ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ ସାଜିଛି ଅନ୍ତରାୟ। ଜିଲାର ୧୩୩ ହାଇସ୍କୁଲ ମଧ୍ୟରୁ ୧୦୮ଟିରେ ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷକ ପଦବୀ ଖାଲିପଡ଼ିଛି। ଅତିଥି ଶିକ୍ଷକ ନିଯୁକ୍ତି କରି ଶିକ୍ଷା ବିଭାଗ ଚୁପ୍‌ ବସିଥିବାବେଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି।
ଏକଦା ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା ଢେଙ୍କାନାଳ। ବିଶେଷ କରି ସରକାରୀ ସ୍କୁଲଗୁଡ଼ିକରେ ମାଟ୍ରିକ୍‌ ରେଜଲ୍ଟ ଭଲ ହେଉଥିଲା। ରାଜ୍ୟସ୍ତରୀୟ ମେଧା ତାଲିକାରେ ଜିଲାର ଛାତ୍ରୀଛାତ୍ରଙ୍କ ନାମ ତାଲିକାଭୁକ୍ତ ହେଉଥିଲା। ହେଲେ ଗତ କିଛିବର୍ଷ ହେଲା ଏହା ନିମ୍ନଗାମୀ ହେବାରେ ଲାଗିଛି। ଏହାର ପ୍ରମୁଖ କାରଣ ଶିକ୍ଷକ ଅଭାବ ବୋଲି କୁହାଯାଉଛି। ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ଚାଲିଥିବା ୧୩୩ ସରକାରୀ ହାଇସ୍କୁଲ ମଧ୍ୟରୁ ମାତ୍ର ୨୫ଟିରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଅଛନ୍ତି। ଅନ୍ୟ ୧୦୮ ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅଧିକାଂଶ ସ୍ଥାନରେ ସହକାରୀ ଶିକ୍ଷକ ଦାୟିତ୍ୱ ସମ୍ଭାଳୁଛନ୍ତି। କେବଳ ପ୍ରଧାନ ଶିକ୍ଷକ ନୁହନ୍ତି, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପାଠ ପଢ଼ାଇବାକୁ ଶିକ୍ଷକ ଖୋଜା ପଡୁଛନ୍ତି। ଗଣିତରେ ୧୬୩ ଶିକ୍ଷକ ପଦବୀ ମଧ୍ୟରୁ ୧୯, ବିଜ୍ଞାନରେ ୧୫୧ରୁ ୧୩, ସଂସ୍କୃତରେ ୧୪୨ରୁ ୪୨, ହିନ୍ଦୀରେ ୧୩୬ରୁ ୬୬, କଳାରେ ୩୧୧ରୁ ୧୧୧ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି ୧୩୮ କ୍ରୀଡ଼ା ଶିକ୍ଷକଙ୍କ ମଧ୍ୟରୁ ୪୩ ପଦବୀରେ କେହିନାହାନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବାରେ ଶିକ୍ଷା ବିଭାଗ ବିଫଳ ହୋଇଛି। ସମସ୍ୟା ସମାଧାନ କରିବାକୁ ଯାଇ ଅତିଥି ଶିକ୍ଷକଙ୍କ ଉପରେ ଭରସା କରିଛି ଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ୯୩ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ଦିଆଯାଇଛି। ଜିଲାରେ କାର୍ଯ୍ୟକ୍ଷମ ୧୧ଟି ଅପ୍‌ଗ୍ରେଡେଡ୍‌ ବିଦ୍ୟାଳୟ ମଧ୍ୟ ହାତଗଣତି ଶିକ୍ଷକଙ୍କ ଦ୍ୱାରା ଚାଲିଛି, ଯାହା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।
୨୦୧୬ ଏପ୍ରିଲ୍‌ ୫ରେ ଶେଷଥର ପାଇଁ ଶିକ୍ଷକ ନିଯୁକ୍ତି କରାଯାଇଥିଲା। ଏହାପରଠାରୁ ନୂତନ ନିଯୁକ୍ତି ହୋଇନାହିଁ। ଏହି କାରଣରୁ ଶିକ୍ଷାଦାନ ବ୍ୟବସ୍ଥା ସାଂଘାତିକ ସ୍ଥିତିକୁ ଆସିଯାଇଛି। ଘରୋଇ ସ୍କୁଲ, ବ୍ଲକଗ୍ରାଣ୍ଟ, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରୀକ୍ଷାଫଳ ଭଲ ହେଉଥିବାବେଳେ ସରକାରୀ ହାଇସ୍କୁଲରେ ପାସ୍‌ ହାର ଚିନ୍ତାଜନକ ହୋଇଛି। ଜିଲା ପରିଷଦ ବୈଠକରେ ଶିକ୍ଷା ବ୍ୟବସ୍ଥା ଉପରେ ଫୋକସ୍‌ କରିବାକୁ ସ୍ବର ଉଠାଇଥିଲେ ଜନପ୍ରତିନିଧି। ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରିଥିଲେ। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଏ ଦିଗରେ ସନ୍ତୋଷମୂଳକ ପଦକ୍ଷେପ ନିଆଯାଇନାହିଁ। ଏପଟେ ଗଣଶିକ୍ଷା ବିଭାଗର ନୂତନ ନିୟମ ଅନୁଯାୟୀ ଆବଶ୍ୟକତାଠାରୁ କମ୍‌ ଛାତ୍ରୀଛାତ୍ର ଥିବା ୨୭ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ନେଇ ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କୁହନ୍ତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଛି। ଜିଲାର କେତେକ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା ଆସିବା ପରେ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri