ଡାକ୍ତରଙ୍କ ସୁରକ୍ଷା

କରୋନା ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଅନବରତ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ କେତୋଟି ବର୍ଗର ସେବାକାରୀଙ୍କୁ କରୋନା ଯୋଦ୍ଧା ବୋଲି ଆଖ୍ୟା ଦିଆଯାଇଛି ସେଥିମଧ୍ୟରେ ଡାକ୍ତରମାନେ ଆଗରେ ଅଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ଦେଶବାସୀ ସେମାନଙ୍କୁ ସମ୍ମାନ ଜଣାଇ ତାଳି ଓ ଥାଳି ବାଡ଼େଇଥିଲେ। ସଂକ୍ରମିତଙ୍କ ସେବା କରି ଅନେକ ଡାକ୍ତର ମଧ୍ୟ କୋଭିଡ୍‌-୧୯ର ଶିକାର ହୋଇଛନ୍ତି ଓ ସ୍ଥଳବିଶେଷରେ କେତେକଙ୍କ ମୃତ୍ୟୁ ଘଟିସାରିଲାଣି। ୧୯ ଏପ୍ରିଲରେ ଚେନ୍ନାଇର ଆନ୍ନା ନଗର ଅଞ୍ଚଳରେ କରୋନା ଭୂତାଣୁରେ ଆକ୍ରାନ୍ତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ପରିବାରବର୍ଗ ଓ ତାଙ୍କ ଡାକ୍ତର ବନ୍ଧୁମାନେ ମରଶରୀରକୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଶ୍ମାଶନକୁ ନେବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରି କି ମରଶରୀର ବୋହି ଆଣିଥିବା ଆମ୍ବୁଲାନ୍ସ ଉପରେ ଟେକାପଥର ମାଡ଼ କରାଯିବା ସହ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ସୁରକ୍ଷା ଯୋଗାଇବା ପରେ କେତେ ଜଣ ଡାକ୍ତରଙ୍କ ସହଯୋଗରେ ତାଙ୍କୁ ସମାଧି ଦିଆଯାଇଥିଲା। ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହା ଏକ ଦୁସ୍ଥ ମାନସିକତାର ପରିଚୟ ଦେଉଛି। କାରଣ କାର୍ଯ୍ୟ କ୍ଷେତ୍ରରେ ସେବା ଯୋଗାଉଥିବା ବେଳେ ଡାକ୍ତରଙ୍କ ମୃତ୍ୟୁକୁ ଅନ୍ୟଥା ଭାବିବା ଠିକ୍‌ ନୁହେଁ।
ବର୍ତ୍ତମାନ ସ୍ଥିତିରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀଙ୍କ ସେବା ପାଇଁ କେବଳ ତାଳି ମାରି ପ୍ରଶଂସା କରାଯିବା ଯଥେଷ୍ଟ ନୁହେଁ। ସେମାନଙ୍କୁ ସମାଜର ସବୁ ସ୍ତରରୁ ସମର୍ଥନ ମିଳିବା ଦରକାର। କରୋନା ଭୂତାଣୁ ସହ ଯୁଦ୍ଧ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ନିଶ୍ଚିତ ବିପଦ ରହୁଛି। ଏହାକୁ ଦୃଷ୍ଟିରେ ରଖି କିଛିଦିନ ତଳେ କେନ୍ଦ୍ର ସରକାର ସେମାନଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଥିଲେ। ହେଲେ ୨୧ ଏପ୍ରିଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥେଷ୍ଟ ଆଗକୁ ଯାଇ ଘୋଷଣା କରିଛନ୍ତି ଯେ କୋଭିଡ୍‌-୧୯ ଲଢ଼େଇ ବେଳେ ଯଦି କୌଣସି ଡାକ୍ତର, ନର୍ସ କିମ୍ବା ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିବ, ସେମାନଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। କେବଳ ସେତିକି ନୁହେଁ, ସେମାନଙ୍କୁ ଶହୀଦ ଘୋଷଣା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ଏଥିସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ କର୍ମୀଙ୍କୁ ସେମାନଙ୍କ ନିଃସ୍ବାର୍ଥପର ସେବା ଲାଗି ସମସ୍ତେ କୃତଜ୍ଞତା ଜ୍ଞାପନ କରିବା ଦରକାର। ଯେଉଁମାନେ ଏହି ବର୍ଗଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ନିଶ୍ଚିତ ଭାବେ ଏହା ଓଡ଼ିଶା ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସମ୍ଭବତଃ ସମଗ୍ର ଦେଶରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ଭଳି ଏତେବଡ଼ ଆଶ୍ୱାସନା କେଉଁଠାରେ ଦିଆଯାଇ ନାହିଁ।
ତେବେ ଏଠାରେ ଅନ୍ୟ ଏକ ଦିଗ ଗୁରୁତ୍ୱ ବହନ କରୁଛି। ଅଧିକାଂଶ ଡାକ୍ତର ରୋଗୀଙ୍କ ପ୍ରତି ଠିକ୍‌ ବ୍ୟବହାର କରୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ସେମାନଙ୍କ ପାଇଁ ଅର୍ଥ ମୂଲଚାଲ ବଡ଼ ହୋଇଯାଇଥାଏ। ପଡ଼ୋଶୀ ହୋଇ ରହୁଥିବା ଡାକ୍ତର ମଧ୍ୟ କାହାର ବିପଦ ବେଳେ ଛିଡ଼ା ହେବା କ୍ୱଚିତ ଦେଖାଯାଏ। ଯେଉଁ ଡାକ୍ତର ରୋଗୀଙ୍କୁ ବୃତ୍ତିଗତ ଭାବେ ଭଲ ପାଇ ସେବା ଯୋଗାନ୍ତି ସେମାନଙ୍କୁ ଲୋକେ ଭଗବାନ ଭଳି ମାନନ୍ତି। କିନ୍ତୁ କର୍ପୋରେଟ ଡାକ୍ତର ବ୍ୟବସ୍ଥାରେ ରୋଗୀଙ୍କୁ ଡାକ୍ତରମାନେ ଆନ୍ତରିକତା ଦେଖାଉ ନ ଥିବାରୁ ଉଭୟ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଯାଉଛି। ଫଳରେ ଅର୍ଥଖୋର ଡାକ୍ତରଙ୍କୁ ଲୋକେ ଶ୍ରଦ୍ଧା କରିପାରୁ ନାହାନ୍ତି।
ଏଠାରେ ପୋଲିସ ଚରିତ୍ରକୁ ମଧ୍ୟ ସମାନ ଭାବେ ଦେଖାଯାଇପାରେ। ଏକ ଶିକ୍ଷିତ ସମାଜର ମୂଳଦୁଆ ଉତ୍ତମ ଆଇନ ଶୃଙ୍ଖଳା ଉପରେ ପର୍ଯ୍ୟବସିତ ହୋଇଥାଏ। ମାତ୍ର ଏବେ ଭାରତବର୍ଷରେ ପୋଲିସର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଜନବିରୋଧୀ ଏବଂ ସାମ୍ରାଜ୍ୟବାଦୀ ଆଦବକାଇଦା ପୋଷଣ କରୁଥିବା ଦେଖିବାକୁ ମିଳୁଛି। ଏକ ଗଣତାନ୍ତ୍ରିକ ଦେଶରେ ସରକାର ହୋଇଯାଏ ଅଧିକ ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ପୋଲିସକୁ ଏକ ଅନ୍ୟାୟ ସପକ୍ଷବାଦୀ ବଳ ଭାବେ ବିବେଚନା କରାଯାଏ। ଯେତେବେଳେ ଜଣେ ପୀଡ଼ିତ ଥାନାକୁ ଯାଏ ତାହାକୁ ପୋଲିସ ପ୍ରଥମେ ସନ୍ଦେହ ଦୃଷ୍ଟିରେ ଦେଖେ। ‘ତୁ ନିଜେ କିଛି କରିଥିବୁ, ଯେଉଁଥିପାଇଁ ଏଭଳି ଦଶା ଭୋଗୁଛୁ’ କହିବା ହୋଇଯାଇଛି ଭାରତୀୟ ପୋଲିସର ପ୍ରାରମ୍ଭିକ ନୀତି। ସେଥିପାଇଁ ପୋଲିସକୁ ସାଧାରଣ ଲୋକ ମନଖୋଲି ସହଯୋଗ କରିବାକୁ ଆଗେଇ ଆସିପାରୁ ନାହିଁ। ସେମିତି ନୂତନ କର୍ପୋରେଟ ବ୍ୟବସ୍ଥାରେ ଥିବା ଡାକ୍ତରଙ୍କୁ ରୋଗୀ ସହଜରେ ବିଶ୍ୱାସ କରିପାରୁ ନାହିଁ। ସବୁ ଡାକ୍ତର ଯେ ପଇସାଖୋର, ତାହା କୁହାଯାଇପାରିବ ନାହିଁ। କିନ୍ତୁ ଅଧିକାଂଶ ଯେଉଁ ଚିତ୍ର ଆଙ୍କିବେ ତାହା ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେଲା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri