Posted inଖେଳ

ଡେଭିସ୍‌ କପ୍‌ ଦଳକୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୨୬।୧୦(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଭାରତୀୟ ଡେଭିସ କପ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮ ଏପ୍ରିଲ ପରେ ପ୍ରଥମଥର ପାଇଁ ସେ ଦଳକୁ ଫେରିଛନ୍ତି। ଫଳରେ ସେ ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ଟାଇରେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଟାଇ ପାଇଁ ନିରାପତ୍ତା ତଥା ସୁରକ୍ଷା କାରଣରୁ ନନ୍‌ ପ୍ଲେଇଙ୍ଗ୍‌ କ୍ୟାପଟେନ ମହେଶ ଭୂପତି ଦଳ ସହ ପାକିସ୍ତାନ ଯିବାକୁ ମନା କରିଦେବା ପରେ ପେସ୍‌ଙ୍କୁ ସୁଯୋଗ ମିଳିଛି।
ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏବେ ଭିଜା ହାସଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଯଦିଓ ଏହି ଟାଇ କୌଣସି ନିରପେକ୍ଷ ସ୍ଥାନରେ ଆୟୋଜନ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୯- ୩୦ ତାରିଖରେ ଭେନ୍ୟୁ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଏଆଇଟିଏକୁ ଅନ୍ତିମ ପ୍ରସ୍ତାବ ଦେବ। ଇସ୍‌ଲାମାବାଦରେ ଖେଳାଯିବାକୁ ଥିବା ଏହି ଡେଭିସ୍‌ କପ୍‌ ମ୍ୟାଚ୍‌କୁ ଖେଳିବାକୁ ପେସ୍‌ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଏଆଇଟିଏ ସମ୍ପାଦକ ହିରନମୋୟ ଚାଟାର୍ଜୀ କହିଛନ୍ତି। ଖୁବ୍‌ଶୀଘ୍ର ଅନ୍ତିମ ଦଳ ଚୟନ କରାଯିବ। ତେବେ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ଦଳ ଚୟନ ପାଇଁ ସାକେତ ମାଇନେନି, ଅର୍ଜୁନ ଖାଡେ, ବିଜୟ ସୁନ୍ଦର ପ୍ରଶାନ୍ତ, ଏନ୍‌. ଶ୍ରୀରାମ ବାଲାଜୀ, ସିଦ୍ଧାର୍ଥ ରାଓ୍ବତ ଓ ମନୀଷ ସୁରେଶ କୁମାର ଭଳି ଖେଳାଳିଙ୍କୁ ବିଚାରକୁ ନିଆଯିବ। କୋଚ୍‌ ଜିଶାନ ଅଲି, ଫିଜିଓ ଆନନ୍ଦ କୁମାର, ଓ ଏମ୍‌ଏସଏଲ୍‌ଟିଏ ସମ୍ପାଦକ ସୁନ୍ଦର ଆଇଟର ଟିମ୍‌ ମ୍ୟାନେଜର ହିସାବରେ ଦଳ ସହ ଯାତ୍ରା କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ୍‌

ଦୁବାଇ, ୮।୧୦: ଚଳିତ ଆଇପିଏଲ୍‌ର ୨୨ତମ ମୁକାବିଲାରେ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ...

ସିରାଜଙ୍କୁ ଆଲିଙ୍ଗନ କଲେ ଏହି ଖେଳାଳି

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ।...

ସାଉଥ୍‌ ଏସିଆନ୍‌ ଗେମ୍ସ ମେଡାଲିଷ୍ଟଙ୍କୁ ଆର୍ଥିକ ପୁରସ୍କାର

ନୂଆଦିଲ୍ଲୀ,୧୨।୧୨(ପି.ଟି.)- ନେପାଳ ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଏସିଆନ ଗେମ୍ସରେ ପଦକ ହାସଲ କରିଥିବା ଆଥଲେଟମାନଙ୍କୁ ଆର୍ଥିକ ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

ତ୍ରିଶତକ ହାସଲ କଲେ ଶୋଏବ ମଲିକଙ୍କ ଭଣଜା

କରାଚୀ,୨୦।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଭଣଜା ମହମ୍ମଦ ହୁରାଇରା ସୋମବାର ଇତିହାସ ରଚିଛନ୍ତି। ସେ ଦେଶର ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ କୁଏଦ-ଏର-ଆଜାମ...

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

ଆଇଏସ୍‌ଏଲ୍‌: ଗୋଆ- ମୁମ୍ବାଇ ସେମି ଫାଷ୍ଟ ଲେଗ୍‌ ଡ୍ର

ମାର୍ଗାଓ,୬।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯାଇଥିବ ସେମିଫାଇନାଲ ଫାଷ୍ଟ ଲେଗ୍‌ ମ୍ୟାଚ୍‌ ୨-୨...

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌...

Advertisement
Archives

Model This Week