Posted inଖେଳ

ଡିଫେନ୍ସ ଉପରେ କୋଚ୍‌ ଗ୍ରାହମ ଜୋର ଦେଉଛନ୍ତି: ବୀରେନ୍ଦ୍ର

ବେଙ୍ଗାଲୁରୁ,୧୫।୩(ପି.ଟି.)- ଏକ ଭଲ ତଥା ଦୃଢ ଡିଫେନ୍ସ ମ୍ୟାଚ୍‌ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଭାରତୀୟ ହକି କୋଚ୍‌ ଗ୍ରାହମ ରିଡ ବିଶ୍ୱାସ କରନ୍ତି ବୋଲି ଅଭିଜ୍ଞ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା କହିଛନ୍ତି। ଆକ୍ରମଣାତ୍ମକ ହକି ଖେଳିବା ଉପରେ ରିଡ୍‌ ସାଧାରଣତଃ ଜୋର ଦେଇଥାନ୍ତି। କିନ୍ତୁ ବିଜୟୀ ହେବା ପାଇଁ ଭଲ ଡିଫେନ୍ସ ନିହାତି ଜରୁରୀ ବୋଲି ରିଡ ବିଶ୍ୱାସ କରନ୍ତି ବୋଲି ଶନିବାର ବୀରେନ୍ଦ୍ର ସ୍ପଷ୍ଟ କରିଛନ୍ତି।
ଗତମାସ ଭୁବନେଶ୍ୱରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ଗୁଡିରେ ଭାରତ ଆକର୍ଷଣୀୟ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଓ ବେଲଜିୟମ ଭଳି ଦଳଗୁଡିକୁ ପରାସ୍ତ କରିଥିଲା। ଆକ୍ରମଣାତ୍ମକ ହକି ଖେଳିବା ସହ ଗୋଲ ଦେବାକୁ ପୁସ୍‌ କରିବା ଓ ପ୍ରତିପକ୍ଷ ସର୍କଲ ଭିତରକୁ ପ୍ରବେଶ କରିବା ଉପରେ ଆମେ ଦଳଗତ ଭାବେ ପ୍ରୟାସ କରିବା ଉପରେ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଦଳର ଡିଫେନ୍ସ ଉପରେ ରିଡ୍‌ ଅଧିକ ଆଶା ପୋଷଣ କରନ୍ତି। ଆଟାକ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ମଧ୍ୟ ରିଡ୍‌ ଡିଫେ୍‌ନ୍ସକୁ ଆହୁରି ସଜାଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏକ ଦୃଢ ଓ ଶକ୍ତିଶାଳୀ ଡିଫେନ୍ସ ହିଁ ଦଳକୁ ଜିତାଇବାରେ ସହାୟ ହୋଇଥାଏ ବୋଲି ରିଡ ଆମକୁ କହିଛନ୍ତି। ରିଡ୍‌ଙ୍କ ତତ୍ତ୍ୱାବଧାନରେ ଦଳ ଉନ୍ନତି କରୁଛି ବୋଲି ବୀରେନ୍ଦ୍ର କହିଛନ୍ତି।
ପୂର୍ବରୁ ମ୍ୟାଚ୍‌ର ଅନ୍ତିମ ସମୟରେ ଆମେ ଡିଫେନ୍ସକୁ ହାଲ୍‌କା କରିଥାଉ। ତେବେ ଗତ କେତେମାସ ମଧ୍ୟରେ ଏ ଦୃଷ୍ଟିକୋଣୁ ଆମେ ଯଥେଷ୍ଟ ଉନ୍ନତି କରିଛୁ। ଫରଓ୍ବାର୍ଡ ଲାଇନ୍‌ରୁ ଡିଫ୍ସେନ୍ସ ଆରମ୍ଭ ହୋଇଥାଏ ବୋଲି କୋଚ୍‌ ଆମକୁ ଅବଗତ କରାଇଛନ୍ତି। ଆଣ୍ଠୁରେ ଆଘାତ ସମସ୍ୟା କାରଣରୁ ବୀରେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲେ। ଏବେ ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ଦଳରେ ମୁଁ ସବୁଠାରୁ ଅଭିଜ୍ଞ ଡିଫେଣ୍ଡର। କିନ୍ତୁ ତା ମାନେ ନୁହେଁ ଯେ, ଦଳରେ ମୋର ସ୍ଥାନ ପକ୍କା। ଅଲିମ୍ପିକ ପାଇଁ ଏକ ଶ୍ରେଷ୍ଠ ଦଳ ଘୋଷଣା କରାଯିବ। ତେଣୁ କାହାର ସ୍ଥାନ ସ୍ଥାୟୀ ନୁହଁ। ତେଣୁ ସମସ୍ତଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ। ଦୁର୍ଭାଗ୍ୟବଶତଃ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲି। ତେବେ ଏଥର କଠିନ ପରିଶ୍ରମ କରୁଛି ଓ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି ବୋଲି ବୀରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri