Posted inଖେଳ

ଡେଲ୍‌ ପୋଟ୍ରୋଙ୍କ ଆଣ୍ଠୁରେ ପୁଣି ଅସ୍ତ୍ରୋପଚାର

ପ୍ୟାରିସ, ୨୮ା୧ (ଏଏଫ୍‌ପି)- ମାୟାମିଠାରେ ପୂର୍ବତନ ୟୁଏସ୍‌ ଓପନ ଚାମ୍ପିୟନ ଜୁଆନ ମାର୍ଟିନ ଡେଲ୍‌ ପୋଟ୍ରୋଙ୍କ ଡାହାଣ ଆଣ୍ଠୁରେ ସୋମବାର ଆସ୍ତ୍ରୋପଚାର ହୋଇଛି। ଆର୍ଜେଣ୍ଟିନାର ଏହି ଖେଳାଳି ୨୦୧୯ରୁ ଖେଳରୁ ଦୂରେଇ ରହିଥିଲେ। ଡାହାଣ ଆଣ୍ଠୁରେ ଡେଲ୍‌ ପୋଟ୍ରୋଙ୍କର ଏହା ହେଉଛି ଦ୍ୱିତୀୟ ଅସ୍ତ୍ରୋପଚାର। ଗତବର୍ଷ ଜୁନ୍‌ରେ କୁଇନ୍ସଠାରେ ତାଙ୍କ ଡାହାଣ ଆଣ୍ଠୁ କ୍ୟାପ୍‌ରେ ଫ୍ରାକଚର ହୋଇଥିଲା। ସେହିମାସରେ ବାର୍ସିଲୋନାଠାରେ ତାଙ୍କର ପ୍ରଥମ ଆସ୍ତ୍ରୋପଚାର ହୋଇଥିଲା। ପୂର୍ବତନ ବିଶ୍ୱର ନମ୍ବର ୩ ଖେଳାଳି ଅକ୍ଟୋବରରେ ଏଟିପି କୋର୍ଟକୁ ଫେରିବା ଯୋଜନା କରିଥିଲେ। ମାତ୍ର ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥିଲା। ଡେଲ୍‌ ପୋଟ୍ରୋ ୨୦୦୯ରେ ୟୁଏସ ଓପନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ। ଆଘାତଜନିତ ସମସ୍ୟା ତାଙ୍କ କ୍ୟାରିୟରରେ ବାରମ୍ବାର ବାଧା ଦେଇ ଆସୁଛି। କଚଟିରେ ବାରମ୍ବାର ସମସ୍ୟା ଦେଖାଦେବାରୁ ଏଥିରେ ତାଙ୍କର ୩ ଥର ଅସ୍ତ୍ରୋପଚାର ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ୍‌: କ୍ୱାର୍ଟରରେ ବୋପାନ୍ନା-ଶାପୋଭାଲୋଭ

ନ୍ୟୁୟର୍କ, ୭।୯(ପି.ଟି.): ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ...

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି।...

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର...

ଟେଷ୍ଟରେ ୩୦୦ ଉଇକେଟ ପୂରଣ କଲେ ଈଶାନ୍ତ

ଚେନ୍ନାଇ, ୮ା୨- ଭେଟେରାନ ପେସର ଈଶାନ୍ତ ଶର୍ମା ସୋମବାର କିମ୍ବଦନ୍ତୀ ଭାରତୀୟ ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ...

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି...

ଧୋନୀଙ୍କ ପାଇଁ ଖୁସି ଖବର; କରୋନାରୁ ସୁସ୍ଥ ହେଲେ ଏହି ଖେଳାଳି

ଦୁବାଇ, ୨୧।୯: ଚେନ୍ନାଇ ସୁପର୍‌ କିଙ୍ଗ୍‌ (ସିଏସ୍‌କେ) ପାଇଁ ଖୁସି ଖବର। ଦଳର ଯୁବ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକ୍ୱାଡ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି।...

ଏକଦିବସୀୟ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ପୁଣେ,୨୧।୩: ଟେଷ୍ଟ ଏବଂ ଟି -୨୦ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ୧୪ ଜଣିଆ ଇଂଲଣ୍ଡ ଦଳ ଘୋଷଣା...

ଧୋନୀଙ୍କୁ ବୋଲ୍ଡ କଲେ କଡପାର ‘ବାହୁବଳୀ’

ଚେନ୍ନାଇ,୧୮।୩: ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ। ଚେନ୍ନାଇରେ ଏକ ଅଭ୍ୟାସ ଶିବିରରେ ଧୋନୀ ପ୍ରସ୍ତୁତି କରୁଛନ୍ତି।...

Advertisement
Ten Cric Info


Archives

Model This Week