ତାରାତାରିଣୀ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ : ହେବନି ମୁଣ୍ଡନ

ପୁରୁଷୋତ୍ତମପୁର,୧୬।୩(ଡି.ଏନ୍‌.ଏ.): କରୋନା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପ୍ରଶାସନ ଅଙ୍କୁଶ ଲଗାଇଛି। ମୁଣ୍ଡନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । ମନ୍ଦିରକୁ ସଂଯୋଗ କରୁଥିବା ତିନି ଗୋଟି ମୁଖ୍ୟ ରାସ୍ତା (ତାରାତାରିଣୀ ଛକ, କେଶପୁର ରାସ୍ତା, ଛତ୍ରପୁର ରାସ୍ତା)କୁ ପ୍ରଶାସନ ପକ୍ଷରୁ ବାଉଁଶ ଓ ଦଉଡ଼ି ବନ୍ଧାଯାଇ ସିଲ କରିଦିଆଯାଇଛି। ଏହା ଦ୍ୱାରା କୌଣସି ଗାଡ଼ି ମୋଟର ଯାତାୟାତ କରିପାରୁନାହିଁ । ଚୈତ୍ର ମଙ୍ଗଳବାର ଯାତ୍ରାରେ ମୁଣ୍ଡନ ଲାଗି ଜିଲା ଓ ଜିଲା ବାହାରୁ ଶିଶୁଙ୍କୁ ନେଇ ଆସିଥିବା ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ନିରାଶରେ ଫେରିଛନ୍ତି । ପ୍ରଶାସନର ଏହି ନିଷ୍ପତ୍ତିକୁ କିଛି ଶ୍ରଦ୍ଧାଳୁ ସ୍ବାଗତ କରିଛନ୍ତି । ମନ୍ଦିର ଇତିହାସରେ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ଯାତ୍ରାରେ ମୁଣ୍ଡନ ନ ହେବା ଓ ଭକ୍ତ ଫେରିଯିବା ଘଟଣା ପ୍ରଥମ । ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନକୁ ବନ୍ଦ କରି ଦିଆଯିବା ସହ ୯୯୯ ପାହାଚ ଦେଇ ପାହାଡ଼ ଉପରକୁ ଯିବା ପାଇଁଥିବା ସିଂହଦ୍ୱାର ରାସ୍ତାର ମୁଖଶାଳାରେ କପଡା ଘୋଡାଇ ବନ୍ଦ କରି ପୋଲିସ ଜଗି ରହିଛି । ଏହା ସହ ପାହାଡ଼ ଉପରକୁ ଥିବା ରୋଡ, ରୋପୱେକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସମସ୍ତ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ରହି କଡ଼ା ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ମନ୍ଦିରରେ କେବଳ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଆସି ତଦାରଖ କରିଥିବା ବେଳେ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଭକ୍ତଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ସାରି ଫେରୁଥିଲେ ଓଲଟିଲା ଅଟୋ

ସୋରଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ କେଶରିପାଟନା ଗ୍ରାମର ଶୁକ୍ରବାର ଏକ ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୭ ଜଣ...

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ବଇଣ୍ଡା,୨୮।୫(ଡି.ଏନ.ଏ.)- କିଶୋରନଗର କଲେଜ ନିକଟରେ ମହେଶ୍ୱର ସାହୁଙ୍କର ଚାଳ ଛପର ଦୋକାନଟି ମଙ୍ଗଳବାର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ...

ବର୍ଷା ଢାଳୁଛି, ନାଳ ନିର୍ମାଣ ଚାଲିଛି

ଖଇରା, ୧୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବେପରୁଆ ଭାବେ କରାଯାଉଥିବାରୁ...

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦...

ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ବାହାନଗା, ୨୯ା୧୧(ଡି.ଏନ.ଏ.)-ଗୁରୁବାର ରାତି ସାଢେ ୮ ଟାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣା...

ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି

ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ...

୧୭ କି.ମି. ଦୌଡ଼ିଲେ କୁନି ଧାବକ ରୁଦ୍ର

ମାଲକାନଗିରି,୧୩ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଜିଲା ସଂସ୍କୃତି ପରିଷଦ ଏବଂ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଗୁରୁବାର ଏକ ମିନି ମାରାଥନ...

Advertisement
Archives

Model This Week