ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଉଛନ୍ତି। ମାତ୍ର ଏହି ରାଶି ଆତ୍ମସାତ କରିବାକୁ ଅନେକ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ପଛାଉନାହାନ୍ତି; ଯାହାକି ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତରେ ହୋଇଛି। ଦୁଃଖର କଥା ହେଲା ଜଡ଼ତିରାର ଶେଷଦେବ ନାଥଶର୍ମା ଯେତେବେଳେ ଜୀବିତ ଥିଲେ ସେତେବଳେ ତାଙ୍କୁ ମୃତ ଦର୍ଶାଯାଇ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨ ହଜାର ଟଙ୍କା ଆତ୍ମସାତ କରି ଦିଆଯାଇଛି। ତାଙ୍କ ମୃତ୍ୟୁ ପରେ ଏହା ଜଣାପଡିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ବଡ କଥା ହେଲା ତାଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯିବା ସହ ତାଙ୍କ ସ୍ତ୍ରୀଙ୍କ ନାମ ଜ୍ୟୋତ୍ସ୍ନା ଦର୍ଶାଯାଇଛି। ହରିଶ୍ଚନ୍ଦ୍ର ଯୋଜନାରେ ବୋହୂ ଜ୍ୟୋତ୍ସ୍ନାଙ୍କୁ ଏହି ସହାୟତା ରାଶି ଦିଆଯାଇଥିବା ଉଲ୍ଲେଖ ଅଛି। ଅନୁରୂପ ଭାବେ ଅନେକ ଗରିବ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ସହାୟତା ପାଇବା ପାଇଁ ଆବେଦନ କରାଯାଇଥିଲେ ସୁଦ୍ଧା ଦିଆଯାଉନି। ଏହି ପଞ୍ଚାୟତର ପାଖାପାଖି ୬୦ ଜଣଙ୍କ ନାମରେ ମିଥ୍ୟା ଦସ୍ତଖତ ବଳରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଆଦି ପାଇଁ ୫-ଟି ଓ ମୋ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ତିର୍ତ୍ତୋଲ ବ୍ଲକ ସମେତ ଜଗତ୍‌ସିଂହପୁର ଜିଲାର ଅନ୍ୟ ଅଞ୍ଚଳରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ରାଜନେତାଙ୍କ ଦୁର୍ନୀତି ଉପରେ ଆଶାନୁରୂପ ଅଙ୍କୁଶ ଲାଗି ପାରୁନାହିଁ, ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୭ା୧ା୧୯ରେ ଜଡ଼ତିରାର ଶେଷଦେବ ନାଥଶର୍ମାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପ୍ରମାଣପତ୍ର ୨୦ା୨ା୧୯ରେ ଦିଆଯାଇଥିଲା। କିନ୍ତୁ ୧୫ା୯ା୧୮ରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇ ପଞ୍ଚାୟତ ତରଫରୁ ୨ହଜାର ଟଙ୍କାର ଭାଉଚର କରାଯାଇଥିଲା। ଶେଷଦେବଙ୍କ ପୁଅ ଶୁଭ୍ରଜିତ ନାବାଳକ ଥିଲାବେଳେ ତାଙ୍କୁ ବିବାହିତ ଦର୍ଶାଯାଇଥିଲା। ଯେତେବେଳେ ଶେଷଦେବଙ୍କ ମୃତ୍ୟୁ ହେଲା ଏବଂ ପରିବାର ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ ସେତେବେଳେ ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ କିଛି ଶୁଣି ନ ଥିଲେ। ପରବର୍ତ୍ତୀ ସମୟରେ ଜଣାଯାଇଥିଲା ଯେ, ଶେଷଦେବ ଜୀବିତ ଥିବାବେଳେ ମୃତ ଦର୍ଶାଯାଇ ସହାୟତା ରାଶି ଚଳୁ କରି ଦିଆଯାଇଛି। ଅନୁରୂପ ଭାବେ ପଞ୍ଚାୟତରେ ଅନେକ ଲୋକଙ୍କ ନାଁରେ ମିଥ୍ୟା ଦସ୍ତଖତ ବଳରେ ସହାୟତା ଚଳୁ କରି ଦିଆଯାଇଛି। ସେମାନଙ୍କ ମଧ୍ୟରେ ନିୟତି ନାଥଶର୍ମା ଅନ୍ୟତମ। ମୃତ୍ୟୁ ପୂର୍ବରୁ ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା ଆତ୍ମସାତ କରାଯାଇଛି। ସେହିପରି ବଟ ସୁତାର, କୃଷ୍ଣଚନ୍ଦ୍ର ସୁତାର, ରଞ୍ଜନ ନାଥ ଓ ରବୀନ୍ଦ୍ର ଦାଶ ପ୍ରମୁଖଙ୍କ ମୃତ୍ୟୁ ପାଖାପାଖି ୧ ବର୍ଷ ପୂର୍ବରୁ ହୋଇଛି। ସେମାନଙ୍କ ପରିବାରକୁ ସହାୟତା ଦିଆ ନ ଯାଇ ଜାଲ୍‌ ଦସ୍ତଖତ ବଳରେ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ କି ଦୁଇଜଣ ନୁହେଁ ପଞ୍ଚାୟତର ୬୦ରୁ ଅଧିକ ଲୋକଙ୍କ ନାମରେ ସହାୟତା ରାଶି ହଡପ ହୋଇଥିବା ଶୁଭ୍ରଜିତ ନାଥଶର୍ମା, ଆଶିଷ ଶର୍ମା ଓ ବଇନ ଓଝା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତିର୍ତ୍ତୋଲ ବିଡିଓ ରମେଶ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ

ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ...

ଏନ୍‌ଏସି ଅଫିସରେ ତାଲା ପକାଇଲେ ଠିକାଦାର ମିଳୁନି ବକେୟା ପାଉଣା

ହିନ୍ଦୋଳ, ୪।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ୨୫ ଠିକାଦାର ବକେୟା ବିଲ୍‌ ଦାବି କରି ମଙ୍ଗଳବାର ଏନ୍‌ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।...

ପ୍ରଥମଥର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୧୬।୨(ସ୍ବପ୍ର): କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ମାହାଙ୍ଗାରେ ପ୍ରଥମ...

ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ...

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୬।୧୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର କାୟାକଳ୍ପ ଟିମ୍‌ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ ଆସିବା ପୂର୍ବରୁ ବୁଧବାର ରାତିରେ...

ଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୧।୬ – ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର କଳା କେନ୍ଦ୍ର ଓ ନୋସି ଇମ୍ଫାର ମିଳିତ ଆନୁକୂଲ୍ୟରେ...

ଆଜି ଡଲ୍‌ଫିନ ଗଣନା

ପୁରୀ ଅଫିସ, ୧୯ା୧:  ପୁରୀ ବିନ୍ୟପ୍ରାଣୀ ଡିଭିଜନରେ ରବିବାର ଡଲ୍‌ଫିନ ଗଣନା ହେବ। ସକାଳେ ଏହି ଗଣନା କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। କିନ୍ତୁ...

ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା...

Advertisement
Archives

Model This Week