ଢେଙ୍କାନାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ: ‘୫-ଟି’ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ/ଓଡ଼ାପଡ଼ା (ଡି.ଏନ.ଏ.), ୧।୧୧ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାରଠାରୁ ୨ଦିନିଆ ଢେଙ୍କାନାଳ ଗସ୍ତରେ ଆସି ୧୩ଗୋଟି ଯୋଜନାର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏଥିସହ ‘୫-ଟି’ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ନେଇ ଯତ୍ନବାନ ହେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ସଚିବ ମୋ ସରକାର, ଆକାଂକ୍ଷା ଜିଲା, ମମତା ଯୋଜନା, ବିଜୁ ପକ୍କାଘର, ଉଠା ଜଳସେଚନ, ମିଶନ ଶକ୍ତି, ପାନୀୟଜଳ ଯୋଗାଣ, ନିରାମୟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତୀକରଣ, ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନା, ସମଗ୍ର ଶିକ୍ଷା ଯୋଜନା, ସମନ୍ବିତ ଶିଶୁ ବିକାଶ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିସହ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ, ଲୋକମାନଙ୍କ ନିକଟରେ ଯୋଜନା ପହଞ୍ଚାଇବା ନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଆକାଂକ୍ଷା ଜିଲା ଅଧୀନ ୫ ମୁଖ୍ୟ ସେକ୍ଟର ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ, କୌଶଳ ବିକାଶ, ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ୪୯ ସୂଚକାଙ୍କ ଉପରେ ସମୀକ୍ଷା କରାଯାଇଥିଲା। ଜୁନ୍‌ ଏବଂ ଜୁଲାଇରେ ଢେଙ୍କାନାଳ ଜିଲା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କୌଶଳ ବିକାଶ କ୍ଷେତ୍ର ମାନଦଣ୍ଡରେ ୧ନଂ. ସ୍ଥାନରେ ରହିଥିଲା। ଏହାକୁ ନେଇ ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପଛୁଆ ସୂଚକାଙ୍କରେ ଉନ୍ନତି ଆଣିବା ସହ ସ୍ବାସ୍ଥ୍ୟ, କୃଷି କ୍ଷେତ୍ର ପ୍ରତି ଅଧିକ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଓଡ଼ାପଡା ବ୍ଲକ ପରିଦର୍ଶନରେ ଯାଇଥିବା ଅତିରିକ୍ତ ମୁଖ୍ୟ ସଚିବ ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ ଶିବପୁର ଆଶ୍ରମ ବିଦ୍ୟାଳୟ, ଛାତ୍ରୀନିବାସ, ଅଙ୍ଗନୱାଡି କେନ୍ଦ୍ର, ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନୂଆ ବାଙ୍ଗୁରସିଂହ ଗ୍ରାମର ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ, ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆ ୟୁନିଟ୍‌, ଇନ୍ଦିପୁର ଅଙ୍ଗନୱାଡି କେନ୍ଦ୍ର, ଛତୁଚାଷ ଏବଂ କତାଶିଳ୍ପ ବୁଲି ଦେଖିଥିଲେ। ଏଥିସହ କାଶିଆଡିହି ପଞ୍ଚାୟତରେ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇଥିବା ଚାଷୀ ବିପିନ ବିହାରୀ ଜେନା, ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ। ଜନପ୍ରତିନିଧିଙ୍କ ସହ ମତ ବିନିମୟ କରିବା ସହ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଏହି ଅବସରରେ ଓଡ଼ାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଗୋଷ୍ଠୀକେନ୍ଦ୍ରରେ ୨୪ ଘଣ୍ଟିଆ ଦୁର୍ଘଟଣାଜନିତ ଚିକିତ୍ସା ସେବାକେନ୍ଦ୍ର ଖୋଲିବା, ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି କରିବା ପାଇଁ ଦାବି କରାଯାଇଥିଲା।
ଅପରାହ୍ନ ୨ଟାରେ ସଚିବ ଜିଲା ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ପରଖିଥିଲେ। ଏଠାରେ ଉପଲବ୍ଧ ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଚିବଙ୍କ ଗସ୍ତ ସମୟରେ ଜିଲାପାଳ, ପିଡି ଡିଆର୍‌ଡିଏ, ଏସ୍‌ପି ଅନୁପମା ଜେମ୍‌ସ, ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ସରୋଜ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭...

ବିନା ପରମିଟ୍‌ରେ ଚାଲୁଥିବା ସ୍କୁଲ ବସ୍‌ ଜବତ

ଢେଙ୍କାନାଳ ଅଫିସ, ୩ା୧୦ – ଢେଙ୍କାନାଳ ଜିଲା ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ସ୍କୁଲ ବସ୍‌ ବିନା ପରମିଟରେ ଚାଲୁଥିବା ଅଭିଯୋଗରେ ଆଞ୍ଚଳିକ...

ନିମ୍ନମାନର ରାସ୍ତା କାମ କରି ଅର୍ଥ ହଡପ ଅଭିଯୋଗ

ମାଥିଲି,୧୪ା୩ (ଡି.ଏନ.ଏ.):ଗ୍ରାମକୁ ରାସ୍ତା ହେଲେ ଗ୍ରାମର ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବହୁ କୋଟି ଅର୍ଥ ଖର୍ଚ୍ଚ...

ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ...

ପାଇପ୍‌ଲାଇନ ବିଛା କାର୍ଯ୍ୟରେ ଅନିୟମିତତା

ନିମାପଡ଼ା,୧୬।୪(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର ମାଧିବରହମପୁର ଗ୍ରାମଠାରୁ ଉମାମହେଶ୍ୱରପୁର ଗ୍ରାମ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପଲାଇନ ସଂଯୋଗ କାର୍ଯ୍ୟ ଚାଲିଛି।...

ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୪ା୩: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଆଇସିୟୁ ନ...

ବିଲ ମଧ୍ୟରୁ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ମାର୍‌ଖୀପଡ଼ା ହରଡ଼ ବିଲ ମଧ୍ୟରୁ ଗୁରୁବାର ଜଣେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

Advertisement
Archives

Model This Week