ତାମ୍ପରାରେ ବୋଟିଂ ମଜାନେଲେ ପର୍ଯ୍ୟଟକ

ଛତ୍ରପୁର,୨ା୧(ଡି.ଏନ.ଏ)- ନୂତନ ବର୍ଷର ପ୍ରଥମ ଦିନରେ ବୁଧବାର ଛତ୍ରପୁର ଉପକଣ୍ଠ ହୁମ୍ମର ତାମ୍ପରା ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଏଠାରେ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ସହ ବୋଟିଂର ମଜା ନେଇଛନ୍ତି। ଏଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଘରୋଇ ସଂସ୍ଥା ସହ ଚୁକ୍ତି କରାଯାଇ ବୋଟିଂ, ୱାଟର ସ୍ପୋଟର୍ସର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ପିକ୍‌ନିକ୍‌ କରୁଛନ୍ତି। ହେଲେ ଏଠାରେ ପାଇଖାନା ବ୍ୟବସ୍ଥା ହୋଇନି । ଓଟିଡିସି ପକ୍ଷରୁ ଏକ କମ୍ପ୍ଲେକ୍ସ ନିର୍ମାଣ କାମ ସରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇନି। ଉକ୍ତ କମ୍ପ୍ଲେକ୍ସରେ ପାଣି, ସ୍ନାକ୍‌ସ ସେଣ୍ଟର, ପାଇଖାନାର ବ୍ୟବସ୍ଥା ହୋଇଛି ା ତେବେ ଏହା କାଯର୍‌ୟକ୍ଷମ ହେଉ ନ ଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ା ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପର୍ଯ୍ୟଟକମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ତାମ୍ପରା ଉପକଣ୍ଠରେ ଥିବା ଡିଆରଡିଏର ଗେଷ୍ଟ ହାଉସଠାରୁ ହ୍ରଦର କୂଳେ କୂଳେ ସିଧାସଳଖ ବୋଟିଂ ଓ ପିକ୍‌ନିକ୍‌ ସ୍ଥାନକୁ ରାସ୍ତା ନିର୍ମାଣ କରାଯାଉଛି। ଆଗକୁ ପାର୍କ ନିର୍ମାଣ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍‌ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍‌ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ...

ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ...

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ

ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍‌ ଜବତ ହୋଇଛି l ଏହା କଟକରୁ...

ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ...

ବାହାରୁ ଔଷଧ କିଣିବାକୁ କହୁଛନ୍ତି ଡାକ୍ତର

ବ୍ରହ୍ମପୁର,୨୩ା୭ (ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ଜଣେ ଡାକ୍ତର ଜଣେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କହିଥିଲେ। ଏନେଇ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri