ଧର୍ମଶାଳା,୨|୮(ଡି.ଏନ୍.ଏ.)- ଧର୍ମଶାଳା ତହସିଲ ଅଞ୍ଜିରା ପାହାଡରେ ଗୁରୁବାର ଚଢାଉ କରି ବେଆଇ ଭାବେ ଖନନ କରୁଥିବା ଏକ ଜେସିବି ସହ ମାଣ୍ଡିଆ ଛକରୁ ଏକ ଟିପ୍ପର ଜବତ କରିଛି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ସହକର୍ମୀ ଚଢାଉରେ ସାମିଲ ହୋଇଥିଲେ। ଏହି ସମୟରେ ତହସିଲ ପକ୍ଷରୁ ନିଲାମ ହୋଇ ନ ଥିବା ଅଞ୍ଜିରା ପାହାଡର ଏକ କଳାପଥର ଖାଦାନରେ ପଥର ମାଫିଆମାନେ ଜେସିବି ସାହାଯ୍ୟରେ ଖନନ କରୁଥିବାବେଳେ ଉକ୍ତ ଜେସିବିକୁ ଜବତ କରିଥିଲେ। ପରେ ୫୩ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ କଳାପଥର ପରିବହନ କରୁଥିବା ଏକ ଟିପ୍ପରକୁ ମାଣ୍ଡିଆ ଛକ ନିକଟରୁ ଜବତ କରିଥିଲେ ା ବୁଧବାର ଆରୁହା ପାହାଡରୁ ବେଆଇନ ଭାବେ ପରିବହନ କରୁଥିବା ୬ଟି ଜବତ ଟ୍ରକ୍ ମଧ୍ୟରୁ ୨ ଟ୍ରକ୍ ମାଲିକଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଛଡାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି ା
Posted inଆମ ଜିଲା ଖବର, ଯାଜପୁର View All

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ
ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ...

ଅନ୍ଲାଇନ ଗେମ୍ ଖେଳିବା ମହଙ୍ଗା ପଡ଼ିଲା: ୬୫ହଜାର ଟଙ୍କା ଲୁଟ
ବିଞ୍ଝାରପୁର,୨୦।୪ (ଡି.ଏନ.ଏ): ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ ସମଲପୁର ଗ୍ରାମର ପ୍ରଦୀପ ବେହେରାଙ୍କ ପୁଅ ପ୍ରିୟବ୍ରତ(୧୮) ନିଜ ମୋବାଇଲରେ ଅନଲାଇନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ।...

ଏସ୍ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରିଣୀ ସଦସ୍ୟା ମୀନାକ୍ଷୀ ମିଶ୍ର ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା...

ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା
ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

ବଜ୍ରପାତରେ ୨ ଯୁବକ ଗୁରୁତର, ଜଳିଗଲେ ୬ ଛେଳି, ମେଣ୍ଢା
ନୟାଗଡ଼ ଅଫିସ,୧ା୬: ସୋମବାର ଅପରାହ୍ନରେ ନୟାଗଡ଼ରେ ବର୍ଷାପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହା ପ୍ରଭାବରେ ନୟାଗଡ ବ୍ଲକ ଚଣ୍ଡିବସ୍ତ ପୋଖରୀ ନିକଟରେ ୫ ମେଣ୍ଢା ଓ...

୧୦୦ ପୋଲିସ କରୋନା ଯୋଦ୍ଧା ପ୍ଲାଜ୍ମା ଦାନ କରିବେ
ଆସିକା,୨୨।୭(ଡି.ଏନ୍.ଏ.)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଗଞ୍ଜାମ ପୋଲିସ ଜିଲାର ୧୦୦ ପୋଲିସ...

ଜଜାଙ୍ଗ ଖଣିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ: ଡକାୟତି ଉଦ୍ୟମ, ୪ ଗିରଫ
ଯୋଡ଼ା, ୧୯।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିର ରେଳ ସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଡକାୟତି ଉଦ୍ୟମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ...

ଗହମ ବୋଝେଇ ପିକ୍ଅପ୍ ଜବତ, ଡ୍ରାଇଭର ଅଟକ
ଭଦ୍ରକ ଅଫିସ,୧ା୬: ରବିବାର ରାତିରେ ଚୋରା ଚାଲାଣ ସନ୍ଦେହରେ ଗହମ ବୋଝେଇ ପିକ୍ଅପ୍ ଜବତ କରିଛି ଭଦ୍ରକ ଜିଲା ଧାମନଗର ପୋଲିସ। ପିକ୍ଅପ୍ଟି ୪୨ବସ୍ତା ଗହମ...