Posted inରାଜ୍ୟ

ଢିଙ୍କିଆ ପଞ୍ଚାୟତ ନିର୍ବାଚନ : ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର ବିଜୟୀ

କୁଜଙ୍ଗ,୪ା୭(ସ୍ବ.ପ୍ର): ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତ ନିର୍ବାଚନ ବୁଧବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଭୋଟ୍‌ ଗଣତି ଶେଷ ହୋଇଥିବାବେଳେ ବୁଥ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ସମର୍ଥୀତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୧୪୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଏକଦା ସସିପିଆଇର ଗଡ଼ ହୋଇ ରହିଥିବା ଏହି ପଞ୍ଚାୟତରେ ଦଳର ଦୁର୍ଗ ଭୁଶୁଡ଼ି ପଡିଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଉପସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଯେ, ପୋସ୍କୋ ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏଠାରେ ପଞ୍ଚାୟତ ନିର୍ବାଚନ ହୋଇପାରୁ ନ ଥିଲା। ତେବେ ପୋସ୍କୋ ଫେରିଯିବା ପରେ ପରିସ୍ଥିତି ସ୍ବଭାବିକ ହେବାରୁ ଏଠାରେ ନିର୍ବାଚନ ହେଉଛି। ଚଳିତଥର ନିର୍ବାଚନରେ ୭ଜଣ ସରପଞ୍ଚ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ କିଶୋର କୁମାର ପରିଡ଼ା ଓ ଭାଜପା, କଂଗ୍ରେସ ଓ ସିପିଆଇ ଆଦି ବିଭିନ୍ନ ଦଳର ମିଳିତ ସମର୍ଥନରେ ପ୍ରାର୍ଥୀ ହୋଇଥିବା ପ୍ରକାଶ ଚନ୍ଦ୍ର ଜେନାଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଏହି ପଞ୍ଚାୟତରେ ମୋଟ୍‌ ଭୋଟର ସଂଖ୍ୟା ୭୧୫୦। ସେମାନଙ୍କ ମଧ୍ୟରୁ ୬୦୫୨ ଜଣ ଭୋଟ ଦେଇଥିଲେ। ସେଥିମଧ୍ୟରୁ କିଶୋରଙ୍କ ସପକ୍ଷରେ ୩୪୦୪ ଭୋଟ୍‌ ଯାଇଥିବାବେଳେ ପ୍ରକାଶଙ୍କ ସପକ୍ଷରେ ୨୨୬୪ ଭୋଟ ଯାଇଛି। ନିର୍ବାଚନରେ ବିଜୟୀ ହେବା ପରେ କିଶୋର ତାଙ୍କ ବିଜୟର ଶ୍ରେୟ ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନଦନ ଦାସ, ପୂର୍ବତନ ବାଲିକୁଦା-ଏରସମା ବିଧାୟକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଦାନ କରିଛନ୍ତି। ତେବେ ଦଳମତ ନିର୍ବିଶେଷରେ ସେ ପଞ୍ଚାୟତରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ଆସନ୍ତା ଦିନରେ ଜେଏସ୍‌ଡବ୍ଲ୍ୟୁ ଏହି ଅଞ୍ଚଳରେ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବାବେଳେ ଏଥିରେ ଢିଙ୍କିଆ ପଞ୍ଚାୟତର ପ୍ରମୁଖ ଭୂମିକା ରହିବ ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କୁ ରଞ୍ଜନ ବର୍ଦ୍ଧନ, ଶରତ ସ୍ବାଇଁ, ଚନ୍ଦନ ମହାନ୍ତି, ବାଇନ ମହାନ୍ତି, ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ଦିଲ୍ଲୀପ ବେହେରା, ତମିଲ ପ୍ରଧାନ ପ୍ରମୁଖ ବହୁ ସମର୍ଥକ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନିଦିନ ଘନ କୁହୁଡ଼ି

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି...

ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।...

ଆହୁରି ସପ୍ତାହେ ବର୍ଷା ନାହିଁ, ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗୀନ ହେବାରେ ଲାଗିଛି । କେଉଁଠି ଅସରାଏ ଦି ଅସରା ବର୍ଷା ହେଉଛି ତ ଅନ୍ୟ କେଉଁଠି ଟାଁଏ...

ଜଗତ୍‌ସିଂହପୁର ବ୍ଲକରେ ୭୮.୯୨% ମତଦାନ

ଜଗତ୍‌ସିଂହପୁର ଅଫିସ, ୧୯ା୨: ୨ୟ ପର୍ଯ୍ୟାୟ ନିର୍ବାଚନରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ପାଇଁ ଶୁକ୍ରବାର ମତଦାନ ହୋଇଛି। ଏହି ଅବସରରେ...

କଟୁରିରେ ହାଣି ଜନ୍ମକଲା ମା’ଙ୍କୁ ମାରିଦେଲେ ପୁଅ, ରକ୍ତରଞ୍ଜିତ ହେଲା ଘର

କଟକ ଅଫିସ,୨୬।୧: ସମ୍ପତ୍ତି ପାଇଁ ଜନ୍ମକଲା ମା’ଙ୍କୁ କଟୁରିରେ ହାଣି ମାରିଦେଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା କଟକ ଶ୍ରୀବିହାର କଲୋନୀରେ ବୁଧବାର ଦେଖିବାକୁ...

ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ...

ଆଜି ୫୮ ଜଣଙ୍କ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୫୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା...

Advertisement
Archives

Model This Week