ତଳଧାତିକା ଗ୍ରାମବାସୀଙ୍କ ଜିଲାପାଳଙ୍କୁ ଦାବିପତ୍ର: ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର/ରାଇସୁଆଁ, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଧାତିକା ମୌଜାର ତଳସାହି ବାସିନ୍ଦାମାନେ ତାଙ୍କ ଗ୍ରାମକୁ ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ସୋମବାର ଜିଲାପାଳଙ୍କୁ ଭେଟିଛନ୍ତି। ଏହି ସମସ୍ୟାଗୁଡିକର ସମାଧାନ ନହେଲେ ଆଗାମୀ ଦିନରେ ସଂପୃକ୍ତ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗତ କିଛିବର୍ଷ ତଳେ ରାଇସୁଆଁ ପଞ୍ଚାୟତକୁ ଭଙ୍ଗ କରି ଗୋପିନାଥପୁର ପଞ୍ଚାୟତ ଭାବେ ଅନ୍ୟ ଏକ ପଞ୍ଚାୟତ ଗଠନ ହୋଇଥିଲା। ଏହି ପଞ୍ଚାୟତରେ ଧାତିକା ମୌଜା ରହିଛି। ଏହି ମୌଜାର ଉପରସାହିକୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଦିଆଯାଉଥିଲେ ମଧ୍ୟ ତଳସାହି ବହୁବିଧ ସମସ୍ୟା ମଧ୍ୟରେ ରହିଛି। ଏହି ସାହିରେ ବସବାସ କରୁଥିବା ସମସ୍ତ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। ସାହିକୁ କୌଣସି ପିଇବା ପାଣିର ବ୍ୟବସ୍ଥା ନ ଥିବାବେଳେ ସ୍କୁଲ ପରିସରରେ ଥିବା ନଳକୂପ ଲୋକଙ୍କ ସାହାଭରସା ଅଟେ। ଛୁଟି ଦିନେ ସ୍କୁଲ ଗେଟରେ ତାଲା ପଡିଲେ ଲୋକେ ପାନୀୟ ଜଳ ପାଇଁ ଅନେକ ସମସ୍ୟା ଭୋଗନ୍ତି। ତଳସାହିର ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିକଳାଙ୍ଗ ଭତ୍ତା ସମେତ ଏଠାକାର ଲୋକଙ୍କୁ ଇନ୍ଦିରାଆବାସ ଯୋଗାଇବାରେ ମଧ୍ୟ ପାତରଅନ୍ତର କରାଯାଉଥିବା ଲୋକେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସାହିକୁ ଭଲ ରାସ୍ତାଟିଏ ନ ଥିବାବେଳେ ସରକାରଙ୍କ ତରଫରୁ ଧାତିକାକୁ ଯେ କୌଣସି ସହାୟତା ରାଶି ଆସେ କେବଳ ଉପରସାହି କଥାକୁ ଦୃଷ୍ଟି ଦିଆଯାଏ ଓ ତଳସାହିକୁ ଉପେକ୍ଷା କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ମାଛକାନ୍ଦଣା ନଦୀ ତଳସାହିକୁ ଲାଗି ରହିଥିବାରୁ ଗାର୍ଡୱାଲ ଅଭାବରୁ ଛୋଟ ଛୋଟ ପିଲା ଓ ବୃଦ୍ଧାବୃଦ୍ଧମାନେ ନଦୀରେ ପଡିଯିବାର ସମ୍ଭାବନା ରହିଛି। ନଦୀରେ ପାହାଚ ଏବଂ ସାହିର ବିଜେସ୍ଥଳୀ ଠାକୁରାଣୀ ପୀଠକୁ ପାଚେରୀ ମଧ୍ୟ ନାହିଁ। ତେଣୁ ଜିଲାପାଳ ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ହେମନ୍ତୀ ସୋରେନ, ଅବନ୍ତୀ ମାଝୀ, ସୀତା ମାଝୀ, ଜୟନ୍ତୀ ମାଝୀ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ରକୁ ସୋମବାର ଦିନ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri