ତହସିଲରେ ମିଳୁନି ସେବା

ହିନ୍ଦୋଳ, ୨୨।୮(ଡି.ଏନ.ଏ.)
ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ ମାମଲା, ଭାଗବଣ୍ଟନ ପତ୍ରର ନକଲ ମିଳୁନାହିଁ। ଆବଶ୍ୟକ କାଗଜପତ୍ର ସଂଶୋଧନ ହେଉ ନ ଥିବାରୁ ଲୋକମାନେ ନୟାନ୍ତ ହେଉଛନ୍ତି। ଏ ନେଇ ବରିଷ୍ଠ ଓକିଲ ଦିବାକର ଦାସ ଗୁରୁବାର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଜଣାଇଛନ୍ତି।
ଦିବାକର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍ଥାନୀୟ ସିନିୟର ସିଭିଲ କୋର୍ଟରେ ଦାଏର ହୋଇଥିବା ଏକ ମାମଲା ଲାଗି କେତେକ ଦସ୍ତାବିଜ୍‌ ଆବଶ୍ୟକତା ପଡ଼ିଥିଲା। ଗତ ଜୁନ୍‌ ୨୨ରେ ସେ ନକଲ କପି ପାଇଁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ନକଲ ପ୍ରଦାନ କରାଯାଉନାହିଁ। ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କ ସମେତ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସେହିପରି ଅନ୍ୟଜଣେ ଓକିଲ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି। ମାସେ ହେଲା ଆବେଦନ କରିବା ସତ୍ତ୍ୱେ ତାଙ୍କୁ ପାର୍ଟିଶନ କପି ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ରାଜମୋହନପୁର ଗ୍ରାମର ଦେବରାଜ ଖିଲାର କହିଛନ୍ତି, କବଲା ସମୟରେ କ୍ରେତାଙ୍କ ଘରେ ସୁରକ୍ଷିତ ଭାବେ ପଟ୍ଟା ପହଞ୍ଚାଇବା ଲାଗି ସରକାରୀସ୍ତରରେ ୧୪୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଗତ ଜୁଲାଇ ୧୫ରୁ ସେ କବଲା କରିଥିଲେ ମଧ୍ୟ ଅଦ୍ୟାବଧି ପଟ୍ଟା ମିଳିନାହିଁ। ଅବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବି ସୁଫଳ ମିଳୁନାହିଁ। ତେଣୁ ବ୍ୟବସ୍ଥା ଉପରୁ ଅସ୍ଥା ତୁଟିବାରେ ଲାଗିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ତହସିଲଦାର ଅଜୟ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗ ମିଳିଛି। ସେବା ବିଳମ୍ବ ହେଉଥିବା କାରଣ ସମ୍ପର୍କରେ ସେ ନିଜେ ଅନୁଧ୍ୟାନ କରିବେ। ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ଡେଇଁଲା କରୋନା

ଢେଙ୍କାନାଳ ଅଫିସ, ୯।୮ : ଢେଙ୍କାନାଳ ଜିଲାରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଶନିବାର ଦିନକରେ ୩୬ ପଜିଟିଭ୍‌ ଚିହ୍ନଟ ହେବାପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ରେ...

ପକ୍ଷୀ ପ୍ରେମରେ ‘ନୂଆ ରେକୁଳା’

କାମାକ୍ଷାନଗର, ୨୬।୭ (ସୁଧୀର କୁମାର ପରିଡ଼ା):  ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇ ପର…’ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ଉପରେ ଆଧାରିତ...

ଜାତୀୟ ତମାଖୁ ବର୍ଜନ ସଚେତନତା ‘ତମାଖୁ ସବୁଠାରୁ ମାରାତ୍ମକ’

ଢେଙ୍କାନାଳ ଅଫିସ, ୭।୧୨ – ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଶୁକ୍ରବାର ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ...

ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର

ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍‌ଦାର କରିଛି...

ନନ୍ଦିନୀ ଦେବୀ ଥିଲେ ସାଲିସ୍‌ବିହୀନ ନେତ୍ରୀ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳ ଗୋପବନ୍ଧୁ ଟାଉନହଲଠାରେ ରବିବାର ସନ୍ଧ୍ୟା ୬ଟାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟିକା ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳିତ...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ,୨୫ା୧୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ପି...

ବଜ୍ରାଘାତ ନେଲା ଜଣଙ୍କ ଜୀବନ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଏନଏସି ଗୋଡ଼ି ପାଟଣା ଗ୍ରାମର ପଦନ ଦାସ (୫୨) ବଜ୍ରାଘାତରେ ମୃତବରଣ କରିଛନ୍ତି। ସେହିପରି ବଜ୍ରାଘାତରେ ଭୁଷଳ ପଞ୍ଚାୟତ...

ଭାଙ୍ଗିଗଲା ନୂଆଗାଁ ମାଇନର କେନାଲର କଂକ୍ରିଟ୍‌ ଢଳେଇ

ପରଜଙ୍ଗ, ୧୪।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତର ଚାଷୀଙ୍କ ଜଳସେଚନର ପ୍ରମୁଖ ମାଧ୍ୟମ ନୂଆଗାଁ ମାଇନର କେନାଲର ୨୦ଫୁଟ କଂକ୍ରିଟ୍‌ ଢଳେଇ ଭାଙ୍ଗିଯାଇଛି।...

Advertisement

BGU

Archives

Model This Week

Why Dharitri