ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ ଅଙ୍ଗେ ନିଭେଇଛେ I ସେସବୁକୁ ବଳିଯାଇଛି ବର୍ତ୍ତମାନର କରୋନା ମହାମାରୀ ଜନିତ ତାଲାବନ୍ଦୀ ଅବସ୍ଥା I ମହାମାରୀ ସଂକ୍ରମଣରୁ ତ୍ରାହୀ ପାଇଁ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀଙ୍କ ତାଲାବନ୍ଦୀ ଘୋଷଣା ପରେ ସମଗ୍ର ଦେଶ ତଥା ରାଜ୍ୟରେ ଜୀବନଯାତ୍ରା ଏକପ୍ରକାର ଠପ ହୋଇଯାଇଛି I ଘରୋଇ ସହାୟିକା ମଧ୍ୟ ଘରୁ ବାହାରିପାରୁ ନାହିଁ I ତେଣୁ ଘର ଓଳାଠାରୁ ଆରମ୍ଭ କରି ବାସନ ମଜା, ଲୁଗାପଟା ସଫା, ରୋଷେଇ, ବେବି ସିଟର ଓ ବୃଦ୍ଧ ମାତା-ପିତାଙ୍କ ସେବା ପର୍ଯ୍ୟନ୍ତ ସବୁ ଘରୋଇ କାମ ସହାୟିକା ବିନା ଏହି ସମୟ କିପରି କଟୁଥିବା ଲେଖିବା ଅନାବଶ୍ୟକ I
ପରିଣାମ ସ୍ବରୂପ ପାରିବାରିକ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଲାଣି I ମା’ କ’ଣ କରିବେ, ବାପା କ’ଣ କରିବେ, ପିଲାମାନେ କୋଉ କାମ ତୁଲାଇବେ, ଜେଜେ-ଜେଜେମା’ କେଉଁ କାମ ତଦାରଖ କରିବେ, ସବୁ କାର୍ଯ୍ୟକୁ ଡିଭିଜନ ଅଫ ଲେବର ହିସାବରେ ପରିଚାଳନା କରିବାରେ ଆମେ ସମସ୍ତେ ବ୍ୟସ୍ତ I ଏତେସବୁ ବ୍ୟସ୍ତତାର ଗୋଟିଏ କାରଣ ଘରୋଇ ସହାୟିକାର ଅନୁପସ୍ଥିତି I
ଭାବନ୍ତୁ ତ, ଆମ ନିଜ ଘର ପରିଚାଳନା ପାଇଁ ସହାୟିକା ଉପରେ ଆମେ କେତେ ନିର୍ଭରଶୀଳ ?
ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇ.ଏଲ.ଓ.) ଘରୋଇ କାର୍ଯ୍ୟକୁ ‘ଘର ଓଳାଇବା, ବାସନ ସଫା କରିବା, ପୋଷାକ ଧୋଇବା, ରାନ୍ଧିବା, ପିଲାମାନଙ୍କର ଯତ୍ନ ନେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଯାହା ପାରିଶ୍ରମିକ ବଦଳରେ ଏକ ନିଯୁକ୍ତିଦାତା ପାଇଁ କରାଯାଏ, ତାକୁ ଘରୋଇକାର୍ଯ୍ୟ ବୋଲି ବ୍ୟାଖ୍ୟା କରିଛନ୍ତି । ଘରୋଇ ସହାୟିକାମାନଙ୍କୁ ବିଭିନ୍ନ ବର୍ଗରେ ବର୍ଗୀକରଣ କରାଯାଇପାରେ: କିଛି ପୂର୍ଣ୍ଣ ସମୟ ଘରେ ରହି କାମ କରନ୍ତି, କିଛି ପାର୍ଟ ଟାଇମ୍‌ ଭାବରେ ଏକାଧିକ ନିଯୁକ୍ତିଦାତାଙ୍କ ପାଇଁ କାମ କରନ୍ତି । ଆଜିର ଦିନରେ ଏହି ଘରୋଇ ସହାୟିକାମାନେ ଆଧୁନିକ ଭାରତର ଏକ ଅନନ୍ୟ ଶ୍ରମିକ ଗୋଷ୍ଠୀ, ଯେଉଁମାନେ ସର୍ବବ୍ୟାପୀ ଅଥଚ ଅଦୃଶ୍ୟ । ସେମାନଙ୍କର ଶ୍ରମକୁ ଉପେକ୍ଷା କରାଯାଇ ପାରେନାହିଁ, କିନ୍ତୁ ସେମାନଙ୍କର ଅସ୍ତିତ୍ୱକୁ ଅଣଦେଖା କରାଯାଏ । ନିଯୁକ୍ତିଦାତାର ଘର ହେଉଛି ସେମାନଙ୍କର କାର୍ଯ୍ୟସ୍ଥଳ । ସେମାନେ ନିଜ ଘର ଛାଡି ଅନ୍ୟର ଘରେ କାମ କରନ୍ତି । ଅଥଚ ଏହି ଘରଟି କାରଖାନା ବା କାର୍ଯ୍ୟାଳୟ ପରି କାର୍ଯ୍ୟସ୍ଥଳ ଭାବରେ ଗଣାଯାଏ ନାହିଁ । ସେମାନେ ଯେତେ ଭଲ ରାନ୍ଧନ୍ତୁ, ଯେତେ ଯତ୍ନର ସହ ଘର ସଫା କରନ୍ତୁ ନା କାହିଁକି ଏମାନେ ଆମ ପାଇଁ ‘ଅଣ-ଉତ୍ପାଦକ’ । ତେଣୁ ସେମାନେ କେବଳ ଅଦୃଶ୍ୟ ନୁହନ୍ତି ଅନୌପଚାରିକ ମଧ୍ୟ । ନିଜର ହକ୍‌ ମାଗିବାକୁ ଏପରି ଏକ ଅଣସଂଗଠିତ କ୍ଷେତ୍ରରେ ଏହି ଘରୋଇ ସହାୟିକାମାନଙ୍କର ଜୁ ନାହିଁ I
ଘରୋଇ ସହାୟିକା ନିଯୁକ୍ତିଦାତାଙ୍କୁ, ସେମାନଙ୍କ ନିୟୋଜନ ସମୟରେ ପୋଲିସ ଦ୍ୱାରା ସବିଶେଷ ଯାଞ୍ଚ କରିନେବାକୁ ଖବରକାଗଜରେ ପରାମର୍ଶ ଦିଆଯାଇଥାଏ। ଅପରପକ୍ଷରେ ସହାୟିକା ପାଇଁ ସୁରକ୍ଷା ବିପଦ ଥିବାର ପର୍ଯ୍ୟାପ୍ତ ପ୍ରମାଣ ଥାଇ ମଧ୍ୟ ନିଯୁକ୍ତିଦାତା ବିଷୟରେ ସେପରି କୌଣସି ସୂଚନା ଖୋଜାଯାଏ ନାହିଁ।
ଯୁବତୀ ଓ ମହିଳାଙ୍କ ଶ୍ରମ ଉପରେ ଆଧାରିତ ମୁକ୍ତବଜାରରେ ପ୍ରବେଶ କରିଥିବା ଅଧିକାଂଶ ସହାୟିକାଙ୍କୁ ଯୌନ-ଶୋଷଣ, ଯୌନ-ଚାଲାଣ ଓ ବେଠି ଇତ୍ୟାଦି ଖଟିବାକୁ ପଡିଥାଏ ।
ସାମାଜିକ ଭାବରେ ବଞ୍ଚିତ ସମ୍ପ୍ରଦାୟ, ଜାତି ଏବଂ ଅଞ୍ଚଳରୁ ଯୁବତୀ/ମହିଳାଙ୍କୁ ବାଧ୍ୟବାଧକତା ଓ ନିର୍ଯାତନା ମାଧ୍ୟମରେ କାମରେ ଲଗା ଯିବାରେ ବିଭିନ୍ନ ଶ୍ରମ ଏଜେନ୍ସିଗୁଡିକର ଭୂମିକା ବିଷୟରେ କ୍ରମାଗତ ଭାବରେ ରିପୋର୍ଟ ମିଳୁଛି ।
୨୦୦୮ ପରବର୍ତ୍ତୀ ସମୟରେ କୃଷି ଏବଂ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ହ୍ରାସ ସହରାଞ୍ଚଳରେ ଘରୋଇ ଶ୍ରମିକମାନଙ୍କର ଉପଲବ୍ଧିରେ ବୃଦ୍ଧି ଏକ ମୁଖ୍ୟ କାରଣ ଭାବରେ ଦେଖାଗଲା। ଏଥିସହିତ ଅର୍ଥନୀତିର ବୈଶୀକରଣ ପରବର୍ତ୍ତୀ ସମୟରେ ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କର ପୁରୁଷ-ପ୍ରାଧାନ୍ୟ କାର୍ଯ୍ୟ ଜଗତରେ ପ୍ରବେଶ ଘରୋଇ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟିକଲା I ଏହି ସବୁ ସ୍ଥିତିରେ ଘରୋଇ ସହାୟିକାମାନଙ୍କର ଚାହିଦା ବଢିବାରେ ଲାଗିଲା I ଜାନୁୟାରୀ ୨୦୧୯ର ସଦ୍ୟତମ ସରକାରୀ ପ୍ରେସ ବିଜ୍ଞପ୍ତିରେ ଆକଳନ କରାଯାଇଛି କି (ଏନ.ଏସ.ଏସ.ଓ.ର ୨୦୧୧-୧୨ ତଥ୍ୟ ଉପରେ ଆଧାର କରି) ଦେଶରେ ମୋଟ ଘରୋଇ ସହାୟକଙ୍କ ସଂଖ୍ୟା ୩୯ ଲକ୍ଷ । ସେଥିରୁ ୨୬ ଲକ୍ଷ ମହିଳା ଘରୋଇ ସହାୟକ । ଏହି ତଥ୍ୟ ପୁଣି ବିବାଦାସ୍ପଦ, କାରଣ ଏହି ତଥ୍ୟସବୁ ସର୍ଭେ ଆକଳନ ଉପରେ ଆଧାରିତ । ଏହା ଠିକ୍‌ ଗଣନା ଆଧାରିତ ନୁହେଁ ।
ଆଜିକାଲି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଗୃହକାର୍ଯ୍ୟର ମୂଲ୍ୟ ଆଉ ବିବାଦୀୟ ହୋଇ ରହିନାହିଁ I
କିନ୍ତୁ ରାଷ୍ଟ୍ର ତଥା ଶ୍ରମିକବଜାର ମଧ୍ୟରେ ଏକ ଅଘୋଷିତ ବୁଝାମଣା ଘରୋଇ କାର୍ଯ୍ୟକୁ ରାଷ୍ଟ୍ରର ଅର୍ଥନୈତିକ ନିୟନ୍ତ୍ରଣ ବାହାରେ ରଖିବାରେ ସଫଳ ହୋଇଛି। ମାତୃତ୍ୱ ସୁବିଧା ଅଧିନିୟମ, ସର୍ବନିମ୍ନ ମଜୁରି ଅଧିନିୟମ କିମ୍ବା ଅନ୍ୟାନ୍ୟ ଶ୍ରମ ଆଇନର କୌଣସି ସୁଫଳ ଘରୋଇ କାର୍ଯ୍ୟରେ ପ୍ରଯୁଜ୍ୟ ନୁହେଁ। ଘରୋଇ ଶ୍ରମିକମାନଙ୍କୁ ନିଜ ଇଚ୍ଛାରେ ନିଯୁକ୍ତି ଦିଆଯାଇପାରିବ ଓ ବରଖାସ୍ତ ମଧ୍ୟ କରାଯାଇପାରିବ। ନିଯୁକ୍ତିଦାତାର କୌଣସି ଆଇନଗତ ବାଧ୍ୟତାମୂଳକ ଦାୟିତ୍ୱ ନାହିଁ ।
ସେମାନଙ୍କ ଅସ୍ତିତ୍ୱର ସାମ୍ପ୍ରତିକ ଅବସ୍ଥା ପାଇଁ ପର୍ଯ୍ୟାପ୍ତ ଆଇନ ଏବଂ ନୀତିର ଅଭାବ ହିଁ ଦାୟୀ ।
ଘରୋଇ କାର୍ଯ୍ୟକୁ ନିୟନ୍ତ୍ରଣ ଏବଂ ନିୟମିତ କରିବା ପାଇଁ ସରକାରଙ୍କ ଇଚ୍ଛାଶକ୍ତି ଉପରେ ପ୍ରଶ୍ନ ଉଠେ ।
ଯଦିଓ ଭାରତ ଆଇ.ଏଲ.ଓ.ର ୧୮୯ତମ ଚୁକ୍ତିନାମା ସ୍ବାକ୍ଷର କରିଛି, କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ ଅନୁମୋଦନ କରିନାହିଁ । ଏହି ଚୁକ୍ତିନାମାରେ ଘରୋଇ ଶ୍ରମିକଙ୍କ ଅଧିକାର ବିଷୟରେ ବିଶେଷ ଭାବରେ ଉଲ୍ଲେଖ ରହିଛି । ଆମ ଦେଶରେ କେବଳ ଦୁଇଟି ଆଇନ ରହିଛି, ଯାହା ଘରୋଇ ସହାୟିକାମାନଙ୍କୁ ‘ଶ୍ରମିକ ବର୍ଗ’ର ମାନ୍ୟତା ଦେଇଥାଏ । ପ୍ରଥମ- ‘ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ-୨୦୦୮’ ଏବଂ ଦ୍ୱିତୀୟ- ‘କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପ୍ରତିକାର) ଅଧିନିୟମ-୨୦୧୩ । କିନ୍ତୁ ଦୁଇଟିଯାକ ଆଇନରେ ଘରୋଇ ଶ୍ରମିକଙ୍କ ଅଧିକାର ବିଷୟରେ କୌଣସି ଆଇନଗତ ଢାଞ୍ଚାଗତ ବ୍ୟବସ୍ଥା ନାହିଁ ।
ଘରୋଇ ଶ୍ରମିକମାନଙ୍କ ପାଇଁ ଜାତୀୟ ପ୍ଲାଟଫର୍ମ ସରକାରଙ୍କ ନିକଟରେ ଏକ ଘରୋଇ ଶ୍ରମିକଙ୍କ ଶ୍ରମ ନିୟାମକ ଏବଂ ସାମାଜିକ ସୁରକ୍ଷା ଡ୍ରାଫ୍ଟ ବିଲ୍‌-୨୦୧୬ ଦାଖଲ କରିଛି । ଏଥିରେ ଘରୋଇ ସହାୟକଙ୍କ ନିୟନ୍ତ୍ରଣ ପାଇଁ ଉଭୟ ନିଯୁକ୍ତିଦାତା ଏବଂ ସହାୟକ/ସହାୟିକାଙ୍କୁ ଜିଲା ବୋର୍ଡରେ ବାଧ୍ୟତାମୂଳକ ପଞ୍ଜୀକରଣ ପାଇଁ ଆହ୍ବାନ ଦିଆଯାଇଛି । ଏହି ଢାଞ୍ଚା ପୋଲିସ ଯାଞ୍ଚର ଉଭୟ ଉଦ୍ଦେଶ୍ୟ ହାସଲ କରୁଛି – ସୁରକ୍ଷା ଏବଂ ପରିଚୟ ତଥ୍ୟର ଡକ୍ୟୁମେଣ୍ଟେସନ ।
କିନ୍ତୁ ଏହା ଘରୋଇ ସହାୟତାକୁ ଅପରାଧୀକରଣ କରି ନୁହେଁ ବରଂ ସେମାନଙ୍କୁ ଅଧିକୃତ ଶ୍ରମିକ ଭାବରେ ସଶକ୍ତ କରି ଏହା ହାସଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଘରୋଇ ଶ୍ରମିକମାନଙ୍କ ସମ୍ବନ୍ଧୀୟ ନୀତି ନିଶ୍ଚିତ କଲାବେଳେ ଆମର ମାନସିକତା କେବଳ ଆଇନ ଶୃଙ୍ଖଳା ପରିସରରୁ ବାହାରିଆସି ଶ୍ରମିକମାନଙ୍କ ଅଧିକାରକୁ କେନ୍ଦ୍ରୀଭୂତ କରିବାର ଅଛି । ଜାତୀୟ ମହିଳା ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ଏକ ବିଲ୍‌ ବର୍ଷ ବର୍ଷ ଧରି ସଂସଦରେ ଅଟକି ରହିଛି ।
ସହରୀ ଯୋଜନା ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶ ପାଇଁ ଅନୌପଚାରିକ ଅର୍ଥନୀତିର ଅବଦାନକୁ ସ୍ବୀକୃତି ଦେବାର ଆବଶ୍ୟକତା ରହିଛି । ଅନୌପଚାରିକ ଶ୍ରମିକମାନଙ୍କର ଜୀବନ-ଜୀବିକା ସହିତ ସଂଶ୍ଲିଷ୍ଟ କାର୍ଯ୍ୟକଳାପକୁ ଏହି ପ୍ରଚେଷ୍ଟା ସହିତ ଏକୀଭୂତ କରିବାକୁ ଚେଷ୍ଟା କରିବାର ଅଛି । ସହରାଞ୍ଚଳ ଅନୌପଚାରିକ ଜୀବନ ଜୀବିକାକୁ ସୁହାଇଲା ଭଳି ସହରାଞ୍ଚଳ ସ୍ଥାନ, ସହରାଞ୍ଚଳ ସେବା ଓ ସହରାଞ୍ଚଳ ଭିତ୍ତିଭୂମିର ନ୍ୟାୟସଙ୍ଗତ ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ସହରୀ ଯୋଜନାର ଏକ ପୁନଃ ମୂଲ୍ୟାଙ୍କନ କରିବା ଆବଶ୍ୟକ । ଅନୌପଚାରିକ ଅର୍ଥନୀତିରେ କାମ କରୁଥିବା ଗରିବ, ବିଶେଷକରି ମହିଳାଶ୍ରମିକମାନଙ୍କୁ ସଂଗଠିତ କରିବାକୁ ହେବ ଏବଂ ସହରର ବିକାଶ ପଥରେ ସେମାନଙ୍କ ସ୍ବର ଉତ୍ତୋଳନ କରିବାର ପର୍ଯ୍ୟାପ୍ତ କ୍ଷମତା ପ୍ରାପ୍ତ କରାଇବାକୁ ହେବ ।
ଏହି ସହାୟିକାମାନଙ୍କୁ ସଂଗଠିତ କରିବା, ସେମାନଙ୍କୁ ଦୃଶ୍ୟମାନ କରିବା ଏବଂ ସେମାନଙ୍କୁ ଏକ ପରିଚୟ ପ୍ରଦାନ କରିବା ହେଉଛି ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ ।
କାମ କରିବାର ପ୍ରଣାଳୀ, ସେବା ଓ ଏହାର ସମୟ-ସାରଣୀ ସେମାନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବସୂଚିତ ହେବା ଆବଶ୍ୟକ । ମହିଳା, ବିଶେଷ ଭାବରେ ଘରୋଇ ଶ୍ରମିକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଉଥିବା ଏକ ଦେଶବ୍ୟାପୀ ବିସ୍ତୃତ ଅଧିକାର-ଆଧାରିତ ଆଭିମୁଖ୍ୟ ହିଁ ବର୍ତ୍ତମାନର ଆବଶ୍ୟକତା ।

ଶକ୍ତି ପ୍ରସାଦ ଦାସ
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା,ଭୁବନେଶ୍ୱର, ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ଅଣଦେଖା

ଆକାର ପଟେଲ ଚଳିତ ମାସ ଶେଷଆଡ଼କୁ, ଅର୍ଥାତ୍‌ ୨୬ ସେପ୍ଟେମ୍ବରରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷି ଆଇନଗୁଡ଼ିକ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି।...

ଚୋର ଅପେକ୍ଷା…

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଦ୍ୟାବଧି ବିଶ୍ୱରେ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।...

ଏହା ହିଁ ବାସ୍ତବ ସ୍ଥିତି

ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...

ଏଇ ଭାରତରେ

ନିତିଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା ଅନୁଭବ କରିଛନ୍ତି ମଧ୍ୟପ୍ରଦେଶର ସରଳା ତ୍ରିପାଠୀ। ତାଙ୍କୁ ଏବେ ବୟସ ୯୪ ବର୍ଷ। ଗ୍ବାଲିୟର ଗାନ୍ଧୀନଗରରେ ରୁହନ୍ତି...

ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍‌-୧୯

ନଟବର ଖୁଣ୍ଟିଆ ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍‌ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ,...

ଚିନ୍ତା ବଢ଼ିଯାଇଛି

ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷର ୁ ଦେଶର ସ୍ବାର୍ଥ ରକ୍ଷା ଉପରେ ମନ୍ତବ୍ୟ ଦିଆଯିବା ଏବଂ ଆଫଗାନ୍‌ ଶରଣାର୍ଥମାନଙ୍କୁ...

ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ...

ବିରଳ ବ୍ୟକ୍ତିତ୍ୱ ନବକୃଷ୍ଣ ଚୌଧୁରୀ

ଦାଶରଥି ଶତପଥୀ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସମୟ ହିଁ ଜୀବନ। ଆପଣା ପାଇଁ ବଞ୍ଚିରହିଥାଏ ସାଧାରଣ ମଣିଷ, ହେଲେ ଜନସାଧାରଣଙ୍କ ପାଇଁ ବଞ୍ଚି...

Advertisement


Archives

Model This Week