ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୫ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ମହାନଗର ଗୋଇଲୁଣ୍ଡି ଅଞ୍ଚଳର ନୀଳାଞ୍ଚଳ ମହାନ୍ତି (୩୩)।
ପ୍ରକାଶ ଯେ, ଶ୍ୟାମା ଢ଼ାବାର କର୍ମଚାରୀମାନେ ଶନିବାର ରାତିରେ କାମସାରି ଶୋଇଥିଲେ। ରବିବାର ସକାଳୁ ଜଣେ କର୍ମଚାରୀ ଉଠିବାପରେ ଢ଼ାବା ବାରଣ୍ଡାରେ ଥିବା ଏକ ଖଟଉପରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିଥିଲେ। ଏନେଇ ଗୋଳନ୍ଥରା ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ବାବୁଲି ନାୟକ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ନଂ.୩୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହର ମୁଣ୍ଡ ଓ ଆଖିରେ ଗଭୀର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।
ଢାବାକୁ ନୀଳାଞ୍ଚଳ କିପରି ଆସିଲେ, ସେଠାରେ ତାଙ୍କର କିପରି ମୃତ୍ୟୁ ଘଟିଲା, ଢାବା କର୍ମଚାରୀମାନେ କିପରି ଘଟଣାସମ୍ପର୍କରେ କିଛି ଜାଣିପାରିଲେ ନାହିଁ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ନୀଳାଞ୍ଚଳଙ୍କ ପରିବାର ଲୋକେ କହିବା ଅନୁଯାୟୀ, ସେ ନିଶା ସେବନ କରନ୍ତି ଓ କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ନ ଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ଠିକ୍‌ କାରଣ ଜଣାପଡିବ ବୋଲି ପୋଲିସ କହିଛି। ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

୮୬୬ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା, କାର୍ଡ ପ୍ରଦାନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ବ୍ଲକର ୨୨ ପଞ୍ଚାୟତର ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୮୬୬...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ଆସିବ ଫଳାଫଳ

ପଦ୍ମପୁର,୭।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନର ଫଳାଫଳ ଗୁରୁବାର ଆସିବ। ଏଥିପାଇଁ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ଗୋଦାମରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ମଣ୍ଡି ଖୋଲିନି, ଖଳାରେ ପଡିରହିଛି ଧାନ

କୋକସରା, ୧୩।୧୧ (ଡି.ଏନ.ଏ.) ଖରିଫ ଧାନ ଏବେ ଅମଳ କରୁଛନ୍ତି ଚାଷୀ। ସ୍ବଳ୍ପ ଓ ମଧ୍ୟମ କିସମ ଧାନ ଅମଳ ହୋଇସାରିଥିବା ବେଳେ ବଡ ଧାନ...

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ...

ଚୋର ସନ୍ଦେହରେ ପିଟି ହତ୍ୟା

ଢେଙ୍କାନାଳ ଅଫିସ,୨୧ା୫: ଚୋରି କରିଛନ୍ତି ବୋଲି ମାନିନେବାକୁ ଗ୍ରାମସଭାରେ ବାଧ୍ୟ କଲେ। ଏଥିରେ ଅମଙ୍ଗ ହେବାରୁ ଯୁବକଙ୍କୁ ଘରୁ ଉଠାଇ ନେଇ ପିଟି ପିଟି ମାରିଦେଲେ।...

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ଚୌଦ୍ୱାର,୯।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମର ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ଏକ ପିଜୁଡି ଗଛରେ ବେକରେ ଗାମୁଛା...

ଜମିବାଡ଼ି ବିବାଦ: ମହିଳାଙ୍କ ତଣ୍ଟିକାଟି ହତ୍ୟା; ସ୍ବାମୀ, ପୁଅ ଗୁରୁତର

ସୋନପୁର,୫ା୮(ନି.ପ୍ର.): ଜମିବାଡି ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡାଧାର ଗ୍ରାମରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହରିଜନବସ୍ତିର ପାଞ୍ଚେଶ୍ୱରୀ ଲୁହା(୫୦)ଙ୍କୁ...

ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର...

Advertisement
Archives

Model This Week