କଣିହାଁ, ୧୪ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଉପରେ ୩୩ କେଭି ବିଦ୍ୟୁତ୍ ତାର ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିବା ଘଟଣାରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏ ନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଓହଳିଥିବା ତାର ମରାମତି କରାଯାଇଛି। ଏହାକୁ ନେଇ ପଟ୍ଟାଖମଣ ସହ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେଠାରେ ଏଲ୍ଟି ଲାଇନ ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ କଣିହାଁ ସେସୁ ବିଦ୍ୟୁତ୍ ସେକ୍ସନ ଯନ୍ତ୍ରୀ ଯତୀନ ବାରିକ କୁହନ୍ତି, ରାସ୍ତାରେ ଓହଳି ଥିବା ୩୩ କେଭି ବିଦ୍ୟୁତ୍ ତାରକୁ ସଜାଡିଛୁ। ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ।
Posted inଅନୁଗୋଳ, ଆମ ଜିଲା ଖବର View All

ଗଜପତିରେ ପହଞ୍ଚିଲା କୋଭିଡ୍ ଭାକ୍ସିନ୍
ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍.ଏ.)- କୋଭିଡ୍ ଭାସ୍କିନ୍ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି।...

ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ
ଔପଦା, ୪।୫(ଡି.ଏନ୍.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ...

ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା
ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ
ବରଗଡ଼ ଅଫିସ,୩୧।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ଟୋକନ୍ ସହିତ ଧାନ ଆଣୁଥିଲେ ସୁଦ୍ଧା...

ଅଭିଯୋଗ ଲାଗି ଅଟକିଛି ବିଦ୍ୟାଳୟ ମରାମତି କାର୍ଯ୍ୟ, ନୂତନ ଗୃହ ନିର୍ମାଣ ପରେ ସ୍ବାଭାବିକ ହେବ ପାଠପଢ଼ା
ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭୋଳନୂଆଗାଁରେ ଗତ ୨୨ ତାରିଖ ସୋମବାର ଅଭିଭାବକମାନେ ଭୋଳନୂଆଗାଁ ୟୁଜିଏମଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହ...

ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ
ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ...

ବାଣପୁର ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ
କଟକ ଅଫିସ,୨୪ା୪: ଏକ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ପୋଲିସର ନିଷ୍କ୍ରିୟତା ବିରୋଧରେ ଆଗତ ମାମଲାରେ ବାଣପୁର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଉପଯୁକ୍ତ ତଦନ୍ତ କରିବା...

କୋଭିଡ୍ କଟକଣା ମାନିବାକୁ ଏନ୍ଏସିର କଡ଼ାକଡ଼ି ଯାଞ୍ଚ
ବୁଗୁଡ଼ା,୨୧।୪(ଡି.ଏନ୍.ଏ.): ବୁଗୁଡ଼ା ସହରରେ ବ୍ୟବସାୟୀ ଓ ସାଧାରଣ ଜନତା କୋଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରିବା ପାଇଁ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ...