ଡ୍ରାଇଭର ଲଳିନ୍ଦ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ, ନହେଲେ ଆତ୍ମହତ୍ୟା କରିବି: ଜୁନାଗଡ଼ ପୀଡ଼ିତା

ଜୁନାଗଡ଼,୨୭।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ପୀଡ଼ିତା ଗୁରୁବାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏକ ୱେବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହି ଘଟଣାରେ ତାଙ୍କୁ ବାଇକ୍‌ରେ ଲିପ୍ଟ ଦେଇଥିବା ବସ୍‌ ଡ୍ରାଇଭର ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ଲଳିନ୍ଦ୍ର ଶବର ମଧ୍ୟ ସମ୍ପୃକ୍ତ ଅଛନ୍ତି। ସେ ମଧ୍ୟ ତାଙ୍କୁ ବଳାତ୍କାର କରିଛନ୍ତି। ତାଙ୍କ ଉପରେ ମଧ୍ୟ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ। ନଚେତ ସେ ଆତ୍ମହତ୍ୟା କରିବେ ବୋଲି ବୟାନ ଦେଇଛନ୍ତି। ଏ ସମ୍ପର୍କରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ ପଚାରିବାରୁ ପୀଡିତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାର କିଛିଦିନ ପରେ ପୀଡିତା ଏପରି ବୟାନ ଦେବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ପ୍ରକାଶଯୋଗ୍ୟ,ଗତ ୧୪ ତାରିଖରେ ବସ୍‌ ଡ୍ରାଇଭର ଲଳିନ୍ଦ୍ର ତାଙ୍କୁ ବାଇକରେ ବସାଇ ଭବାନୀପାଟଣାରୁ ଘରକୁ ଆଣୁଥିଲେ। ବାଟରେ ଜୁନାଗଡ ବନମାଲୀପୁର ନିକଟ ଘନା ଜଙ୍ଗଲରେ ଉକ୍ତ ଘଟଣାଟି ଘଟିଥିଲା। ପରେ ଏହାର ଭିଡିଓ ଭାଇରାଲ ହେବା ପରେ ପୀଡିତା ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ୬ ଜଣ ତାଙ୍କୁ ବଳାତ୍କାର କରିଥିବା ଲେଖିଥିବାବେଳେ ଡ୍ରାଇଭର ଲଲିନ୍ଦ୍ର ବଳାତ୍କାରରେ ସମ୍ପୃକ୍ତ ରହିଥିବା କଥା ଉଲ୍ଲେଖ କରି ନ ଥିଲେ। ଏବେ ପୀଡିତାଙ୍କ ଏପରି ଚାଞ୍ଚଲ୍ୟକର ବୟାନ ପରେ ପୋଲିସ ଆଗାମୀ ପଦକ୍ଷେପ କ’ଣ ନେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୫ ଦିନ ବର୍ଷିବ

ଭୁବନେଶ୍ୱର,୧୩।୧୧(ବୁ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା...

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି...

ରାଷ୍ଟ୍ରୀୟ ଖାଦାନ ମଜଦୁର ସଂଘର ଉପସଭାପତି ହେଲେ ରବୀନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୨୪।୧୨: ରାଷ୍ଟ୍ରୀୟ ଖାଦାନ ମଜଦୁର ଫେଡେରେଶନ (ଆଇଏନ୍‌ଏମ୍‌ଏଫ୍‌)ର ୩୨ତମ ମହାଧିବେଶନ ଗତ ୩ଦିନ ଧରି ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବହୁ...

ନବଯୌବନ ଲୀଳାରୁ ପାବନ ମଣିଷ

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଅଣସର ଲୀଳା ପରେ ନବଯୌବନ ରୂପରେ ଦର୍ଶନ ଦିଅନ୍ତି। ଶ୍ରୀଜଗନ୍ନାଥ ଧାମ ବ୍ୟତୀତ ବର୍ଷକୁ ଥରେ ନିଶ୍ଚିତ ଭାବରେ ନବଯୌବନ ରୂପରେ...

ଆସୁଛନ୍ତି ରାଷ୍ଟ୍ରପତି: ୪ ଓ ୫ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର...

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ପୁରୀ ଅଫିସ, ୧୯।୬- ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ...

ମହିଳା ରୋଷେୟାଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ, ପୁରୁଷ ରୋଷେୟା ଗିରଫ

ଦାରିଙ୍ଗବାଡି,୨୫।୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ରୋଷେୟା(ବିଧବା)ଙ୍କୁ ୩ବର୍ଷ ଧରି ଅସଦାଚରଣ କରିଆସୁଥିବା ଘଟଣାରେ ମଙ୍ଗଳବାର ଦାରିଙ୍ଗବାଡି...

ଆସନ୍ତା ୨୬ରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ଶାହା ଭଦ୍ରକ ଲୋକ ସଭା...

Advertisement
Archives

Model This Week