ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ

ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡିଥିବା ଜଣାପଡିଛି ।
ସୂଚନା ମୁତାବକ, ଛାତ୍ରୀ ନିବାସର ୫/୬ ଜଣ ଛାତ୍ରୀ ବାରମ୍ବାର ଅଚେତ ହୋଇ ପେଟରେ କଷ୍ଟ ଅନୁଭବ କରିବା ପ୍ରକାଶ କରିଥିଲେ । ସପ୍ତମ ଶ୍ରେଣୀ ଛାତ୍ରୀ ମମିମିତା ବେହେରା, ଦଶମ ଶ୍ରେଣୀ ଛାତ୍ରୀ ସର୍ମିତା ବେହେରା ଏବଂ ଆଉ ତିନିଜଣ ଛାତ୍ରୀ ପେଟରେ କଷ୍ଟ ଅନୁଭବ କରିବା ସହିତ ଅଚେତ ହୋଇ ପଡିଥିଲେ । ବୁଧବାର ରାତିରେ ଏଭଳି ପରିସ୍ଥିତି ଦେଖି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଦୀପ୍ତ କୁମାର ଉର୍ମା ସଙ୍ଗେ ସଙ୍ଗେ କିଛି ଗ୍ରାମବାସୀ ଓ ଅଭିଭାବକକୁ ଡକାଇ ଅସୁସ୍ଥ ଛାତ୍ରୀମାନଙ୍କୁ ୩ କିମି ବାଟ ନେଇ ଜଣେ ଗୁଣିଆ ପାଖରେ ଝଡାଫୁଙ୍କା କରିଥିଲେ ଏବଂ ପରେ ତଳଗାଁ ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ନ ଥିବାରୁ ରୋଗର ଲକ୍ଷଣ ଜଣାପଡି ନ ଥିଲା । ଗୁରୁବାର ସକାଳୁ ପୁଣି ୨/୩ ଜଣ ଛାତ୍ରୀ ସେଭଳି ହେବାରୁ ଅଭିଭାବକ ଏହି ଖବର ଜାଣିବା ପରେ ହଷ୍ଟେଲରୁ ଛାତ୍ରୀମାନଙ୍କୁ ନେବାକୁ ଶିକ୍ଷକଙ୍କୁ କହିଥିଲେ । ଫଳରେ ଗୁରୁବାର ୨୫ ଜଣ ଛାତ୍ରୀ ବିଦ୍ୟାଳୟ ଛାଡିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷୟିତ୍ରୀ ଥିବାବେଳେ ହଷ୍ଟେଲରେ କୌଣସି ଶିକ୍ଷୟିତ୍ରୀଙ୍କୁ ଛାତ୍ରୀମାନଙ୍କୁ ଦେଖାରଖା ଦାୟିତ୍ୱ ଦିଆଯାଇନାହିଁ । ଫଳରେ ଛାତ୍ରୀମାନେ ସେମାନଙ୍କ ଅସୁବିଧା କହିପାରୁନାହାନ୍ତି । ଏଠାରେ ଯେଉଁ ମହିଳା ଜଣକ ରୋଷେଇ କରୁଛନ୍ତି, ସେ ହିଁ ପିଅନ, ମେଟ୍ରନ ଓ ରାତ୍ର ଜଗୁଆଳି କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଦୀପ୍ତ କୁମାର ଉର୍ମାଙ୍କୁ ପଚାରିବାରୁ ସେ କହିଲେ, ଏହି ଅଞ୍ଚଳ କନ୍ଧ ମାଟି । ତେଣୁ ଗୋଟିଏ ଦେବୀ ଏଭଳି କରୁଛି । ଏଣୁ ଆମେ ତୁରନ୍ତ ଅସୁସ୍ଥ ପିଲାମାନଙ୍କୁ ଗୁଣିଆ ପାଖରେ ଝଡାଫୁଙ୍କା କରାଇଥିଲୁ ଏବଂ ମେଡିକାଲରେ ଦେଖାଇଥିଲୁ । ଯଦି ଅଭିଭାବକ ଚାହିଁବେ ତାଙ୍କ ପିଲାମାନଙ୍କୁ ନେଇ ପାରିବେ ବୋଲି ଉର୍ମା କହିଥିଲେ । ଏ ନେଇ ହରଭଙ୍ଗା ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପ୍ରଦୀପ କୁମାର ନାଏକଙ୍କୁ ପଚାରିବାରୁ ଶିକ୍ଷକ ଜଣକ ଏ ବିଷୟରେ ମୋତେ କହିଛନ୍ତି । ଦିନେ ଦୁଇଦିନ ପାଇଁ ସ୍କୁଲ ଛୁଟି କରିଦେବାକୁ ତାଙ୍କୁ ପରାମର୍ଶ ଦେଇଥିବା କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୩: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଇରାନ ବୈଦେଶିକ ମନ୍ତ୍ରଣାଳୟର ବଡ଼ ବୟାନ; ବ୍ଲେମ୍ ଗେମ୍ ଖେଳୁଛି ଆମେରିକା, ଆଉ ଆଲୋଚନା ପାଇଁ…

ତେହରାନ,୨୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ । ଏହାରି ଭିତରେ ଇରାନ ସ୍ପଷ୍ଟ ଭାବରେ କହିଛି ଯେ ବର୍ତ୍ତମାନ ଆମେରିକା…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

ମୋଦି ଯିବା ପୂର୍ବରୁ ସବୁ ଜଳିପୋଡ଼ି ହୋଇଗଲା ପାଉଁଶ: ଗୋଟିଏ ଦିନ ପରେ କରିଥାନ୍ତେ…

ଜୟପୁର,୨୦।୪: ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। CDU ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ଦମକଳ ଗାଡ଼ି…

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri