍ୟରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ଭାଟ୍ଟି, ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହୋଇଯିବାରୁ ଫିଲ୍ଡରଙ୍କୁ ବ୍ୟାଟ୍‌ରେ ପିଟିଦେଲେ ବ୍ୟାଟ୍ସମ୍ୟାନ୍‌, ଆଉ ତା’ପରେ

ଗ୍ବାଲିୟର୍‌,୫।୪: କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଝଗଡା ସାଧାରଣ ଅଟେ। ସ୍ଲେଜିଂ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ କ୍ରିକେଟ ପଡ଼ିଆରେ ଦେଖାଯାଏ। ଯଦି...

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌...

ଚହଲଙ୍କୁ ମୁସ୍ତାକ ଅହମ୍ମଦଙ୍କ ପରାମର୍ଶ

ନୂଆଦିଲ୍ଲୀ, ୫ା୫ (ପି.ଟି.)-ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଅନ୍ୟତମ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ମୁସ୍ତାକ ଅହମ୍ମଦ।...

ଓଡ଼ିଶା ଏଫ୍‌ସିରେ ପୂର୍ବତନ ନ୍ୟୁକାଷ୍ଟଲ ୟୁନାଇଟେଡ ଖେଳାଳି

ଭୁବନେଶ୍ୱର, ୧୭।୯(କ୍ରୀଡ଼ା ପ୍ରତିନିଧି)- ହାଇ ପ୍ରୋଫାଇଲ ଇଂଲିଶ୍‌ କ୍ଲବ ନ୍ୟୁକାଷ୍ଟଲ ୟୁନାଇଟେଡର ପୂର୍ବତନ ତାରକା ଖେଳାଳି ଷ୍ଟିଭେନ ଟେଲର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଆଗାମୀ ସିଜନରେ...

ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍‌ ଷ୍ଟାର; ଫଟୋ ଶେୟାର କରି..

ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...

‘ଆଇପିଏଲରେ ଖେଳିବା ନେଇ ଚିନ୍ତା କରିବି’

ଚେନ୍ନାଇ,୨୦।୧୧: ଆଇପିଏଲର ଆଗାମୀ ସଂସ୍କରଣରେ ଖେଳିବା ଲାଗି ଚିନ୍ତା କରିବି। ଏଥିଲାଗି ଯଥେଷ୍ଟ ସମୟ ଅଛି। ଏଣୁ ତରତର ହୋଇ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ।...

ଟି୨୦ ବିଶ୍ୱକପ୍‌ : ଇଂଲଣ୍ଡ ନୁହେଁ, ଭାରତ ଫେଭରାଇଟ୍‌

ୟୁଏଇ,୧୬।୭: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ଇଂଲଣ୍ଡ ନୁହେଁ ଟିମ୍‌ ଇଣ୍ଡିଆ ପ୍ରବଳ ଦାବିଦାର। ଏଭଳି...

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।...

Advertisement
Archives

Model This Week