ଡିଜିଟାଲ ଲାଇଫ୍‌

ଓ୍ବାର୍କିଂ ଲାଇଫ୍‌ ହେଉ ଅବା ପର୍ସନାଲ୍‌ ଲାଇଫ୍‌, ସବୁକିଛି ସମୟ ସହ ପାଦ ଦେଇ ବଦଳିବାରେ ଲାଗିଛି। ଡିଜିଟାଲ ଲାଇଫ୍‌ ଦିନକୁ ଦିନ ଆଡ୍‌ଭାନ୍ସ ହେବା ଦ୍ୱାରା ପ୍ରତିଦିନ ନୂଆ ନୂଆ ଆପ୍ସରୁ ଆମକୁ କିଛିନା କିଛି ଶିଖିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଦୁନିଆରେ ଆମର ରହିଛି ଡିଜିଟାଲ ଆଇଡି, ଯାହାଦ୍ୱାରା ହ୍ବାଟ୍‌ସ ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟର ଭଳି ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଆମେ ଆକ୍ସେସ୍‌ କରିପାରିଛେ। ତେବେ ଆସନ୍ତୁ ନୂଆବର୍ଷରେ ଆମ ଲାଇଫ୍‌ରେ କିଛି ଫ୍ରେସ୍‌ନେସ୍‌ ଭରିଦେବା।
ଅପ୍‌ଲୋଡ୍‌ କରନ୍ତୁ ଫ୍ରେଶ୍‌ନେସ୍‌:
ଏବେ ସମସ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମରେ ବ୍ୟସ୍ତ। କେହି ବନ୍ଧୁ ଆପଣଙ୍କୁ ହ୍ବାଟ୍‌ସ ଆପ୍‌ରେ ମନେପକାଇଲେ, ଫେସ୍‌ବୁକ୍‌ରେ କମେଣ୍ଟ ଦେଲେ, ଷ୍ଟାଟସ୍‌ର ପ୍ରଶଂସା କଲେ କିମ୍ବା ବହୁ ପୁରୁଣା ଫଟୋ ଶେୟାର କରିଥିବେ, ଯେଉଁଥିରେ ଆପଣ ଥିବେ। ମୁହଁରେ ହସ ଆସିବାଟା ସ୍ବାଭାବିକ।
ତେବେ ନୂଆବର୍ଷରେ ଆପଣ ଫେସ୍‌ବୁକ୍‌ରେ ପିଲାଦିନର ସ୍କୁଲ ସାଙ୍ଗଙ୍କୁ ଖୋଜନ୍ତୁ। ପୁରୁଣା ସାଙ୍ଗଙ୍କୁ ଏଥିରେ ଆଡ୍‌ କରି ନୂଆବର୍ଷରେ ଫ୍ରେସ୍‌ନେସ୍‌ ଭରି ଦିଅନ୍ତୁ। କିଛି ଷ୍ଟାଟସ୍‌ ଛାଡ଼ନ୍ତୁ। କୌଣସି କଥା ବା ଫଟୋ ଆପଣଙ୍କୁ ଖୁବ୍‌ ଭଲ ଲାଗୁଥିଲେ ତାହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ। ଦେଖିବେ ସେମାନଙ୍କ ପ୍ରତିକ୍ରିୟା ଆପଣଙ୍କୁ ନିଶ୍ଚୟ ଖୁସି ଆଣିଦେବ। ନୂଆ ନୂଆ କମ୍ୟୁନିଟିଜ୍‌ ସହ ମିଶନ୍ତୁ, ଯେଉଁଠୁ ଆପଣ କିଛି ନୂଆ କଥା ଜାଣିବାକୁ ପାଇବେ। ଆପଣଙ୍କ ହବି ସହ ଖାପ ଖାଉଥିବା ପେଜ୍‌କୁ ଲାଇକ୍‌ ଏବଂ ଫଲୋ କରନ୍ତୁ, ଯାହାଦ୍ୱାରା ସବୁଦିନ ଏହାସହ ଟଚ୍‌ରେ ରହିପାରିବେ। ଯଦି ଆପଣଙ୍କୁ ଲାଗୁଛି କିଛିବର୍ଷ ହେବ ଆପଣଙ୍କର ଗୋଟିଏ ପାସ୍‌ଓ୍ବାର୍ଡ ରହିଛି, ଯାହାକୁ ଅନ୍ୟ କେହି ଜାଣିଛନ୍ତି ତେବେ ଏହି ନୂଆବର୍ଷରେ କିଛି ନୂଆ ପାସ୍‌ଓ୍ବାର୍ଡ ଦିଅନ୍ତୁ। ଡିଜିଟାଲ ସେଫ୍ଟି ପାଇଁ ଏହା ଜରୁରୀ।
ଡିଜିଟାଲ ଅଳିଆ ସଫା କରନ୍ତୁ:ଯେଉଁ ବନ୍ଧୁଙ୍କ ପୋଷ୍ଟ ଆପଣଙ୍କୁ ପସନ୍ଦ ଆସୁନି ସେପରି ବନ୍ଧୁଙ୍କୁ ବ୍ଲକ୍‌ କରନ୍ତୁ। ହ୍ବାଟ୍‌ସଆପ୍‌ ଭଳି ମେସେଜିଙ୍ଗ୍‌ ଆପ୍ସରେ ବେଳେବେଳେ ଭିନ୍ନ ଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଆସିଥାଏ। ତେଣୁ ଆପ୍ସକୁ ଯାଇ ଅଟୋ ଡାଉନ୍‌ଲୋଡ୍‌ ବନ୍ଦ କରନ୍ତୁ।
ଷ୍ଟାଇଲ୍‌ ଏବଂ ଟ୍ରେଣ୍ଡ୍‌କୁ କରନ୍ତୁ ଅପ୍‌ଡେଟ୍‌
ପୁରୁଣା ଏବଂ ବୋରିଂ ଲାଇଫ୍‌କୁ ବିଦାୟ ଦେଇ ନୂଆବର୍ଷରେ ଆପଣଙ୍କ ଡିଜିଟାଲ ଲାଇଫ୍‌କୁ ନୂଆ ମୋଡ଼ ଦିଅନ୍ତୁ। ଡିଜିଟାଲ ଲାଇଫ୍‌ର ପ୍ରୋଫାଇଲ୍‌ରୁ ଆରମ୍ଭ କରି ପର୍ସନାଲ୍‌ ପ୍ରୋଫାଇଲ ପର୍ଯ୍ୟନ୍ତ କିଛି ନୂଆ କରନ୍ତୁ। ନୂଆ ନୂଆ ଗ୍ୟାଜେଟ୍‌ସକୁ ଆପଣାନ୍ତୁ।
ରିଚାର୍ଜ କରନ୍ତୁ ପର୍ସନାଲ ଲାଇଫ୍‌: ଡିଜିଟାଲ ଲାଇଫ୍‌ କେବଳ ସୋସିଆଲ ମିଡିଆରେ ସୀମିତ ନାହିଁ। ଏହାର ପର୍ସନାଲ ଏବଂ ଓ୍ବାକିର୍ଂ ଲାଇଫ୍‌ ସହ ବି ରହିଛି ସଂଯୋଗ।
– ହେଲ୍‌ଥ ଏବଂ ଫିଟ୍‌ନେସ୍‌ ସବୁଠାରୁ ଜରୁରୀ। ଯୋଗ ଏବଂ ଏକ୍ସରସାଇଜ୍‌ ଆପଣଙ୍କ ସ୍ବାସ୍ଥ୍ୟକୁ ଠିକ୍‌ ରଖିଥାଏ। ଏଥିପାଇଁ ଭଲ ଫିଟ୍‌ନେସ୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
– ସମ୍ପର୍କ ଯୋଡ଼ିବା ପାଇଁ ହ୍ବାଟ୍‌ସଆପ୍‌ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣ ସମ୍ପର୍କୀୟଙ୍କ ସହ ୨୪ ଘଣ୍ଟା କଣ୍ଟାକ୍ଟରେ ରହି ବି କଥାବାର୍ତ୍ତା ଶେୟାର କରିପାରିବେ।
– ପ୍ରତିଦିନ କିଛି ନୂଆ କଥା ଶିଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆପ୍ସ ବି ଡାଉନ୍‌ଲୋଡ୍‌ କରିପାରିବେ। ଏହାର ନୋଟିଫିକେଶନ୍‌ରୁ ଆପଣ ପ୍ରତିଦିନ କିଛି ନା କିଛି ଶିଖିବାକୁ ପାଇବେ। ୟୁଟ୍ୟୁବ୍‌ରୁ ବି ଆପଣ ନୂଆ ତଥ୍ୟ ପାଇପାରିବେ।
– ଗେମ୍‌ସ ଆପଣଙ୍କର କ୍ରିଏଟିଭିଟି ଏବଂ ଫ୍ଲେକ୍ସିବିଲିଟିକୁ ବଢ଼ାଇଥାଏ। ନୂଆବର୍ଷରେ କିଛି ଡିଜିଟାଲ ଏବଂ ଆଉଟ୍‌ଡୋର ଗେମ୍‌ସକୁ ଆପଣଙ୍କ ଲାଇଫ୍‌ରେ ସାମିଲ କରନ୍ତୁ, ଯାହାକି ମସ୍ତିଷ୍କକୁ ଫ୍ରି ଏବଂ ଶାର୍ପ ରଖିବ।
– ଡାଏଟିଂ କରୁଥିଲେ ଏପରି ଆପ୍ସ ଡାଉନ୍‌ଲୋଡ୍‌ କରନ୍ତୁ, ଯେଉଁଥିରୁ କେତେ କ୍ୟାଲୋରୀର ଖାଦ୍ୟ ଖାଇବେ ସେ ବିଷୟରେ ଉପଯୁକ୍ତ ନୋଟିଫିକେଶନ୍‌ ପାଇବା ସହ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିପାରିବେ।
– ପଢ଼ିବାର ସଉକ ଥିଲେ ବହିର ଅନେକ ଆପ୍ସ ରହିଛି, ତାହାକୁ ଡାଉନ୍‌ଲୋଡ୍‌ କରନ୍ତୁ। ଯେଉଁଥିରୁ ଆପଣ ମନପସନ୍ଦର କାହାଣୀ ଏବଂ ଉପନ୍ୟାସ ପଢ଼ିପାରିବେ।
– ମ୍ୟୁଜିକ୍‌ ଯଦି ଆପଣଙ୍କର ପସନ୍ଦ, ତେବେ ନୂଆବର୍ଷରେ ମ୍ୟୁଜିକ୍‌ ଆପ୍ସ ଡାଉନ୍‌ଲୋଡ୍‌ କରି ନୂଆ ନୂଆ ମ୍ୟୁଜିକ୍‌ ଶୁଣିବାର ମଜା ନିଅନ୍ତୁ।
ଅପ୍‌ଗ୍ରେଡ୍‌ କରନ୍ତୁ ଓ୍ବାର୍କିଂ ଲାଇଫ୍‌: ବିଜ୍‌ନେସ୍‌ ପ୍ଲାନ୍‌ କରିବାକୁ ଚାହୁଁଥିଲେ ଲାଟେଷ୍ଟ୍‌ ଆଇଡିଆ ଆବଶ୍ୟକ। ଡିଜିଟାଲ ଓ୍ବାଲର୍‌ଡରେ ଏହାକୁ ଖୁବ୍‌ କମ୍‌ ସେକେଣ୍ଡରେ ଆପଣ ପାଇପାରିବେ। ଅଫିସ କାମକୁ ମ୍ୟାନେଜ୍‌ କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନ୍‌ ଖୁବ୍‌ କାମରେ ଆସିପାରିବ। ଆପଣଙ୍କ ଫିଲ୍‌ଡ୍‌ ସମ୍ବନ୍ଧିତ ଜରୁରୀ ଆପ୍ସ ଡାଉନ୍‌ଲୋଡ୍‌ କରି ବି ଆପଣଙ୍କ ଓ୍ବାର୍କ ଲାଇଫ୍‌କୁ ଅପ୍‌ଗ୍ରେଡ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା...

ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି...

ଘରେ ‘ମନି ପ୍ଲାଣ୍ଟ’ ଲଗାଇବା ବେଳେ କରୁନାହାନ୍ତି ତ ଏପରି ଭୁଲ; ମାନସିକ ଚିନ୍ତା ସାଙ୍ଗକୁ ବଢ଼ିବ ମତଭେଦ…

ଆଜିକାଲି ଘରର ସୁନ୍ଦରତା ବୃଦ୍ଧି କରିବା ଲାଗି ଲୋକମାନେ ଅନେକ ପ୍ରକାରର ଗଛ ଲଗାଉଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ରହିଛି ଯାହାକୁ ଲଗାଇଲେ...

ନଡ଼ିଆ୍‌ ବର୍‌ଫି

ଆବଶ୍ୟକ ସାମଗ୍ରୀ ପାଣି-୧କପ୍‌, ଚିନି-୧କପ୍‌, କୋରା ନଡ଼ିଆ-ଦେଢ଼ କପ୍‌, ଖୁଆ- ଅଧା ଚାମଚ, କଟା ବାଦାମ-୫ଟି, ଆଲ୍‌ମଣ୍ଡ-୬ଟି, ଗୁଜୁରାତି ଗୁଣ୍ଡ-୧ଚାମଚ, ଘିଅ-୧ଚାମଚ। ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗୋଟିଏ...

ମେକ୍ସିକାନ୍‌ ସୁପ୍‌

ଆବଶ୍ୟକ ସାମଗ୍ରୀ – ଟମାଟୋ ପ୍ୟୁରି – ୧ କପ୍‌, ଛୋଟ ଛୋଟ ଆକାରରେ କଟାଯାଇଥିବା ପନିପରିବା (ବନ୍ଧାକୋବି, କ୍ୟାପ୍‌ସିକମ୍‌, ଗାଜର ଆଦି) – ୧/୨...

ଇନଭର୍ଟ ମାଇସିନ୍‌ ଦ୍ୱାରା ୨ ଦିନରେ ସଂକ୍ରମିତ ହେବେ କରୋନା ମୁକ୍ତ

ଓ୍ବାଶିଂଟନ/ମେଲବୋର୍ନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହି ମହାମାରୀକୁ କିଭଳି ରୋକା ଯିବ ସେ ନେଇ ବୈଜ୍ଞାନିକମାନେ ଉଦ୍ୟମ ଜାରି...

ବେକର କଳାପଣ ଦୂରାନ୍ତୁ

ମୁହଁର ତ୍ୱଚା ସୁନ୍ଦର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପଚାର କରିଥାନ୍ତି। କିନ୍ତୁ ବେକର ତ୍ୱଚା ବେଳେବେଳେ ଅତ୍ୟଧିକ କଳା ହୋଇଯାଇଥାଏ। ଏହାଫଳରେ ସୌନ୍ଦର୍ଯ୍ୟ...

Advertisement
Archives

Model This Week