ତରକାରି ଅଲଣା ହେବାରୁ ପିଟିଲେ ସ୍ବାମୀ, ଖଟିଆରେ ବୁହାହେଲେ ଗୁରୁତର ମହିଳା

ଫିରିଙ୍ଗିଆ,୨୩ା୧୦- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ମୁଣ୍ଡାମାସ୍କା ଗ୍ରାମରେ ସ୍ବାମୀଙ୍କଠାରୁ ମାଡ଼ ଖାଇ ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଖଟିଆରେ ବୁହାଯାଇ ଡାକ୍ତରଖାନାକୁ ନିଆଯାଇଛି। ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରାୟ ୫ କି.ମି. ଦୂର ସାଡିଙ୍ଗିଆ ପର୍ଯ୍ୟନ୍ତ ଲୋକେ ତାଙ୍କୁ ଖଟିଆରେ ବୋହି ନେଇଥିଲେ। ସେଠାରୁ ମହିଳା ଜଣଙ୍କୁ ଅଟୋରେ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲରେ ଭର୍ତ୍ତିି କରାଯାଇଛି। ଗୁରୁତର ମହିଳା ଜଣକ ହେଲେ କାମିନୀ ମଲ୍ଲିକ। ମୁଣ୍ଡାମାସ୍କା ଗ୍ରାମର କାମିନୀ ତରକାରିରେ ଲୁଣ ପକାଇବାକୁ ଭୁଲି ଯାଇଥିଲେ। ଅଲଣା ହୋଇଥିବାରୁ କାମିନୀଙ୍କୁ ତାଙ୍କ ସ୍ବାମୀ ନିସ୍ତୁକ ମାଡ଼ ମାରିଥିଲେ। ସେ ଗୁରୁତର ହୋଇ ଚିତ୍କାର କରୁଥିବା ବେଳେ ସ୍ବାମୀ ସେଠାରୁ ପଳାଇ ଯାଇଥିଲେ। ପଡିଶା ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ତାହା ଆସି ପାରି ନ ଥିଲା। ଫଳରେ ଗ୍ରାମବାସୀ ଏକ ଖଟିଆରେ କାମିନୀଙ୍କୁ ମୁଣ୍ଡାମାସ୍କାଠାରୁ ସାଡ଼ିଙ୍ଗିଆ ପର୍ଯ୍ୟନ୍ତ ବୋହି ଆଣିବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri