ତାପସୀଙ୍କ ଫିଲ୍ମର ଟ୍ରେଲର ଦେଖି ଭାବୁକ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଅପ୍‌ କମିଂ ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ନିଜ ସ୍ବାମୀଙ୍କଠାରୁ ଏଥିପାଇଁ ଅଲଗା ହେବାକୁ ଚାହୁଁଛନ୍ତି କାରଣ ସେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଘରୋଇ ହିଂସାକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଛି। ଘରୋଇ ହିଂସାକୁ ନେଇ ମହିଳାଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ। ଟ୍ରେଲର ରିଲିଜ୍‌ ହେବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଏହି ଟ୍ରେଲରକୁ ସ୍କୃତି ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଭାବୁକ ହୋଇପଡ଼ିଛନ୍ତି। ସମାଜ ଉପରେ କ୍ରୋଧ ପ୍ରକାଶ କରିବା ସହ ଜନତାଙ୍କୁ ସେ ପ୍ରଶ୍ନ କରି ଏକ କ୍ୟାପଶନ ଲେଖିଛନ୍ତି। କେତେକ ଭାବିଥାନ୍ତି ମହିଳାଙ୍କୁ କେବଳ ସହ୍ୟ କରିବାକୁ ପଡ଼େ ଏବଂ କେବଳ ଗରିବ ମହିଳାଙ୍କ ସ୍ବାମୀ ହିଁ ନିର୍ଯ୍ୟାତନା ଦେଇଥାନ୍ତି। ସେମାନଙ୍କ ସହ କେବଳ ମାରପିଟ୍‌ ହୋଇଥାଏ। ହେଲେ କେହି ଜାଣିଛନ୍ତି କି ଶିକ୍ଷିତ ଲୋକ ମଧ୍ୟ ସ୍ତ୍ରୀଙ୍କ ଉପରେ ହାତ ଉଠାଇଥାନ୍ତି। ଆଉ ଶେଷରେ ନିଜ ଝିଅ ବୋହୂଙ୍କୁ ଏସବୁ ସହ୍ୟ କରିବାକୁ ପରିବାର ଲୋକ ପରାମର୍ଶ ଦେଇଥାନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, ସେ ନିର୍ଦ୍ଦେଶକଙ୍କ ରାଜନୈତିକ ବିଚାରଧାରାକୁ ସମର୍ଥନ କରୁନାହାଁନ୍ତି ଆଉ କିଛି ପ୍ରସଙ୍ଗରେ ମଧ୍ୟ ସେ ତାଙ୍କ ସହ ଅସମର୍ଥ ଅଛନ୍ତି। ଏହାପରେ ବି ସେ ଏହି ଫିଲ୍ମକୁ ନିଶ୍ଚିତ ଦେଖିବେ ଏବଂ ସମସ୍ତେ ନିଜ ପରିବାର ସହ ଏହାକୁ ଦେଖିବେ ବୋଲି ଆଶାପୋଷଣ କରିଛନ୍ତି। କାରଣ ଜଣେ ମହିଳାଙ୍କୁ କେବେବି ମାରିବା ଉଚିତ ନୁହେଁ। ଏକ ଚାପୁଡା ମଧ୍ୟ ନୁହେଁ, ସେମାନେ ସର୍ବଦା ସମ୍ମାନ ଓ ଭଲପାଇବା ଯୋଗ୍ୟା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ମହାପ୍ରୟାଣ ଯାନ, ଖଟିଆରେ ବୁହା ହେଲା ମୃତଦେହ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri