Posted inଖେଳ

ଡେଭିସ୍‌ କପ୍‌ ଟେନିସ: ପାକିସ୍ତାନ ଦଳରେ ଜୁନିୟର ଖେଳାଳି

ନୂଆଦିଲ୍ଲୀ, ୨୧।୧୧(ପି.ଟି.)- ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ଟେନିସ କାଜାଖସ୍ତାନ ନୁର-ସୁଲତାନଠାରେ ଚଳିତମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ(ଆଇଟିଏଫ) ଭାରତ-ପାକ୍‌ ମୁକାବିଲାକୁ ଇସଲାମାବାଦରୁ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିଥିବାରୁ ଏହାକୁ ବିରୋଧକରି ଦୁଇ ସିନିୟର ଖେଳାଳି ଐସମ-ଉଲ୍‌ ହକ୍‌ କୁରେଶି ଓ ଆକ୍ୱିଲ ଖାଁ ଓହରି ଯାଇଛନ୍ତି। ଫଳରେ ସେମାନଙ୍କ ସ୍ଥାନରେ ପାକିସ୍ତାନ ଦଳରେ ୨ ଜଣ ୧୭ ବର୍ଷରୁ କମ୍‌ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ପାକିସ୍ତାନ ଟେନିସ ଫେଡେରେଶନ(ପିଟିଏଫ) ପକ୍ଷରୁ ବୁଧବାର ଘୋଷିତ ଦଳରେ ଟିନ୍‌ଏଜର ହୁଜାଇଫା ଅବଦୁଲ ରହମନ ଓ ସୋଏବ ଖାଁ ସ୍ଥାନ ପାଇଛନ୍ତି। ଆଇଟିଏଫ ର଼୍ୟାଙ୍କିଙ୍ଗ ତାଲିକାରେ ଏ ଦୁହେଁ ଯଥାକ୍ରମେ ୪୪୬ ଓ ୧୦୦୪ତମ ସ୍ଥାନରେ ରହିଛନ୍ତି। ଦଳରେ ସ୍ଥାନ ପାଇଥିବା ଅମଜାଦଙ୍କୁ ଛାଡ଼ିଦେଲେ ୟୁସୁଫ ଖାଁ ଓ ଅହମଦ କାମିଲ ମଧ୍ୟ ଟିନ୍‌ଏଜର। ”ସିନିୟର ଖେଳାଳିମାନେ ଉପଲବ୍ଧ ନ ହେବାରୁ ଆମେ ଜୁନିୟର ଡେଭିସ୍‌ କପ୍‌ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛୁ। ଖେଳାଳିମାନେ ୧୬-୧୭ ବର୍ଷର ହୋଇଥିବାରୁ ଭାରତ ବିପକ୍ଷରେ ଖେଳି ଅଭିଜ୍ଞତା ହାସଲ କରିବେ“ ବୋଲି ପିଟିଏଫ ସଭାପତି ସଲିମ ସୈଫୁଲ୍ଲା ଖାଁ ପ୍ରକାଶ କରିଛନ୍ତି। ”ଭାରତ ମୁକାବିଲା ଜିତିବାକୁ ଚାହୁଁଛି, ଏଥର ସହଜରେ ବିଜୟ ହାସଲ କରିପାରିବ। ପ୍ରତିଦିନ ଶହଶହ ଭାରତୀୟ ପାକିସ୍ତାନ ଆସୁଛନ୍ତି। ଇସଲାମାବାଦରେ ଥିବା ହୋଟେଲ ଗୁଡ଼ିକରେ ଅନେକ ଭାରତୀୟ ରହୁଛନ୍ତି। ମାତ୍ର ୬ ଜଣ ଭାରତୀୟ ଖେଳାଳି ଆସିପାରୁ ନାହାନ୍ତି। ଏହା ଦୁଃଖଦାୟକ“ ବୋଲି ସଲିମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri