ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ କର୍ମଚାରୀଙ୍କ ମିଳିତ ଉଦ୍ୟମ ଯୋଗୁ ଏକ ବଡ଼ ବିପଦ ଟଳିଯାଇଥିଲା।
ସୂଚନା ମୁତବାକ, ସନ୍ଧ୍ୟା ପ୍ରାୟ ୬ଟା ବେଳେ ରୋଷେଇ ପାଇଁ ଆଞ୍ଚ ଲାଗିଥିଲା। ଆଞ୍ଚ ନିକଟରେ ଥିବା ଗରମ ତେଲ କଢ଼େଇରେ ହଠାତ୍‌ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଉଠିଥିଲା। ନିଆଁ ଚିମିନି ପାଇପ୍‌ ଦେଇ ଉପରକୁ ଉଠିଯାଇଥିଲା। ହୋଟେଲ ସିଲିଂ ଓ ହୋର୍ଡିଂ ଜଳିବା ଆରମ୍ଭ କରିଥିଲା। ହୋଟେଲର ଉପର ମହଲାରେ ଲଜ୍‌ ରହିଛି। ନିଆଁ ଓ ଧୂଆଁ ଦେଖି ସେଠାରେ ରହୁଥିବା ଲୋକେ ଭୟରେ ଦୌଡ଼ି ପଳାଇ ଆସିଥିଲେ। ସେହିଭଳି ହୋଟେଲ ଭିତରେ ଧୂଆଁମୟ ହୋଇଯାଇଥିବାବେଳେ ନିଆଁ ମଧ୍ୟ ଧୀରେ ଧୀରେ ବ୍ୟାପିଥିଲା। ହୋଟେଲରେ ଥିବା ଲୋକେ ଓ କର୍ମଚାରୀମାନେ ମଧ୍ୟ ବାହାରକୁ ପଳାଇ ଆସିଥିଲେ। ନିଆଁ ଲାଗିଥିବା ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଫଳରେ ହୋଟେଲ ସମ୍ମୁଖ ମଞ୍ଚେଶ୍ୱର ପ୍ରବେଶ ପଥ ଓ ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ ଜାମ ହୋଇଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ପହଞ୍ଚତ୍ ପ୍ରଥମେ ହୋଟେଲରୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ରାସ୍ତା ଜାମ୍‌ ହଟାଇଥିଲେ। ତୁରନ୍ତ ହୋଟେଲ କର୍ମଚାରୀଙ୍କ ସହ ମିଶି ମଞ୍ଚେଶ୍ୱର ଥାନା ପୋଲିସ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ। ଥାନାରେ କାର୍ଯ୍ୟରତ ଏସ୍‌ଏସ୍‌ବି ଫୋର୍ସ ବି.ଏନ୍‌. ବିଶ୍ୱାଳ ସାହସର ସହ ହୋଟେଲ ଉପରକୁ ଚଢ଼ିଯାଇ ନିଆଁ ବ୍ୟାପୁଥିବା ସ୍ଥାନକୁ ପ୍ରଥମେ ପାଇପ୍‌ ଯୋଗେ ପାଣି ପକାଇଥିଲେ। ଏଥିସହ ୨ ହୋଟେଲ କର୍ମଚାରୀଙ୍କ ସହ ମିଶି ନିଆଁ ଧରୁଥିବା ହୋର୍ଡିଂ ଓ ଅଦରକାରୀ କାଠପଟା ବୋର୍ଡକୁ ତଳକୁ ଫୋପାଡ଼ି ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ର ଅପରେଶନ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସନ୍ଧ୍ୟା ୬ଟା ୨୫ରେ କଳ୍ପନା ଅଗ୍ନିଶମ କେନ୍ଦ୍ରର କର୍ମଚାରମାନେ ପହଞ୍ଚତ୍ ଯାଞ୍ଚ ପରେ ପାଣି ପକାଇ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ହୋଟେଲର କିଛି ଅଂଶ ପୋଡ଼ି ଯାଇଥିବାବେଳେ ରୋଷେଇ ସରଞ୍ଜାମ, ଚିମିନି ଓ ଅନ୍ୟ କିଛି ଆସବାବପତ୍ର ଜଳିଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

DA Hike Alert: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨୮ ଅକ୍ଟୋବରରେ ଡିଏ ଘୋଷଣା! କେତେ ବଢ଼ିବ ଦରମା?

ନୂଆଦିଲ୍‌ଲୀ,୨୫।୧୦:କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଅପେକ୍ଷା ଆହୁରି ଲମ୍ୱା ହେବାରେ ଲାଗିଛି। ଜୁଲାଇ ୨୦୨୬ ପାଇଁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ସହାୟତା (DR) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?