Posted inଖେଳ

ଡୋପ୍‌ ଅପରାଧ: ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ୮ବର୍ଷ ବାସନ୍ଦ

ଲାଉସାନେ, ୨୮ା୨ (ଏଏଫ୍‌ପି)-ଚାଇନାର ୩ଥର ଅଲିମ୍ପିକ ସୁଇମିଂ ସ୍ବର୍ଣ୍ଣ ପଦକ ବିଜୟୀ ସନ୍‌ ୟାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଡୋପିଂ ସାମ୍ପଲ ଦେବାକୁ ମନା କରି ଦେଇଥିବାରୁ ତାଙ୍କୁ ୮ବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ବହୁ ପ୍ରତିକ୍ଷିତ ରାୟ ପ୍ରଦାନ ପରେ ଏହା ସ୍ପଷ୍ଟ ହୋଇଛି। ସନ୍‌ ହେଉଛନ୍ତି ଚାଇନାର ଜଣେ ଜଣାଶୁଣା ଆଥ୍‌ଲେଟ। ପୂର୍ବରୁ ୨୦୧୪ରେ ଡୋପିଂ ପାଇଁ ଥରେ ବାସନ୍ଦ ହୋଇ ସାରିଛନ୍ତି। ୨୦୧୮ରେ ଏକ ଟେଷ୍ଟିଂ ସେସନରେ ସନ୍‌ ନିଜର ରକ୍ତ ସାମ୍ପଲକୁ ଏକ ହାମରେ ପିଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଆବଶ୍ୟକ ପ୍ରମାଣ ନ ଥିବା ଦର୍ଶାଇ ଇଣ୍ଟରନ୍ୟାଶନାଲ ସୁଇମିଂ ଫେଡେରେଶନ (ଫିନା) ଏହି ଚାଇନିଜ ଆଥଲେଟଙ୍କୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରୁୁ ଦୋଷମୁକ୍ତ ଘୋଷଣା କରିଥିଲା। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବଡା) ଏଥିରେ ସନ୍ତୁଷ୍ଟ ନ ନ ଥିଲା, ବରଂ ଫିନାର ଏହି ରୁଲିଂକୁ କାସ୍‌ରେ ଚ୍ୟାଲେଞ୍ଜ କରିଥିଲା। ପ୍ରତିଯୋଗିତା ବାହାରେ ଅନୁଷ୍ଠିତ ଡୋପ୍‌ ଟେଷ୍ଟରୁ ନିଜକୁ ଦୂରେଇ ରଖିଥିବାରୁ ସନ୍‌ଙ୍କୁ ୨ ରୁ ସର୍ବାଧିକ ୮ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିବା ଲାଗି କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା। ଚାଇନାର ଏହି ଷ୍ଟାର ସନ୍ତରଣକାରୀ ଡୋପିଂ ନିୟମ ଉଲ୍ଲଂଘନ କରି ପୂର୍ବରୁ ଥରେ ଦଣ୍ଡିତ ହୋଇ ସାରିଛନ୍ତି। ସେ ଆଉଥରେ ଏହି ଅପରାଧ କରିଥିବାରୁ ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ଓ୍ବାଡା କହିଥିଲା। ସନ୍‌ କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବା ସହ କାସ୍‌ର ଏହି ରୁଲିଂ ବିରୋଧରେ ସୁଇସ୍‌ ଫେଡେରାଲ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଭାରତ

ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଧୋନୀ କିଛି ସମୟ ନେବେ: ଫ୍ଲେମିଂ

ଶାରଜା,୨୪।୯(ପି.ଟି.): ଶ୍ରେଷ୍ଠ ଫିନିଶର ଭାବେ ଜଣାଶୁଣା ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକମାନେ ସବୁବେଳେ ବହୁତ ଆଶା ରଖିଥାନ୍ତି।...

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା...

ମୋମୋତା ଫାଇନାଲରେ

ଶାଂଘାଇ,୧୪ା୧୨ (ଏଏଫ୍‌ପି): ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସର ଟାଇଟଲ ମୁକାବିଲା ଜାପାନର କେଣ୍ଟୋ ମୋମୋତା ଏବଂ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନ୍‌ଟିଙ୍ଗ୍‌ଙ୍କ...

ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍‌ଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସବ୍‌ଜୁନିୟର...

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ...

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ।...

ଏମିତି ଭିଡିଓ ଛାଡିଲେ ଯୁବରାଜ: ଦେଖିଲେ ରୋକି ହେବନି ହସ

ନୂଆଦିଲ୍ଲୀ,୩୦।୧:ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିକଟରେ ବାପା ହୋଇଛନ୍ତି। ଜାନୁଆରୀ ୨୫ରେ, ତାଙ୍କ ସ୍ତ୍ରୀ ହେଜେଲ କିଚ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।...

Advertisement
Archives

Model This Week