ଢେଙ୍କିକୋଟ, ୨୬।୫(ଡି.ଏନ୍.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ କରି ମାରଧର କରିବା ସହ ବିଷ୍ଠା ଖୁଆଇବା ଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣା ଜଣାପଡ଼ିବା ପରେ ପୋଲିସ ଶୁକ୍ରବାର ତଦନ୍ତ ଚଳାଇ ଅଭିଯୁକ୍ତ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ପୀଡ଼ିତା ମହିଳାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସ ଦୂର କରିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ କିଭଳି ଫେଲ ମାରୁଛି ଏହି ଘଟଣାରୁ ସ୍ପଷ୍ଟ ହୋଇଛି।
ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟଠାରୁ ୧୦ କି.ମି. ଦୂର ଆଦିବାସୀ ଅଧ୍ୟୁଷିତ ଭୋଳବେଡ଼ା ପଞ୍ଚାୟତ ଆମ୍ବୁଆପଡ଼ା ଗ୍ରାମର ଏକ ଦମ୍ପତି ରମେଶ ମୁଣ୍ଡା ଓ ଗଦଲି ମୁଣ୍ଡା ଏହି ବିଧବା ମହିଳାଙ୍କୁ ଦୀର୍ଘଦିନ ଧରି ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଜେରାବେଳେ ରମେଶ ଓ ତାଙ୍କ ସ୍ତ୍ରୀ କହିଛନ୍ତି, ଦୁଇବର୍ଷ ତଳେ ସେମାନଙ୍କର ଏକ ଝିଅ ହୋଇଥିଲା। ତାର ସ୍ବାସ୍ଥ୍ୟ ଭଲ ନ ରହିବାରୁ ସେମାନେ ଗୁଣିଗାରେଡ଼ି ଦ୍ୱାରା ପୂଜାପାଠ କରାଇ ନିରାଶ ହୋଇଥିଲେ। ପଡ଼ିଶା ଘରର ସମ୍ପୃକ୍ତ ମହିଳା ତାଙ୍କ ଝିଅକୁ ଡାହାଣୀ ହୋଇ ଗୁଣି କରୁଥିବା ସେମାନେ ସନ୍ଦେହ ପ୍ରକାଶ କରିଥିଲେ। କିଛିଦିନ ପରେ ଝିଅଟି ମରିଯାଇଥିଲା। ଦୁଇବର୍ଷ ପରେ ରମେଶଙ୍କର ଏକ ପୁଅ ହୋଇଥିଲା। ଜନ୍ମ ପରଠାରୁ ପିଲାଟି ସବୁବେଳେ କାନ୍ଦୁଥିଲା। ଏଥିଲାଗି ସମ୍ପୃକ୍ତ ମହିଳା ଗୁଣି କରିଥିବା ସେମାନଙ୍କ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା। ଗତ ବୁଧବାର ଅପରାହ୍ନ ୩ଟା ବେଳେ ଏହି ଦମ୍ପତି ଗ୍ରାମବାସୀଙ୍କ ଉପସ୍ଥିତିରେ ମହିଳାଙ୍କୁ ତାଙ୍କ ଘରୁ ଘୋଷାରି ଆଣି ପୂର୍ବରୁ ମରିଯାଇଥିବା ଝିଅକୁ ଯେଉଁଠି ପୋତାଯାଇଥିଲା, ସେଠାକୁ ନେଇଯାଇଥିଲେ। ପରେ ସେମାନେ ତାଙ୍କୁ ବିଷ୍ଠା ଖୁଆଇ ମୁହଁରେ ବୋଳି ନିସ୍ତୁକ ମାଡ଼ ମାରିଥିଲେ। କେତେକ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେମାନେ ଏହି ଦମ୍ପତିଙ୍କୁ ରୋକି ପାରି ନ ଥିଲେ। ତେବେ ମହିଳା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଢେଙ୍କିକୋଟ ଫାଣ୍ଡିକୁ ଯାଇ ଜଣାଇଥିଲେ। ଏହାପରେ ଫାଣ୍ଡି ଏଏସଆଇ ସତ୍ୟନାରାୟଣ ପରିଡ଼ା ସଦଳବଳ ଆମ୍ବୁଆପଡ଼ା ଗ୍ରାମରେ ପହଞ୍ଚି ରମେଶ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଗଦଲି ମୁଣ୍ଡାଙ୍କୁ ଗିରଫ କରିଥିଲେ। ଏନେଇ ଢେଙ୍କିକୋଟ ଥାନାରେ ଦଫା ୩୦୭, ୩୫୪ ଓ ୫୦୬ ଆଇପିସିରେ ଏକ ମାମଲା (ନଂ ୫୩/୧୯) ରୁଜୁ ହୋଇଛି। ଗିରଫ ଦମ୍ପତିଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଏହି ଦମ୍ପତିଙ୍କ ପୁଅ କେଉଁ କାରଣରୁ କାନ୍ଦୁଛି, ଚିକିତ୍ସା ନ କରି ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ମାନି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ମହିଳାଙ୍କୁ ଡାକ୍ତରଖାନାରେ ପଚରାଉଚରା କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି।

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା
ଜଳେଶ୍ୱର, ୨୮ା୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇ ରାଜଘାଟଠାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୯.୬୩ ମିଟରରେ ପହଞ୍ଚିଛି ା ବିପଦସଂକେତ...

୨ ରାଜପଥ ଲୁଟେରା ଗିରଫ
ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ୧୬ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ କେତେକ ଅସାମାଜିକ ଯୁବକ ବୁଧବାର ରାତି ୧୦ଟା ବେଳେ ବିଭିନ୍ନ...

ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର
ବାଲିଆପାଳ, ୧୯।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଡଗରା ବେଳାଭୂମିରେ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ୫ଜଣ କଲେଜ ଛାତ୍ରଙ୍କ ମଧ୍ୟରୁ ସୋମବାର ୪ ଜଣଙ୍କୁ ଉଦ୍ଧାର...

ପାନବରଜ ପୋଡ଼ିବାକୁ ଉଦ୍ୟମ, ଗ୍ରାମରେ ଉତ୍ତେଜନା
ଭୋଗରାଇ, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ପାନବରଜ ପୋଡ଼ିବା ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।...

ଶିକ୍ଷକ ବଦଳି ପ୍ରତିବାଦ: ପିଲାଙ୍କୁ ସ୍କୁଲ ଛାଡିଲେନି ଅଭିଭାବକ
ଖଇରା, ୨୧।୮(ଡି.ଏନ.ଏ.)-ଖଇରା ବ୍ଲକ ସାରୁଗାଁ ନୋଡାଲ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ରାତି ଅଧିଆ ବିଜ୍ଞାନ ଶିକ୍ଷକ ସୌଭାଗ୍ୟ ବିଶ୍ୱାଳଙ୍କୁ ବଦଳି କରାଯିବା...

ଶାରୀଶୁଆ ଖଣିରେ କ୍ରାଇମ୍ବ୍ରାଞ୍ଚ ଟିମ୍: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍, ଟ୍ରାକ୍ଟର ଜବତ
ଖଇରା,୨୩।୨(ଡି.ଏନ୍.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ...

ମାମୁ ବାହାଘରକୁ ଆସି ପୋଖରୀରେ ବୁଡ଼ିଗଲେ ୩ ଭାଣିଜୀ
ବାଲେଶ୍ୱର ଅଫିସ,୧୯ା୬: ବାଲେଶ୍ୱର ଜିଲା ବାଲିଆପାଳ ରେମୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ନାବାଳିକା ଗୁରୁତର ହୋଇଥିବା ବେଳେ ଜଣଙ୍କର...

ଧାରଣାରେ ବସିଲେ ବିଧାୟକ
ନୀଳଗିରି, ୫।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଦେଇଯାଇଥିବା ସେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ଖାଲଖମାପୂର୍ଣ୍ଣ ହୋଇଥିବାରୁ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି ା ଉକ୍ତ ରାସ୍ତାର...