Posted inଖେଳ

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ, ୦୧।୧୧(ପି.ଟି.)- କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଓ୍ବାଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ଅର୍ଥାତ୍‌ ୨୦୨୦ କ୍ୱାଲିଫାୟର୍ସରେ ଭାରତ ସ୍ଥାନ ହାସଲ କରିଛି। ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ନିଜର ଡେଭିସ ରେକର୍ଡକୁ ଉନ୍ନତି ଆଣି ଆହୁରି ଦୃଢ଼ କରିଛନ୍ତି।
ଶନିବାର ଡବଲ୍ସ ରବରରେ ପେସ୍‌ ଓ ପଦାର୍ପଣ କରିଥିବା ଯୁବ ଭାରତୀୟ ଖେଳାଳି ଜୀବନ ନେଦୁନଚେଝିୟାନ ପ୍ରତିପକ୍ଷ ପାକିସ୍ତାନ ଯୋଡି ମହମ୍ମଦ ସୋଏବ ଓ ହୁଫାଇଜା ଅବଦୁଲ ରେହମାନଙ୍କୁ ପରାସ୍ତ କରିଥିଲେ। ପେସ୍‌ ଓ ଜୀବନ ମାତ୍ର ୫୩ ମିନିଟ୍‌ରେ ୬-୧, ୬-୩ ସେଟରେ ଏହି ସ୍ବଳ୍ପ ବୟସ୍କ ପାକିସ୍ତାନ ଯୋଡିକୁ ପରାସ୍ତ କରି ଭାରତକୁ ୪-୦ରେ ବିଜୟୀ କରାଇଥିଲେ। ଏଥିସହିତ ପେସ୍‌ ଡେଭିସ୍‌ କପ୍‌ରେ ୪୪ତମ ଡବଲ୍ସ ବିଜୟ ହାସଲ କରି ପୂର୍ବର ରେକର୍ଡକୁ ଆହୁରି ଦୃଢ଼ କରିଛନ୍ତି। ଗତବର୍ଷ ପେସ୍‌ ଚାଇନା ବିପକ୍ଷରେ କ୍ୟାରିୟରର ୪୩ତମ ଡବଲ୍ସ ମ୍ୟାଚ ଜିତି ବିଶ୍ୱ ରେକର୍ଡ କରିଥିଲେ। ଏହି କ୍ରମରେ ସେ ଇଟାଲୀର କିମ୍ବଦନ୍ତୀ ଖେଳାଳି ନିକୋଲା ପିଏଟ୍ରାଙ୍ଗେଲିଙ୍କୁ ପଛରେ ପକାଇଥିଲେ। ୪୬ ବର୍ଷୀୟ ପେସ୍‌ ୫୬ଟି ଟାଇ ଖେଳି ୪୩ତମ ବିଜୟ ହାସଲ କରିଥିଲେ। ପିଏଟ୍ରାଙ୍ଗେଲି କିନ୍ତୁ ୬୬ଟି ଯାଇ ଖେଳି ୪୨ତମ ଡବଲ୍ସ ବିଜୟ ହାସଲ କରିଥିଲେ।
ସେହିପରି ରିଭର୍ସ ସିଙ୍ଗଲ୍ସରେ ସୁମିତ ନାଗାଲ ୬-୧, ୬-୦ ସେଟରେ ଅତି ସହଜରେ ୟୁସାଫ୍‌ ଖଲିଲଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି। ଏହାପରେ ଉଭୟ ଦଳ ପଞ୍ଚମ ରବର ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ମୋଟାମୋଟି ଉପରେ ଭାରତ ଅତି ସହଜରେ ପାକିସ୍ତାନକୁ ଡେଭିସ୍‌ କପ୍‌ରେ ପରାସ୍ତ କରିଛି। ୨୦୧୪ ଫେବୃୟାରୀ ପରେ ଭାରତ ପ୍ରଥମଥର ପାଇଁ ଟାଇର ସବୁ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ବର୍ଷ ଭାରତ ଇନ୍ଦୋରରେ ଚାଇନିଜ୍‌ ତାଇପେକୁ ୫-୦ରେ ହରାଇ ସବୁ ମ୍ୟାଚ୍‌ ଜିତିଥିଲା। ଭାରତ ଏବେ କ୍ୱାଲିଫାୟର୍ସ ବିଶ୍ୱର ୨ ନମ୍ବର ଦଳ କ୍ରୋଏସିଆକୁ ଭେଟବ। ଏହି ଟାଇ ଆସନ୍ତା ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ। କ୍ୱାଲିଫାୟର୍ସରେ ୨୪ଟି ଦେଶ ଅଂଶଗ୍ରହଣ କରିବେ। ଏଥିରୁ ୧୨ଟି ଦେଶ ଡେଭିସ୍‌ କପ୍‌ ଫାଇନାଲ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ। ଏଥିରେ ପରାସ୍ତ ହେବାକୁ ଥିବା ୧୨ଟି ଦେଶ ଓ୍ବାଲ୍ହ ଗ୍ରୁପ୍‌ ୧ ଟାଇରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହା ୨୦୨୦ ସେପ୍ଟେମ୍ବରରେ ଆୟୋଜନ ହେବ। ଅନ୍ୟପଟେ ବିଜୟୀ ଦଳଗୁଡିକ କ୍ୱାଲିଫାଏ କରିସାରିଥିବା ଅନ୍ୟ ୬ ଦେଶଗୁଡିକ ସହ ଫାଇନାଲ୍ସରେ ସାମିଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri