ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ

ନୂଆଦିଲ୍ଲୀ,୬-୭: ବଜେଟରେ କେନ୍ଦ୍ର ସରକାର ରେଳ ଭିତ୍ତିଭୂମି ବିକାଶ ଉପରେ ଫୋକସ ରଖିଛନ୍ତି। ୨୦୧୮ରୁ ୨୦୩୦ ସୁଦ୍ଧା ଦେଶର ରେଳ ଭିତ୍ତିଭୂମିରେ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରି ଏହା କହିଛନ୍ତି। ଚଳିତ ବର୍ଷ ରେଲଓ୍ବେରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ସର୍ବାଧିକ ଥିବା ଜଣା ପଡିଛି। ରେଲଓ୍ବେକୁ ବଜେଟରେ ୬୫,୮୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତ ବର୍ଷ ରେଲଓ୍ବେରେ ମୋଟ୍‌ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ୧.୪୮ ଲକ୍ଷ କୋଟି ଟଙ୍କା ବେଳେ ବଜେଟ ସହାୟତା ଭାବେ ୫୫,୦୮୮ କୋଟି ଟଙ୍କା ମିଳିଥିଲା।
ବଜେଟରେ ପ୍ରଦାନ କରାଯାଇଥିବା ଅର୍ଥରେ ନୂଆ ଲାଇନ ବିଛାଇବା ଲାଗି ୭,୨୫୫ କୋଟି, ଗଜ୍‌ ପରିବର୍ତ୍ତନ ଲାଗି ୨,୨୦୦ କୋଟି, ଲାଇନ୍‌ ଦୋହରୀକରଣ ବାବଦକୁ ୭୦୦ କୋଟି, ରୋଲି ଷ୍ଟକ ପାଇଁ ୬,୧୧୪.୮୨ କୋଟି ଏବଂ ସିଗ୍‌ନାଲ ଉନ୍ନତିକରଣ ଓ ଟେଲିକମ୍‌ ପାଇଁ ୧୭୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅନ୍ତରୀଣ ବଜେଟ ଭଳି ଏହି ବ୍ୟୟବରାଦ ସମାନ ରହିଛି। ରେଳ ସଂଯୋଗକୁ ପ୍ରୋତ୍ସାହନ ଏବଂ ଯାତ୍ରୀ, ମାଲ୍‌ ପରିବହନ ସେବା ତ୍ୱରାନ୍ବିତ କରିବା ଲାଗି ସରକାରୀ ଘରୋଇ ସହଭାଗିତା ନେଇ ବଜେଟରେ ପ୍ରସ୍ତାବ ଦିଆଯାଇଛି। ସ୍ପେଶାଲ ପର୍‌ପୋଜ ଭେହିକିଲ(ଏସ୍‌ପିଭି) ଦ୍ୱାରା ସହରତଳି ଅଞ୍ଚଳଗୁଡିକରେ ଚଳାଚଳ କରୁଥିବା ରେଳ ଭିତ୍ତିଭୂମି ବିକାଶ, ପିପିରେ ମେଟ୍ରୋ ରେଳ ପ୍ରକଳ୍ପ ଉନ୍ନତିକୁ ପ୍ରୋତ୍ସାହିତ କରିବାକୁ ପ୍ରସ୍ତାବ ରଖାଯାଇଛି। ନଦୀଗୁଡିକରେ ମାଲ ପରିବହନ ଦ୍ୱାରା ସଡକ ଏବଂ ରେଳ ପଥରେ ଟ୍ରାଫିକ କମାଯାଇ ପାରିବ ବୋଲି ସୀତାରାମନ ବଜେଟରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ରେଳ ଷ୍ଟେଶନ ବିକାଶ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଯାତ୍ରୀ ସେବା ଉନ୍ନତିକରଣ ଉପରେ ସୀତାରାମନ କହିଛନ୍ତି ଯେ, ଯାତ୍ରୀ ସେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଯୋଜନା ମୁତାବକ ଏଥିରେ ବ୍ୟୟ ବରାଦ ହେଉଛି। ବଜେଟରେ ସରକାର ଏଥି ଲାଗି ଚଳିତ ବର୍ଷ ୩, ୪୨୨.୫୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ଯାତ୍ରୀ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଅତିରିକ୍ତ ୧୦୦୦ କୋଟି ଟଙ୍କାର ବ୍ୟୟ ନେଇ ଲକ୍ଷ୍ୟ ରଖିଛନ୍ତି। ସେହିଭଳି କର୍ମଚାରୀଙ୍କ ବେତନ ବାବଦ ଅର୍ଥ ପ୍ରଦାନ ରେଲଓ୍ବେ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଛି। ଏହା ଚଳିତ ବର୍ଷ ୮୬,୫୫୪.୩୧ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୧୪,୦୦୦ ଟଙ୍କା ଅଧିକ। ଏହା ବାଦ ନିର୍ଭୟା ପାଣ୍ଠି ଲାଗି ୨୬୭.୬୪ କୋଟି, ଏମର୍ଜେନ୍ସି ଇଣ୍ଟିଗ୍ରେଟେଡ ରେସପନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ( ଆଇଇଆର୍‌ଏମ୍‌) ଲାଗି ୨୫୦ କୋଟି, କୋଙ୍କଣ ରେଲଓ୍ବେ କର୍ପୋରେଶନ ଲିମିଟେଡ ଲାଗି ୧୭.୬୪ ପ୍ରଦାନ କରାଯାଇଛି। ୨୦୧୯-୨୦ ବର୍ଷ ଲାଗି ଗ୍ରସ୍‌ ଟ୍ରାଫିକ ରିସିପ୍ଟ ୨.୧୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ୨୦୧୮-୧୯ ପରିବର୍ତ୍ତିତ ଆକଳନ ଅନୁସାରେ ୧୯,୯୯୧ କୋଟି ଟଙ୍କା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?