Posted inରାଜ୍ୟ

ତୀବ୍ର ଅବପାତରେ ପରିଣତ ହେଲା ଘୂର୍ଣ୍ଣିଝଡ଼, ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୨।୧୨: ଦକ୍ଷିଣ ଏବଂ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଏବଂ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଇଏମ୍‌‌ଡି ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ସାମୁଦ୍ରିକ ଝଡ଼ ଏବେ ତାମିଲନାଡ଼ୁର ପୁଡୁଚେରୀ ଠାରୁ ୫୦୦ କିଲୋମିଟର ଏବଂ ଚେନ୍ନାଇ ଠାରୁ ୫୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆସନ୍ତା ୪ ତାରିଖରେ ଏହା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ଉପକୂଳ ନିକଟତର ହେବ। ୫ ତାରିଖରେ ନେଲୋର ଓ ମଚ୍ଛଲିପଟନମ ଉପୂକଳରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିମି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଠାରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି।

୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବା ସହ ଦକ୍ଷିଣ-ଓଡ଼ିଶାର କିଛି ଜିଲ୍ଲାର ପ୍ରବଳ ବର୍ଷାର ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷା ହେବା ନେଇ ବିଭାଗ ଚେତାବନୀ ଦେଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସବୁ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବାବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

ସାମୁଦ୍ରିକ ଝଡ଼ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ପାଞ୍ଚଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଘୂର୍ଣ୍ଣିଝଡ଼ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ପରିସ୍ଥିତି ଦୃଷ୍ଟିରୁ ଆଜିଠାରୁ ୬ ତାରିଖ ଯାଏଁ ଏହି ଜିଲ୍ଲାଗୁଡ଼ିକର ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହିତ ବାତ୍ୟାକୁ ଦୃଷ୍ଟିରେ ରଖି କୃଷକମାନେ ପାଚିଲା ଧାନ ତଥା ଅନ୍ୟାନ୍ୟ ଅମଳ ଯୋଗ୍ୟ ଶସ୍ୟଗୁଡ଼ିକୁ କ୍ଷେତରୁ ଆଣି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଲେ ସରକାର, ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଶ୍ରମିକମାନଙ୍କ ଦୈନିକ ଦରମା ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଏପ୍ରିଲ ମାସ ପହିଲାରୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ...

ଆବକାରୀ ଅଧୀକ୍ଷକଙ୍କୁ ରାସ୍ତା ମଝିରେ ଅଟକାଇଲା ଭିଜିଲାନ୍ସ; ୩ ଲକ୍ଷ ଟଙ୍କା ନଗଦ ଜବତ

ଢେଙ୍କାନାଳ, ୨୯।୪: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ମାର୍ଗମଧ୍ୟରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ...

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ED: ଜମାକାରୀଙ୍କୁ ଠକିବା ଅଭିଯୋଗ

ଭୁବନେଶ୍ୱର, ୨୯।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଭୁବନେଶ୍ୱର ଜୋନ, ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସାଧାରଣ ଜମାକାରୀଙ୍କୁ ଠକିବା...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଉତ୍ତେଜନା

ତାଳଚେର,୨୯।୪(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri