ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହାପରେ ‘୫୦ ଡ୍ରିମ୍‌ସ’ ଶେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ସୁଶାନ୍ତ। ଏହି ତାଲିକାରେ ଏରୋପ୍ଲେନ୍‌ ଚଳାଇବାଠାରୁ ଆରମ୍ଭ କରି ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ବୁଲିବା ପର୍ଯ୍ୟନ୍ତ ଇଚ୍ଛା ପ୍ରକାଶ କରିଥିଲେ ସୁଶାନ୍ତ, ଯେଉଁ ସ୍ବପ୍ନକୁ ସେ ପୂରା ମଧ୍ୟ କରିଛନ୍ତି। କିନ୍ତୁ ଏବେ ସୁଶାନ୍ତଙ୍କ ଫ୍ୟାନ୍‌ମାନଙ୍କ ପାଇଁ ରହିଛି ଏକ ଦୁଃଖ ଖବର। ସେ ଡେଙ୍ଗୁ ଜ୍ୱରରେ ପୀଡିତ ଥିବା ଜଣାପଡ଼ିଛି। ରକ୍ତ ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ଏଣୁ ସୁଶାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ କୌଣସି କାମ କରିବେ ନାହିଁ। ଚଳିତ ସପ୍ତାହରେ ଏକ ଇଭେଣ୍ଟ ପାଇଁ ସେ ଆବୁଧାବୀ ଯାଇଥାନ୍ତେ। କିନ୍ତୁ ଡାକ୍ତର ତାଙ୍କୁ କୌଣସି ଟ୍ରାଭେଲ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି। ଶୁଟିଂ, ଇଭେଣ୍ଟ ପାଇଁ ସାଧାରଣତଃ ସେଲିବ୍ରିଟିମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରିଥାନ୍ତି। ତେବେ ଏହି କାରଣରୁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରମିତ ହୋଇ ଆକ୍ରାନ୍ତ କରିଥାଏ। ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଭିନେତା ଧର୍ମେନ୍ଦ୍ର, ଟିଭି ଆକ୍ଟର ମୋହସିନ୍‌ ଖାନ୍‌, କମେଡିଆନ୍‌ ଭାରତୀ ସିଂଙ୍କ ଭଳି ଅନେକ ସେଲିବ୍ରିଟି ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ସୁଶାନ୍ତ ଆଜିକାଲି ରିୟା ଚକ୍ରବର୍ତ୍ତୀଙ୍କ ସହ ରିଲେସନଶିପ୍‌ରେ ଥିବା ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏହା ପୂର୍ବରୁ କ୍ରିତି ସାନନ୍‌ଙ୍କ ସହ ରିଲେସନଶିପ୍‌କୁ ନେଇ ସେ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିଲେ। ଏପରି କି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଦୀର୍ଘଦିନର ସମ୍ପର୍କ ଏବଂ ବିବାହ ନିଷ୍ପତ୍ତିକୁ ବି ସୁଶାନ୍ତ କ୍ରିତିଙ୍କ ପାଇଁ ବଦଳାଇଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

‘ଚିୟର୍ସ’ ଏବଂ ‘ଡ୍ରପ ଡେଡ ଗର୍ଜିୟସ’ର ତାରକା ର୍କିଷ୍ଟି ଏଲିଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେବ କର୍କଟ...

ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ...

ପ୍ରତିଭା ଦେଖା ଯାଇ ନଥିଲା: କଳା ଝିଅ ବିଜେତା ବୋଲି କୁହାଯାଇଥିଲା ଏହି ଅଭିନେତ୍ରୀଙ୍କୁ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଫିଲ୍ମ ‘ଅଜନବି’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି। ଜାଣନ୍ତୁ...

ଇଦ୍‌ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।...

୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…

ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ...

ପୁଣି ପରଦାରେ ଏକାଠି ହେବେ କାର୍ତ୍ତିକ-ଭୂମି

୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ଏକାଠି ନଜର ଆସିଥିଲେ କାର୍ତ୍ତିକ ଆର୍ଯ୍ୟନ ଏବଂ ଭୁମି ପେଡନେକର। ଏହି ଫିଲ୍ମରେ ଅନନ୍ୟା...

ସିମ୍‌ କାର୍ଡରେ ସୋନୁ ସୁଦଙ୍କ ଫଟୋ ବନାଇଲେ ବ୍ୟକ୍ତି: ଏମିତି ମଜାଳିଆ ଉତ୍ତର ଦେଲେ ଅଭିନେତା

କରୋନା ମହାମାରୀ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅଭାବୀ ଲୋକଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲୋକେ ତାଙ୍କୁ...

ଅକ୍ଷୟ କୁମାର କରୋନା ପଜିଟିଭ୍‌, କେନ୍ସ୍‌ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…

ମୁମ୍ବାଇ, ୧୪।୫ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍‌ ଫିଲ୍ମ...

Advertisement
Archives

Model This Week