Posted inଖେଳ

ଡିଫେନ୍ସ ଉପରେ କୋଚ୍‌ ଗ୍ରାହମ ଜୋର ଦେଉଛନ୍ତି: ବୀରେନ୍ଦ୍ର

ବେଙ୍ଗାଲୁରୁ,୧୫।୩(ପି.ଟି.)- ଏକ ଭଲ ତଥା ଦୃଢ ଡିଫେନ୍ସ ମ୍ୟାଚ୍‌ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଭାରତୀୟ ହକି କୋଚ୍‌ ଗ୍ରାହମ ରିଡ ବିଶ୍ୱାସ କରନ୍ତି ବୋଲି ଅଭିଜ୍ଞ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା କହିଛନ୍ତି। ଆକ୍ରମଣାତ୍ମକ ହକି ଖେଳିବା ଉପରେ ରିଡ୍‌ ସାଧାରଣତଃ ଜୋର ଦେଇଥାନ୍ତି। କିନ୍ତୁ ବିଜୟୀ ହେବା ପାଇଁ ଭଲ ଡିଫେନ୍ସ ନିହାତି ଜରୁରୀ ବୋଲି ରିଡ ବିଶ୍ୱାସ କରନ୍ତି ବୋଲି ଶନିବାର ବୀରେନ୍ଦ୍ର ସ୍ପଷ୍ଟ କରିଛନ୍ତି।
ଗତମାସ ଭୁବନେଶ୍ୱରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ଗୁଡିରେ ଭାରତ ଆକର୍ଷଣୀୟ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଓ ବେଲଜିୟମ ଭଳି ଦଳଗୁଡିକୁ ପରାସ୍ତ କରିଥିଲା। ଆକ୍ରମଣାତ୍ମକ ହକି ଖେଳିବା ସହ ଗୋଲ ଦେବାକୁ ପୁସ୍‌ କରିବା ଓ ପ୍ରତିପକ୍ଷ ସର୍କଲ ଭିତରକୁ ପ୍ରବେଶ କରିବା ଉପରେ ଆମେ ଦଳଗତ ଭାବେ ପ୍ରୟାସ କରିବା ଉପରେ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଦଳର ଡିଫେନ୍ସ ଉପରେ ରିଡ୍‌ ଅଧିକ ଆଶା ପୋଷଣ କରନ୍ତି। ଆଟାକ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ମଧ୍ୟ ରିଡ୍‌ ଡିଫେ୍‌ନ୍ସକୁ ଆହୁରି ସଜାଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏକ ଦୃଢ ଓ ଶକ୍ତିଶାଳୀ ଡିଫେନ୍ସ ହିଁ ଦଳକୁ ଜିତାଇବାରେ ସହାୟ ହୋଇଥାଏ ବୋଲି ରିଡ ଆମକୁ କହିଛନ୍ତି। ରିଡ୍‌ଙ୍କ ତତ୍ତ୍ୱାବଧାନରେ ଦଳ ଉନ୍ନତି କରୁଛି ବୋଲି ବୀରେନ୍ଦ୍ର କହିଛନ୍ତି।
ପୂର୍ବରୁ ମ୍ୟାଚ୍‌ର ଅନ୍ତିମ ସମୟରେ ଆମେ ଡିଫେନ୍ସକୁ ହାଲ୍‌କା କରିଥାଉ। ତେବେ ଗତ କେତେମାସ ମଧ୍ୟରେ ଏ ଦୃଷ୍ଟିକୋଣୁ ଆମେ ଯଥେଷ୍ଟ ଉନ୍ନତି କରିଛୁ। ଫରଓ୍ବାର୍ଡ ଲାଇନ୍‌ରୁ ଡିଫ୍ସେନ୍ସ ଆରମ୍ଭ ହୋଇଥାଏ ବୋଲି କୋଚ୍‌ ଆମକୁ ଅବଗତ କରାଇଛନ୍ତି। ଆଣ୍ଠୁରେ ଆଘାତ ସମସ୍ୟା କାରଣରୁ ବୀରେନ୍ଦ୍ର ୨୦୧୬ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲେ। ଏବେ ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ଦଳରେ ମୁଁ ସବୁଠାରୁ ଅଭିଜ୍ଞ ଡିଫେଣ୍ଡର। କିନ୍ତୁ ତା ମାନେ ନୁହେଁ ଯେ, ଦଳରେ ମୋର ସ୍ଥାନ ପକ୍କା। ଅଲିମ୍ପିକ ପାଇଁ ଏକ ଶ୍ରେଷ୍ଠ ଦଳ ଘୋଷଣା କରାଯିବ। ତେଣୁ କାହାର ସ୍ଥାନ ସ୍ଥାୟୀ ନୁହଁ। ତେଣୁ ସମସ୍ତଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ। ଦୁର୍ଭାଗ୍ୟବଶତଃ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲି। ତେବେ ଏଥର କଠିନ ପରିଶ୍ରମ କରୁଛି ଓ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି ବୋଲି ବୀରେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri