ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତାତି ରେକର୍ଡ ଭାଙ୍ଗିବା ୫୦ରୁ ୭୫ ପ୍ରତିଶତ ସମ୍ଭାବନା ରହିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୪ବର୍ଷ ତଳେ ଅର୍ଥାତ୍‌ ୨୦୧୬ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ତେବେ ୨୦୨୦ରେ ତାତି ନୂଆ ରେକର୍ଡ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ।
କରୋନା ମହାମାରୀ ଯୋଗୁ ପୃଥିବୀର ବାୟୁମଣ୍ଡଳ ସାମୟିକ ଭାବେ ପରିଷ୍କାର ହୋଇଯାଇଛି। କାର୍ବନର ପରିମାଣ କମ୍‌ ରହିଛି ସତ, ହେଲେ ଅଦ୍ୟାବଧି ଏହା ଆଶାଜନକସ୍ତରରେ ପହଞ୍ଚତ୍ନାହିଁ। ଏହି କାରଣରୁ ପୂର୍ବବର୍ଷ ତୁଳନାରେ ତାତି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାନୁୟାରୀଠାରୁ ଆଣ୍ଟାର୍କଟିକାରୁ ଆରମ୍ଭ କରି ଗ୍ରୀନ୍‌ଲାଣ୍ଡ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାରେ ଲାଗିଥିଲା। ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇଁ ଏଲ୍‌ ନିନୋ ପ୍ରଭାବ ଦାୟୀ ରହିବ ନାହିଁ। କିନ୍ତୁ ପାରମ୍ପରିକ ଭାବେ ଏହା ଏକ ଉତ୍ତପ୍ତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଛି। ଏହା ଗତ ୫ବର୍ଷର ତାପମାତ୍ରା ରେକର୍ଡକୁ ଭଙ୍ଗ କରିବାର ସମ୍ଭାବନା ୯୯.୯ ପ୍ରତିଶତ ବୋଲି ସୂଚନା ଦିଆଯାଇଛି। ଏହି ମର୍ମରେ ନାସା ଗୋଡାର୍ଡ ସ୍ପେସ୍‌ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଗାଭିନ୍‌ ସ୍କିମଡିଟ୍‌ କହିଛନ୍ତି, ଚଳିତ ବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ୬୦%। ସେହିପରି ବ୍ରିଟେନର ମେଟ୍‌ ଅଫିସ୍‌ ଇନଷ୍ଟିଚ୍ୟୁଟ୍‌ କହିଛି, ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇବାର ଅନୁମାନ ୫୦%। ଫେବୃୟାରୀରେ ଆଣ୍ଟାର୍କଟିକାର ରିସର୍ଚ୍ଚ ବେସ୍‌ରେ ତାପମାତ୍ରା ୨୦ ଡିଗ୍ରୀ ଏବଂ ଗ୍ରୀନ୍‌ଲାଣ୍ଡରେ ଏପ୍ରିଲ୍‌ରେ ୬ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ରେକର୍ଡ ହୋଇଥିଲା। ଏହି ସମୟରେ ପୂର୍ବ ୟୁରୋପ ଏବଂ ଏସିଆରେ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ଲସ୍‌ଏଞ୍ଜେଲସ୍‌ରେ ଗତ ସପ୍ତାହରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ କାରଷ୍ଟେନ ହଷ୍ଟେନ କହିଛନ୍ତିି, କରୋନା ମହାମାରୀ ଯୋଗୁ କାର୍ବନ ନିର୍ଗମନ କମ୍‌ ରହିଥିଲେ ମଧ୍ୟ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ସ୍ତର ହ୍ରାସ ପାଇ ପାରିନାହିଁ। ତେଣୁ ତାପମାତ୍ରା ଚଳିତ ବର୍ଷ ଅଧିକ ରହିବ। ଏ କ୍ଷେତ୍ରରେ ବିଭିନ୍ନ ଦେଶର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଥିତିରେ ସୁଧାର ଆସିବାର ଆଶା ରହିଥିବା ମେଟ୍‌ ଅଫିସ୍‌ ପ୍ରବକ୍ତା ଗ୍ରାହାମ୍‌ ମାଡ୍‌ଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨କୋଟି ଟଙ୍କାର ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡା ଚୋରି କରୁଥିଲେ ମାଲିକ

ସଉକ୍‌ ପାଇଁ ମଣିଷ ବେଳେ ବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ। ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି...

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି...

ପର୍ଯ୍ୟଟକଙ୍କ ପସନ୍ଦର ୧୦୦ ସହର: ଟପ୍‌ ୨୦ରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: କର୍ମମୟ ଜୀବନରେ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ଅଫିସ ବା ଘର କାମରୁ କିଛି ସମୟ ବାହାର କରି ଲୋକମାନେ ଟିକେ ବୁଲି ଆସିବାକୁ...

ମାଙ୍କଡ଼ ଏପରି କରି ମାସ୍କ୍‌ ପିନ୍ଧିବା ଲାଗି ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ, ୯।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ମାଙ୍କଡ଼ ମୁହଁରେ କନାକୁ ଢ଼ାଙ୍କି ବୁଲୁଥିବାରୁ ଦୃଶ୍ୟ...

ମିଖାଇଲ୍‌ ମିଶୁଷ୍ଟିନ୍‌ ରୁଷିଆ ପ୍ରଧାନମନ୍ତ୍ରୀ

ମସ୍କୋ,୧୭।୧:ରୁଷିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ୍‌ ମିଶୁଷ୍ଟିନ୍‌ଙ୍କ ନାମକୁ ଗୁରୁବାର ପାର୍ଲାମେଣ୍ଟ (ଡୁମା) ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୫୩ ବର୍ଷୀୟ ଟିକସ...

୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ...

କରୋନା ଭୂତାଣୁ ରୋକିବା ଲାଗି ଗୁଳି: ଉତ୍ତରକୋରିଆ

ଓ୍ବାଶିଂଟନ,୧୧।୯-ଚାଇନାରୁ କୋରନା ଭାଇରସ ଯେପରି ଦେଶ ଭିତରକୁ ପ୍ରବେଶ ନ କରିବ ସେଥିଲାଗି ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣରେ ଥିବା ଆମେରିକା ସେନାର...

ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ଜାଳିଦିଅନ୍ତି ତାଲିବାନ, ସେଠି ମହିଳା ଗଢ଼ିଛନ୍ତି ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି। କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି...

Advertisement


Archives

Model This Week