ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୋନୁଙ୍କ କଥା କହିବାର ଶୈଳୀ ଓ ସ୍ମାଇଲ ଲୋକଙ୍କ ମନ ଜିତି ପାରିଛି। ତାଙ୍କର ଭିଡିଓ ଏମିତି ଭାଇରାଲ ହୋଇଛି ଯେ ଜମାଟୋ ଇଣ୍ଡିଆ ତା’ର ଟୁଇଟର ହ୍ୟାଣ୍ଡେଲର ଡିସପ୍ଲେ ପିକ୍ଚର (ଡିପି)ରେ ସୋନୁଙ୍କ ଏକ ସ୍ମାଇଲିଂ ଫଟୋ ଲଗାଇ ଦେଇଛି। ଏହାପରେ ଜମାଟୋ ଇଣ୍ଡିଆ ଟୁଇଟ୍‌ କରିଛି ଏହା ଏକ ହାପି ରାଇଡର ଫ୍ୟାନଙ୍କ ଆକାଉଣ୍ଟ। ଏହି ଆକାଉଣ୍ଟର ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ହୋଇଯାଇଥିବା ଜଣାପଡିଛି। ପ୍ରଥମେ ସୋନୁଙ୍କର ଏକ ଟିକ୍‌ଟକ୍‌ ଭିଡିଓ ଦାନିସ ଅଂସାରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଭିଡିଓ ଧୀରେ ଧୀରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସୋନୁ କହୁଥିଲେ, ସେ ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ସହ ଇନସେନଟିଭ ମିଶାଇ ୩୫୦ ଟଙ୍କା ଦରମା ଦେଇଥାଏ। ଏବେ ସୋନୁଙ୍କ ହସହସ ମୁହଁର ଭିଡିଓ ଦେଖିବା ପରେ କିଏ କେତେ ପ୍ରକାରର କମେଣ୍ଟ ଦେଉଛନ୍ତି। କେହି କେହି ଜମାଟୋର ସବୁ ରାଇଡରଙ୍କ ଦରମା ବଢାଇ ଦେବାକୁ କମେଣ୍ଟରେ ଲେଖିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଘରେ ନାରଙ୍ଗୀ ରଙ୍ଗର ପରଦା: ଭିତରୁ ଏଭଳି ଦିଶେ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ଘର

ବମ୍ବେ: ଭୋଜପୁରୀ ମନୋରଞ୍ଜନଜଗତ ସହ ଜଡ଼ିତ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ମନୋଜ ତିଓ୍ବାରୀ ଜଣେ। ସେ ବର୍ତ୍ତମାନ ସମୟରେ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

କାହିଁକି ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ...

ଦେଶରେ ୮୦-୮୨ ପ୍ରତିଶତ ହିନ୍ଦୁ, ଭାଜପାକୁ ମିଳୁଛି କେବଳ ୪୦ ପ୍ରତିଶତ ଭୋଟ…

ନୂଆଦିଲ୍ଲୀ, ୧୨।୫ : ଦେଶର ଜନସଂଖ୍ୟାର ୮୦ ରୁ ୮୨ ପ୍ରତିଶତ ହିନ୍ଦୁ। କିନ୍ତୁ ଭାଜପା ଏପର୍ଯ୍ୟନ୍ତ ପ୍ରାୟ ୪୦ ପ୍ରତିଶତ ଭୋଟ ପାଇଛି। ଏଭଳି...

ସିଏଏକୁ ବିରୋଧ କରି ବିରୋଧୀଙ୍କ ‘ଗାନ୍ଧୀ ଶାନ୍ତି ଯାତ୍ରା’

ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର...

ଚିଦାମ୍ବରମ୍‌ ପୃଥିବୀ ଉପରେ ବୋଝ: ପଲାନିସ୍ବାମୀ

ଚେନ୍ନାଇ,୧୩।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କଂଗ୍ରେସର ବରିଷ୍ଠ ସଦସ୍ୟ ପି. ଚିଦାମ୍ବରମ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ୍‌ ପୃଥିବୀ ଉପରେ ଏକ ବୋଝ ବୋଲି...

ଯୋଗୀଙ୍କୁ ଚାଷୀଙ୍କ ଚ୍ୟାଲେଞ୍ଜ

ଲକ୍ଷ୍ନୌ,୨୭।୭: ଚାଷୀ ଆନ୍ଦୋଳନର ପରବର୍ତ୍ତୀ ମୁଖ୍ୟ ଲକ୍ଷ୍ୟସ୍ଥଳ ଉତ୍ତରପ୍ରଦେଶ ହେବ ବୋଲି ଭାରତୀୟ କିଷାନ ୟୁନିୟନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍‌ କହିଛନ୍ତି। ୩ କୃଷି...

ମୁସଲମାନ୍‌ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା…

ନାସିକ, ୬।୭ : ମହାରାଷ୍ଟ୍ରର ନାସିକରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମୁସଲମାନ ଧର୍ମଗୁରୁଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡରେ ଗୁଳି...

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି...

Advertisement
Archives

Model This Week