ତାଜମହଲର ମାଲିକ ଥିଲେ ଟ୍ରମ୍ପ୍‌: ୨୦୧୬ରେ ହୋଇଥିଲା ନିଲାମ

ଓ୍ବାଶିଂଟନ, ୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟମ୍ପ୍‌ ଦିନେ ତାଜମହଲର ମାଲିକ ଥିଲେ। ସେ ତାଙ୍କର କାସିନୋର ନାମ ତାଜମହଲ ରଖିଥିଲେ। ଭାରତୀୟ ସଂସ୍କୃତିକୁ ଭଲ ପାଉଥିବା ଟ୍ରମ୍ପ୍‌ ନିଜ କାସିନୋରେ କର୍ମଚାରୀଙ୍କୁ ଭାରତୀୟ ଏବଂ ଆରବ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୦ ଏପ୍ରିଲ୍‌ ୨ରେ ଆମେରିକାର ନ୍ୟୁଜର୍ସି ସ୍ଥିତ ଆଟଲାଣ୍ଟିକ୍‌ ସିଟିରେ ପୃଥିବୀର ଶ୍ରେଷ୍ଠ କାସିନୋ ଖୋଲିଥିଲେ। ଏଠାରେ ପପ୍‌ଷ୍ଟାର ମାଇକେଲ ଜ୍ୟାକସନ୍‌ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ୨୦୦୫ରେ ତାଜମହଲ କାସିନୋରେ ବଲିଉଡ୍‌ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ଏହା ଲକ୍ଷେ ୨୦ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିଲା। ଏଥିରେ ୩୦୦୯ ସ୍ଲଟ୍‌ ମେସିନ ଏବଂ ୧୬୭ ଗ୍ୟାମ୍ବଲିଂ ଟେବୁଲ ଥିଲା। ଏହାର ରିସେପସନ୍‌ ବିମାନ ବନ୍ଦରର ଟିକେଟ ବୁକିଂ ଅଞ୍ଚଳଠାରୁ ମଧ୍ୟ ବଡ଼ ଥିଲା। ଏକକାଳୀନ ଏଠାରେ ୫୦୦୦ ଲୋକଙ୍କ ରହିବା ଭଳି ବ୍ୟବସ୍ଥା ଥିଲା। କାସିନୋର ଲିଫ୍ଟ ଲବିରେ ୧୨ଟି ଲିଫ୍ଟ ଥିଲା। ସମସ୍ତ ଲିଫ୍ଟ ସୁନାର ରଙ୍ଗର ଥିଲା। ଏହାର ଭିତର ଅଂଶ ୨୪ କ୍ୟାରେଟ ସୁନାପାତରେ ଆଚ୍ଛାଦିତ ହୋଇଥିଲା। ୧୯୯୮ରେ ଆମେରିକା ସରକାର ଟ୍ରମ୍ପ୍‌ଙ୍କ ଉପରେ ୩୪୨ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରିଥିଲେ। ଏହାପରେ ୨୦୧୫ରେ ପୁଣି ୭୧.୮୬ କୋଟି ଟଙ୍କାର ଜରିମାନା ଆଦେଶ ଦିଆଯାଇଥିଲା। ଟ୍ରମ୍ପ୍‌ ନିଜକୁ ଦେବାଳିଆ ଘୋଷଣା ମଧ୍ୟ କରିଥିଲେ। ଶେଷରେ ୨୦୧୬ରେ ତାଜମହଲ କାସିନୋ ନିଲାମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମଧ୍ୟସ୍ଥତା ଉଦ୍ୟମ…

ଜେରୁଜେଲମ୍‌,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି...

ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ

କ୍ୱିଭ୍‌,୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୧ଦିନରେ ପହଞ୍ଚିଲାଣି । ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରୁ ନ ଥିବା ବେଳେ ରୁଷିଆ ପକ୍ଷରୁ ୟୁକ୍ରେନ୍...

ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ...

କରାଚୀ ପୋଲିସ ମୁଖ୍ୟାଳୟରେ ଆକ୍ରମଣ: ୪ ନିହତ

କରାଚୀ,୧୮ା୨: ପାକିସ୍ତାନର କରାଚୀ ସହରରେ ଥିବା ପୋଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ତାଲିବାନ ଆତଙ୍କବାଦୀ ଆତ୍ମଘାତୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣଙ୍କ ମୃତ୍ୟୁ...

ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା...

ଶେଷ ହୋଇନି ଓମିକ୍ରନ୍‌, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି।...

ସିଇସି ରାଜୀବ କୁମାର ନେପାଳ ନିର୍ବାଚନରେ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ

କାଠମାଣ୍ଡୁ,୧୯।୧୧(ପି.ଟି.): ନେପାଳ ସାଧାରଣ ନିର୍ବାଚନ ଆସନ୍ତା ରବିବାର ଅନୁଷ୍ଠିତ ହେଉଥିବାବେଳେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବେ ଶୁକ୍ରବାର...

Advertisement
Archives

Model This Week