ଡ୍ରେନ ନିର୍ମାଣ ଅଧାପନ୍ତରିଆ

ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ବିଶୋଇ ବ୍ଲକ ଛକ ଦେଇ ଯାଇଥିବା ଏହି ୨ ଲେନ ବିଶିଷ୍ଟ ୪୯ ନଂ ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ପ୍ରଶସ୍ତୀକରଣ କାମ ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ୪ ଲେନ ରାସ୍ତା ପାଇଁ ବ୍ଲକ ଛକରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ କରାଯାଇଛି। ଗୋଟିଏ ପାର୍ଶରେ ଡ୍ରେନ କାମ ପ୍ରାୟ ଶେଷ ହୋଇଗଲାଣି। ରାସ୍ତାର ଅନ୍ୟ ପାର୍ଶ୍ୱରେ ଡ୍ରେନ କାମ ଚାଲୁଥିବା ବେଳେ ହଠାତ ସ୍ଥାନୀୟ କେତେକ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ଉକ୍ତ ବ୍ଲକ ଛକରେ ଓଭରବ୍ରିଜ ନିର୍ମାଣ ଲାଗି ଦାବି କରିଥିଲେ। ଏହି ବିଷୟ ନେଇ ସର୍ବସାଧାରଣରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଏକ ବୈଠକ ବସିଥିଲା ଏବଂ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଗଳାପୋଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରିତାପର ବିଷୟ ଏହିକି ଯେ ଗୋଳାପୋଲ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ପାଇବା ପରେ ସୁରୁଖୁରୁରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ୧୦ ଦିନରୁ ଊଦ୍ଧର୍‌ବ ହେବ ଏହି ଡ୍ରେନ କାମ ଅଧାରେ ରହିଯାଇଛି। ଏହି ଡ୍ରେନ ନିର୍ମାଣ ନିମନ୍ତେ ଗାତ ଖୋଳା ଯାଇ ତଳ ପାର୍ଶ୍ୱରେ ଢଳାଇ କରାଯିବା ସହିତ ଲୁହା ଛଡ଼ ମଧ୍ୟ ବିଛା ସରିଥିଲା। କିନ୍ତୁ କାମ ଅଧାରେ ରହି ଉପର ଢଳାଇ କରାଯାଇ ନ ଥିବାରୁ ଏହି ଲୁହା ଛଡ଼ ଗୁଡିକ ଉପର ପଟେ ମୁହଁ କରିରହିଛି। ଏପରିକି ରାସ୍ତାରେ ଛଡ଼ ପଡ଼ି ରହିଥିବା ଯୋଗୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହି ରାସ୍ତା ପାର୍ଶ୍ୱରେ ୨୦ରୁ ଊଦ୍ଧର୍‌ବ ଦୋକାନ, ଗୋଟିଏ ସ୍କୁଲ, ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, ମନ୍ଦିର ରହିଛି। ଏଠାରେ ସବୁବେଳେ ଲୋକଙ୍କ ଗହଳି ଲାଗିରହିଥାଏ। ଡ୍ରେନ ପାର୍ଶ୍ୱରେ ବହୁ ଗାଈ, ଗୋରୁ, ଛେଳି ଭଳି ଗୃହପାଳିତ ପ୍ରାଣୀ ବୁଲୁଥୁବା ବେଳେ ଡ୍ରେନ ମଧ୍ୟକୁ ଖସି ପଡୁଛନ୍ତି। ସେହିପରି ମକରସଂକ୍ରାନ୍ତି ଉପଲକ୍ଷେ ବିଶୋଇ ବ୍ଲକ ଛକ ଚଳଚଞ୍ଚଳ ହେବା ସହିତ ଏହିପରି ଭାବରେ ଅଧାପନ୍ତରିଆ ଭାବରେ ପଡିରହିଥିବା ଡ୍ରେନ କ୍ରମଶଃ ଚିନ୍ତାର କାରଣ ହୋଇଛି। ଏଣୁ ଉକ୍ତ ଡ୍ରେନଟିକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଉ ନଚେତ ଡ୍ରେନରେ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri