ତାଲିକା ପ୍ରକାଶ ପରେ କୁହୁଳୁଛି ଅସନ୍ତୋଷ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିଥିଲେ। ଏମାନଙ୍କ ପାଇଁ ନୂତନ ଗୃହ ପ୍ରଦାନ ନିମନ୍ତେ ନାମ ତାଲିକା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶାଙ୍କ ପତ୍ର ସଂଖ୍ୟା ୩୨୬୮ରେ ଜାନୁୟାରୀ ୭ ରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ପଞ୍ଚାୟତଓ୍ବାରି ହିତାଧିକାରୀ ଚୟନ କରାଯାଇଛି। ବେଗୁନିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଡିଓଙ୍କ ପକ୍ଷରୁ ନୂତନ ତାଲିକା ପଞ୍ଚାୟତ କାର୍ଯ୍ୟାଳୟର ବିଜ୍ଞାପନ ଫଳକ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟକାନ୍ଥ, ବିଦ୍ୟାଳୟ କାନ୍ଥ ଏବଂ ସର୍ବସାଧାରଣ ସ୍ଥାନରେ ଲଟକା ଯାଇଛି। ଅନ୍ୟପକ୍ଷରେ ଯଦି କେଉଁ ହିତାଧିକାରୀଙ୍କ କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ସେ ସମ୍ପର୍କରେ ଲିଖିତ ଭାବେ ବ୍ଲକ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଚଳିତମାସ ୧୦ରୁ ୧୬ ତାରିଖ ମଧ୍ୟରେ ଦାଖଲ କରିପାରିବେ। ପୁଣି ସେହି ପୂର୍ବଭଳି ଅନିୟମିତା ହୋଇଥିବାରୁ ପ୍ରକୃତ ହିତାଧିକାରୀମାନଙ୍କ ସ୍ବର ବ୍ୟାପକ ହେବାରେ ଲାଗିଛି। ଏପରି କି ଏହି ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ସମସ୍ତ ଯୋଗ୍ୟତା ହାସଲ କରୁଥିବା ବହୁ ଗରିବ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ଭଙ୍ଗା କୁଡ଼ିଆ ତଳେ ବାସ କରୁଥିବା ଲୋକଙ୍କୁ ଅଣଦେଖା କରି ୨ ମହଲା କୋଠା ଥିବା ବ୍ୟକ୍ତିଙ୍କ ନାମ ତାଲିକାରେ ଉଲ୍ଲେଖ ରହିଛି। ସେହିପରି କେତେଜଣ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଇଛି। ଗୋଟିଏ ପରିବାର ଏକାଧିକ ସଦସ୍ୟଙ୍କ ନାମ ମଧ୍ୟ ନୂଆ ତାଲିକାରେ ପ୍ରକାଶ ପାଇଥିବା ଜଣାପଡିଛି। ତେବେ ଚୟନ ତାଲିକାରେ ଦେଖାଦେଇଥିବା ବ୍ୟତିକ୍ରମ ପୁଣି ସେହି ଗାଁ ଦଲାଲଙ୍କ ଯୋଗୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ବ୍ଲକ ଅଧୀନ ଗଡ଼ମାଣତୀର, ପୋଡ଼ାଡିହ, କୁଞ୍ଜୁରୀ, ସିମୋର, ବୋତଳମା, ରାଧାକାନ୍ତପୁର ଆଦି ପଞ୍ଚାୟତ ଅଞ୍ଚଳରେ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା ଖବର ‘ଧରିତ୍ରୀ’ରେ ବାରମ୍ବାର ପ୍ରକାଶ ପାଇଥିଲା। ଏହାକୁ ନେଇ ଆଉ ଥରେ ସର୍ଭେ କରାଯାଇ ନୂତନ ତାଲିକା ଚୟନ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳଙ୍କ ପକ୍ଷରୁ ଆଦେଶନାମା ପ୍ରକାଶ ପାଇଥିଲା। ଜିଲାର ଅନ୍ୟ ବ୍ଲକ ଅଞ୍ଚଳର ଅଧିକାରୀ ଏବଂ କର୍ମଚାରୀମାନେ ଆସି ଏହି ବ୍ଲକର ବିଭିନ୍ନ ଗଁ।କୁ ଗଁ। ବୁଲି ହିତାଧିକାରୀ ଚୟନ କରାଯାଇଥିଲା। ସେହି ଚୟନକାରୀଙ୍କ ଦଳରେ ଗଁ। ଦଲାଲ ବୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବେଗୁନିଆ ବିଡିଓ ରଶ୍ମିରେଖା ଦାସ କୁହନ୍ତି, ଯଦି ଏହି ନୂତନ ଚୟନ ତାଲିକା ଉପରେ କୌଣସି ହିତାଧିକାରୀ ଅଭିଯୋଗ କରିବାର ଅଛି, ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦାଖଲ କରିପାରିବେ। ବ୍ଲକ ପକ୍ଷରୁ ସେମାନଙ୍କ ଅଭିଯୋଗକୁ ତଦାରଖ କରାଯାଇ ବିଚାରକୁ ନିଆଯିବ, ଏଥିରେ କିଛି ବ୍ୟସ୍ତ ହେବାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri