ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ ଡେଟିଂ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏମିତି କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି। କ୍ୟାକଲିନଙ୍କ ରିଲେସନଶିପ ଲାଇଫକୁ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଏବେ ସେ ତାଙ୍କ ପୋଷା ବିଲେଇକୁ ଡେଟ୍‌ କରୁଛନ୍ତି। କାରଣ ବର୍ତ୍ତମାନ ସେ ବିଲେଇଙ୍କ ପ୍ୟାରେଣ୍ଟସ୍‌। କାରଣ ସେ ତାଙ୍କ ପୋଷା ବିଲେଇକୁ ବହୁତ ଭଲ ପାଆନ୍ତି। ଅନେକ ସମୟରେ ସେ ଏହି ବିଲେଇଙ୍କ ସହ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥିବା ଦେଖିବାକୁ ମିଳେ। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହି ସେକ୍ସି ନାୟିକା ଏବେବି ସିଙ୍ଗଲ ଅଛନ୍ତି। ଲକ୍ଷେ ଦିଲ୍‌ କି ଧଡକନ୍‌ ଜ୍ୟାକଲିନ୍‌ ଆଗାମୀ ଦିନରେ ମୁଭି ‘କୁଲି ନମ୍ବର୧’ର ରିମେକ ଓ ‘କିକ୍‌ ୨’ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଯଦିଓ ସେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ...

ହନୁମାନ ଦିକ୍ଷା ନେଲେ ଜୁନିୟର ଏନ୍‌ଟିଆର୍‌

ଚେନ୍ନାଇ: ସାଉଥ୍ ଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର୍ ଏବେ ଖୁବ୍ ଚର୍ଚ୍ଚାରେ । ଏମାନଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ କମାଲ...

ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ।...

ଅଡୁଆ କରିଛି ବୋଲ୍ଡ ଶଟ୍‌

ମହେଶ ତନୟା ଆଲିୟା ଭଟ୍ଟ ଦୋଛକିରେ ପଡ଼ିଯାଇଛନ୍ତି। କାରଣ କ’ଣ ଜାଣନ୍ତି ? ନିକଟରେ ତାଙ୍କୁ ଏକ ନୂଆ ସିନେମା ଅଫର ମିଳିଛି। ପୁଣି ଏହି...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ...

ଜନ୍ମଦିନରେ ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଉର୍ବଶୀ ରୌତେଲା ଇତିମଧ୍ୟରେ ୨୭ ବର୍ଷର ହୋଇଯାଇଛନ୍ତି। ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ ଉର୍ବଶୀ ଜନ୍ମଦିନରେ...

୨ ଥର ନାଁ ପରିବର୍ତ୍ତନ କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଫିଲ୍ମ ଜଗତଠାରୁ ବହୁ ଦୂରରେ

ବଲିଉଡରେ ପ୍ରତିଦିନ ଷ୍ଟାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ। ଫିଲ୍ମ ହିଟ୍‌ ହେଲେ କଳାକାର ରାତାରାତି ଷ୍ଟାର ପାଲଟିଯାଆନ୍ତି। ତେବେ ୨୦୦୫ ମସିହାରେ ଫିଲ୍ମ ‘ସରକାର’ସହିତ ବଲିଉଡରେ...

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ...

Advertisement
Archives

Model This Week