Posted inଜାତୀୟ

ଡାକ୍ତରଙ୍କ ଚେୟାରରେ ବସି ଅନ୍ୟ ରୋଗୀଙ୍କୁ ଚିକିତ୍ସା କଲେ ମାନସିକ ରୋଗୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମାନସିକ ରୋଗୀ ଡାକ୍ତରଙ୍କ ଚେୟାରରେ ବସିବା ସହ କେତେଜଣ ରୋଗୀଙ୍କୁ ଚେକ୍‌ଅପ୍‌ କରି ସେମାନଙ୍କୁ ଔଷଧ ଲେଖି ଦେଇଥିବା ଜଣାପଡିଛି। ଏହି ଘଟଣା ଛତରପୁରର ଜିଲା ହସ୍ପିଟାଲରେ ଘଟିଛି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଡାକ୍ତର ହିମାଂଶୁ ବାଥମଙ୍କ ଚାମ୍ବର ଖାଲିଥିବା ଦେଖି ସେଠାରେ ଜଣେ ମାନସିକ ରୋଗୀ ପଶିଯିବା ସହ ତାଙ୍କ ଚେୟାରରେ ବସି ପଡିଥିଲେ। ସେଠାକୁ ଆସିଥିବା ରୋଗୀ ଡାକ୍ତରଙ୍କ ଚେୟାରରେ ତାଙ୍କୁ ଦେଖିବା ପରେ ସେମାନଙ୍କର ସମସ୍ୟା କହିଥିଲେ। ଏହାପରେ ଉକ୍ତ ମାନସିକ ରୋଗୀ ଜଣକ ଚେକ୍‌ଅପ୍‌ କରି ଔଷଧ ମଧ୍ୟ ଲେଖି ଦେଇଥିଲେ। ଏହାପରେ ଜଣକ ପରେ ଜଣେ ରୋଗୀ ସେମାନଙ୍କ ପ୍ରେସକ୍ରିପଶନ ନେଇ ହସ୍ପିଟାଲ ଭିତରେ ଥିବା ମେଡିସିନ ଷ୍ଟୋରରେ ପହଞ୍ଚିବା ପରେ ନାଲି କଲମରେ ସମସ୍ତଙ୍କ ପ୍ରେସକ୍ରିପଶନ ଲେଖା ହୋଇଥିବା ଦେଖି ମେଡିସିନ୍‌ ଷ୍ଟୋର କର୍ମଚାରୀ ସନ୍ଦେହ କରି ଡାକ୍ତଙ୍କ ଚାମ୍ବରକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ତେବେ ଉକ୍ତ ମାନସିକ ରୋଗୀ ଜଣକ ନିଜକୁ ଏମ୍ସର ଡାକ୍ତର ବୋଲି କହୁଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଫ୍‌ଏସ୍‌ ଅଫିସରଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୨ା୬: ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭସ୍ଥିତ ଘରେ ରହୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଫିସରଙ୍କ ଘରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଛୁରିରେ ଆକ୍ରମଣ...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ଆକ୍ରମଣ

ଶିଲୋଙ୍ଗ,୧୬।୮: ମେଘାଳୟର ମୁଖ୍ୟମନ୍ତ୍ରୀ କୋରାଡ ସାଙ୍ଗମାଙ୍କ ବାସଭବନରେ ପେଟ୍ରୋଲ ବୋମା ଆକ୍ରମଣ ହୋଇଛି। ତେବେ ଘରଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଏଥିରେ କୌଣସି କ୍ଷତି ନାହିଁ।...

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା...

କୋହଳ ହେଲା କରୋନା ନିୟମ

ନୂଆଦିଲ୍ଲୀ,୨୭।୧: କୋଭିଡ୍‌ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୩୦ ହଜାର...

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫...

Advertisement
Archives

Model This Week